Search for:

ମନ୍ କି ବାତ୍’

Spread the love

Loading

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆପଣମାନଙ୍କ ସହିତ ଯୋଗଦେଇ ବହୁତ ଭଲ ଲାଗିଲା । ଏବେ ଏହା ଆଗଭଳି ଲଗାତାର ଜାରି ରହିବ । ଆଜିଠାରୁ ଗୋଟିଏ ସପ୍ତାହ ପରେ ପବିତ୍ର ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି । ମହାପ୍ରଭୁ ଜଗନ୍ନାଥଙ୍କ କୃପା ସମସ୍ତ ଦେଶବାସୀମାନଙ୍କ ଉପରେ ସଦାସର୍ବଦା ଥାଉ – ମୁଁ ଏହି କାମନା କରୁଛି । ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହୋଇଗଲାଣି ଏବଂ ଆଉ କେତୋଟି ଦିନ ପରେ ‘ପଣ୍ଢରପୁର ବାରୀ’ ମଧ୍ୟ ଆରମ୍ଭ ହୋଇଯିବ । ଏହି ଯାତ୍ରାଗୁଡ଼ିକରେ ଯୋଗଦେଉଥିବା ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ମୁଁ ଶୁଭକାମନା ଜଣାଉଛି । ଆଗକୁ କଚ୍ଛୀ ନବବର୍ଷ ଆଷାଢ଼ୀ ବିଜ୍ ପର୍ବ ମଧ୍ୟ ଆସୁଛି । ଏହି ପର୍ବପର୍ବାଣୀ ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୋର ବିଶ୍ୱାସ ସକାରାତ୍ମକ ଜନଭାଗିଦାରୀର ଏହି ପ୍ରୟାସଗୁଡ଼ିକୁ ଆପଣମାନେ ମୋ ସହିତ ନିଶ୍ଚୟ ବାଣ୍ଟୁଥିବେ ।

Leave A Comment

All fields marked with an asterisk (*) are required