Search for:
  • Home/
  • ରାଜ୍ୟ/
  • କଂଗ୍ରେସ ଭବନ ମୁଖ୍ୟ ଫାଟକ ପାଖରୁ ଅନଶନ ଭାଙ୍ଗିଲେ ଶ୍ରେୟାସ୍ମିତା ପଣ୍ଡା

କଂଗ୍ରେସ ଭବନ ମୁଖ୍ୟ ଫାଟକ ପାଖରୁ ଅନଶନ ଭାଙ୍ଗିଲେ ଶ୍ରେୟାସ୍ମିତା ପଣ୍ଡା

Spread the love

Loading

କଂଗ୍ରେସ ଭବନ ମୁଖ୍ୟ ଫାଟକ ପାଖରୁ
ଅନଶନ ଭାଙ୍ଗିଲେ ଶ୍ରେୟାସ୍ମିତା ପଣ୍ଡା
ଭୁବନେଶ୍ୱର, ୧.୭ : ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୯ ଦିନ ଧରି ଧାରଣାରେ ବସିଥିବା ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦିକା ଶ୍ରେୟାସ୍ମିତା ପଣ୍ଡା ସୋମବାର ଦିନ କଂଗ୍ରେସ ଭବନ ସମ୍ମୁଖରୁ ତାଙ୍କର ଅନଶନ ଭଙ୍ଗ କରିଛନ୍ତି । କ୍ୟାପିଟାଲ ଥାନାର ଅଧିକାରୀ, ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଦୀପ ପାତ୍ର, ପୂର୍ବତନ ଏଆଇସିସି ସଭ୍ୟା ଜାନକୀ ମଲ୍ଲିକ, ଲିପିକା ପାତ୍ର, ଲିପ୍ସା ନାୟକ ପ୍ରମୁଖ କିଛି କଂଗ୍ରେସ ନେତୃବୃନ୍ଦଙ୍କ ଅନୁରୋଧ କ୍ରମେ ସୋମବାର ଶ୍ରୀମତୀ ପଣ୍ଡା ମୁଖ୍ୟ ଫାଟକ ପାଖରୁ ଉଠି ଯାଇଛନ୍ତି, ମାତ୍ର ସେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭିତରେ ତାଙ୍କର ଧାରଣା ଚାଲୁ ରଖିବେ ବୋଲି ଜଣାପଡ଼ିଛି । ପ୍ରଦେଶ କଂଗ୍ରେସ ସଭାପତି ତାଙ୍କୁ ବିନା କାରଣରେ ଦଳରୁ ବହିଷ୍କାର କରିଛନ୍ତି । ଯେପର୍ଯ୍ୟନ୍ତ ବହିଷ୍କାରର କାରଣ ପ୍ରଦେଶ କଂଗ୍ରେସର ସଭାପତି ତାଙ୍କ ନିକଟରେ ପ୍ରମାଣି ନ କରିଛନ୍ତି ସେ ତାଙ୍କର ଧାରଣା ଜାରି ରଖିବେ ବୋଲି କହିଛନ୍ତି ।

Leave A Comment

All fields marked with an asterisk (*) are required