ନକଲି ଡାକ୍ତର ଗିରଫ ।
ନକଲି ଡାକ୍ତର ଗିରଫ, ଯୁକ୍ତ ୨ ପାଠ ପଢ଼଼ି କରୁଥିଲେ ରୋଗୀଙ୍କ ଚିକିତ୍ସ
ଭୁବନେଶ୍ୱର: ୧୮.୦୭ ଦିଗପହଣ୍ଡି: ଦିଗପହଣ୍ଡି ପୁଲିସ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରି ଥାନାରେ ଅଟକ ରଖିବା ସହ ତଦନ୍ତ ଚଳାଇଛି। ଅଭିଯୁକ୍ତ ନକଲି ଡାକ୍ତର ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସଣ୍ଡା ଗ୍ରାମର ଶୁଭ୍ରଜିତ୍ ପଣ୍ଡା। ଛଣମେରି ଗ୍ରାମର ସିମାଞ୍ଚଳ ସାହୁଙ୍କ ଏତଲା କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଦିଗପହଣ୍ଡି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଜଣାଇଛନ୍ତି।ଅଭିଯୁକ୍ତ ଶୁଭ୍ରଜିତ ଯୁକ୍ତ ୨ ପାଠ ପଢ଼଼ିଛନ୍ତି। ଗତ ୬ ବର୍ଷ ହେଲା ନିଜକୁ ଡାକ୍ତର ପରିଚୟ ଦେଇ ଡେଙ୍ଗାଓସ୍ତା ଗ୍ରାମର ଅଶୋକ କ୍ଲିନିକରେ ରୋଗୀ ଚିକିତ୍ସା କରି ଆସୁଥିଲେ। ଛଣମେରୀ ଗ୍ରାମର ସିମାଞ୍ଚଳ ସାହୁଙ୍କ ମାଆଙ୍କ ଦେହ ଖରାପ ହେବାରୁ ଡେଙ୍ଗାଓସ୍ତା ଗ୍ରାମର ଅଶୋକ କ୍ଲିନିକ୍ରେ ଭର୍ତ୍ତି କରିଥିଲେ। ନକଲି ଡାକ୍ତର ଶୁଭ୍ରଜିତ ତାଙ୍କୁ ଚିକିତ୍ସା କରିବା ସହ କିଛି ଇଞ୍ଜେକସନ ଓ ଔଷଧ ଦେଇଥିଲେ। ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।