ଓଡ଼ିଆ ଅଫିସର ଙ୍କ ଆକ୍ରମଣକାରୀ ରାଜ୍ୟ ପାଳ ଙ୍କ ପୁଅ ଓ ଅନ୍ୟ ଗୁଣ୍ଡାଙ୍କୁ ଗିରଫ ଦାବିରେ ସି ପି ଏମ ର ବିକ୍ଷୋଭ
ଓଡ଼ିଆ ଅଫିସର ଙ୍କ ଆକ୍ରମଣକାରୀ ରାଜ୍ୟ ପାଳ ଙ୍କ ପୁଅ ଓ ଅନ୍ୟ ଗୁଣ୍ଡାଙ୍କୁ ଗିରଫ ଦାବିରେ ସି ପି ଏମ ର ବିକ୍ଷୋଭ
ଭୁବନେଶ୍ୱର:ପୁରୀ ରାଜ ଭବନରେ ଗତ ଜୁଲାଇ ସାତ ତାରିଖ ଦିନ ରାତିରେଓଡ଼ିଆ ଅଧିକାରୀଙ୍କୁ କିଛି ଗୁଣ୍ଡା ଏବଂ ରାଜ୍ୟପାଳ ଙ୍କ ପୁତ୍ର ମାରଣନ୍ତକ ଆକ୍ରମଣ ଘଟଣାର ତଦନ୍ତ ଓ ଦୋଷୀଙ୍କୁ ତୁରନ୍ତ ଫୌଜଦାରୀ ମାମଲାରେ ଗିରଫ ଦାବିରେ
ସି ପିଏମ ଭୁବନେଶ୍ୱର ଲୋକାଲ କମିଟି ତରଫରୁ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି l ଘଟଣାର ତିନି ସପ୍ତାହ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଗଲା ନାହିଁ କି ଓଡ଼ିଆ ଅଫିସର ଙ୍କ ଦ୍ୱାରା ଦିଆଯାଇ ଥିବା ପୋଲିସ ଅଭଯୋଗ କୁ FIR କରାଯାଇ ତଦନ୍ତ କରାଗଲା ନାହିଁ l ନିଜେ ରାଜ୍ୟ ପାଳ ମହୋଦୟ ଏକ ସପ୍ତାହ ମଧ୍ୟରେ ନ୍ୟାୟ ଦେବେ ବୋଲି କହି ନିଜ ପୁତ୍ରକୁ ସୁରକ୍ଷା ପ୍ରଦାନ କରୁଛନ୍ତି l ରାଜ୍ୟ ପୋଲିସ କୁ ତାଙ୍କର ସ୍ୱାଧୀନ ଏବଂ ଆଇନୀଗତ ଦାୟିତ୍ୱ ପାଳନ କରିବାକୁ ଦିଆଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ସି ପି ଆଇ ଏମ ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସୁରେଶ ପାଣିଗ୍ରାହୀ l ଆଞ୍ଚଳିକ କମିଟି ସମ୍ପାଦକ ପ୍ରଦୀପ୍ତ ନାୟକ ଙ୍କ ନେତୃତ୍ୱରେ ଏହି ପ୍ରତିବାଦ ବିକ୍ଷୋଭ ରେ ପାର୍ଟି ନେତ୍ରୀ ଶ୍ରୀମତୀ ମିନତୀ ପାଣିଗ୍ରାହୀ, ଯୁବ ନେତା ଯତୀନ ମହାନ୍ତି, ପ୍ରଭାତ ପାଣିଗ୍ରାହୀ, ଚାମ୍ବୁର ସୋରେନ, ବସନ୍ତ ସାହୁ ଏବଂ ଭାଗିରଥି ପ୍ରଧାନ ପ୍ରମୁଖ ଏହି ବିକ୍ଷୋଭ ରେ ନେତୃତ୍ୱ ନେଇଥିଲେ l