ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ
ଭୁବନେଶ୍ୱର:୧୮.୦୭ ଆଜି ଖଣ୍ଡଗିରି ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ସମ୍ପୃକ୍ତ ଥାନା ଅନ୍ତର୍ଗତ ଶତାବ୍ଦୀନଗର ଠାରେ ଏକ ଚିକେନ ସେଣ୍ଟର ଅଛି । ଘଟଣା ଦିନ ଅଭିଯୁକ୍ତ ଜଣକ କନ୍ଧସାହି ନିକଟସ୍ଥ ମଙ୍ଗଳା ମଣ୍ଡପ ଠାରେ ବସିଥିବା ବେଳେ ଅଭିଯୋଗକାରୀ ଏବଂ ତାଙ୍କ ଦୋକାନରେ କାମ କରୁଥିବା ଜଣେ ଯୁବକ ଏକ ମୋଟରସାଇକେଲରେ ଆସି ତାଙ୍କ ସହିତ ପୂର୍ବ ବିବାଦର ସମାଧାନ ନିମନ୍ତେ ଆଲୋଚନା ମଧ୍ୟମରେ ପ୍ରୟାସ କରିଥିଲେ । ଏହି ଆଲୋଚନା ରୁ କ୍ରମଶଃ ଯୁକ୍ତିତର୍କ ଆରମ୍ଭ ହୋଇ ପରସ୍ପର ମଧ୍ୟରେ ମାରପିଟ ହୋଇଥିଲା ଏବଂ ପରେ ଉଭୟ ଅଭିଯୋଗକାରୀ ଏବଂ ସହଯୋଗୀ ତାଙ୍କ ଚିକେନ ସେଣ୍ଟରକୁ ଫେରିଆସିଥିଲେ । କିଛି ସମୟପରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ମିଶି ଅଭିଯୋଗକାରୀଙ୍କ ଚିକେନ ସେଣ୍ଟର ନିକଟରେ ପହଞ୍ଚି ଉଭୟ ଅଭିଯୋଗକାରୀ ଏବଂ ତାଙ୍କ ସହଯୋଗୀଙ୍କୁ ପଥର ଓ କାଠଫାଳିଆ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅଭିଯୋଗକାରୀଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗି ଗୁରୁତର ଆହତ ହୋଇଥିବା ବେଳେ ସହଯୋଗୀ ଜଣକ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଘଟଣାର ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ଆଜି ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ କନ୍ଧସାହି ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ବିକ୍ରମ ନାୟକଙ୍କ ନାମରେ ପୂର୍ବରୁ ମଧ୍ୟ ଖାରବେଳନଗର ଥାନାରେ ଏକ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।
ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।