କେନ୍ଦ୍ର ଵଜେଟ ଝିଣ୍ଟିକା ମାରି ଵଣି ପୋଷିଵାର ଶ୍ରମିକ କୃଷକ ଵିରୋଧୀ ଵଜେଟ ଅଟେ: ଏଆଇଟିୟୁସି
କେନ୍ଦ୍ର ଵଜେଟ ଝିଣ୍ଟିକା ମାରି ଵଣି ପୋଷିଵାର ଶ୍ରମିକ କୃଷକ ଵିରୋଧୀ ଵଜେଟ ଅଟେ: ଏଆଇଟିୟୁସି
ଭୁଵନେଶ୍ଵର: ତା୨୩/୭/୨୦୨୪ରିଖ: ମୋଦି ନେତୃତ୍ଵାଧୀନ ଏନଡିଏ ସରକାରଙ୍କ ପକ୍ଷରୁ ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିଵା ଵଜେଟରେ ଦେଶଵାସୀଙ୍କ ପ୍ରତି କୃତଘ୍ନତା ପ୍ରଦର୍ଶନ କରିଛନ୍ତି। ଗରିଵ, ଦଳିତ, ଆଦିଵାସି ଠାରୁ ଭୋଟ ନେଲେ, ଯୁଵ ଛାତ୍ରଙ୍କୁ ନିର୍ଵାଚନରେ ଲୋଭ ଦେଖାଇଥିଲେ, ମାତ୍ର ଵଜେଟରେ ଅସଂଗଠିତ କ୍ଷେତ୍ରର ଜୀଵନ ଓ ଜୀଵିକା ରକ୍ଷକ ମନରେଗାକୁ ଵଜେଟରେ ଅଣ ଦେଖା କଲେ। ସର୍ଵନିମ୍ନ ମଜୁରୀ ଵୃଦ୍ଧି ପାଇଁ କୈ।ଣସି ଵ୍ଯଵସ୍ଥା କରାଯାଇନାହିଁ। କର୍ମଜୀଵି ମହିଳାଙ୍କ ପାଇଁ ହଷ୍ଟେଲ କଥା ଉଲ୍ଲେଖ କରିଥିଲେଵି ମହିଳା ଓ ଶିଶୁ ଵିକାଶ ସମେତ ସ୍କିମ ଓ୍ଵାର୍କର ମାନଙ୍କ ମଜୁରୀ ଵୃଦ୍ଧି ଵ୍ଯଵସ୍ଥା ଏ ଵଜେଟରେ ନାହିଁ। ଵୃହତ ପ୍ରକଳ୍ପ ପ୍ରତିଷ୍ଠା ଆଳରେ ଆଦିଵାସୀ ଓ ଦଳିତଙ୍କୁ ଭିଟାମାଟିରୁ ଉଛେଦ ପାଇଁ ଷଡଯନ୍ତ୍ର କରାଯାଇଅଛି। ସେହିଭଳି ଶିକ୍ଷା ଓ ସ୍ଵାସ୍ଥ୍ଯ ଵ୍ଯଵସ୍ଥା ପାଇଁ କେନ୍ଦ୍ର ଵଜେଟରେ ନୈରାଶ୍ଯ ଜନକ ଵ୍ଯୟ ଵରାଦ କରାଯାଇଅଛି। ଅପର ପକ୍ଷରେ ରାହୁ ପୁଞ୍ଜିପତିଙ୍କ ଲାଭ ଓ ଲୋଭ ପାଇଁ ସାହାଣ ମେଲା କରାଯାଇଛି। ମୋଟାମୋଟି ଭାଵେ ଏହି ଵଜେଟ ଝିଣ୍ଟିକା ମାରି ଵଣି ପୋଷିଵା ସହ ଦେଶର ଶ୍ରମିକ ଶ୍ରେଣୀକୁ ଶୋଷଣ ସହ ଦେଶର ଭଵିଶ୍ଯତ ପିଢୀ ଓ ଜୀଵନ ରକ୍ଷା ପାଇଁ ସ୍ଵାସ୍ଥ୍ଯ ଵ୍ଯଵସ୍ଥାକୁ ଘନ ଅନ୍ଧକାରକୁ ନିମନ୍ତ୍ରଣ କରିଛି। ସେହିଭଳି ଓଡିଶା ପାଇଁ ସ୍ଵତନ୍ତ୍ର ପ୍ଯାକେଜ ପରିଵର୍ତ୍ତେ ଵିହାର ଓ ଆନ୍ଧ୍ର ପ୍ରଦେଶକୁ ସ୍ଵତନ୍ତ୍ର ଅନୁଦାନ ଦେଇଥିଵା ଵେଳେ ଅଣ ଵିଜେପି ରାଜ୍ଯକୁ ଅନୁଦାନରେ ଅଣଦେଖା କରି ରାଜନୈତିକ ପ୍ରତିହିଂସାର ଷଡଯନ୍ତ୍ର କରାଯାଇଛି।ଏହା କେଵଳ ଗରିଵ ଵିରୋଧୀ ନୁହେଁ ପରନ୍ତୁ ରାଷ୍ଟ୍ର ସ୍ଵାର୍ଥ ଵିରୋଧୀ ଵଜେଟ ଵୋଲି ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ ଵିଜୟ ଜେନା କେନ୍ଦ୍ର ଵଜେଟ- ୨୦୨୪-୨୫ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।