Search for:
  • Home/
  • ରାଜ୍ୟ/
  • ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉକ୍ତିକୁ ଦୃଢ଼ ନିନ୍ଦା କଲେ:- ଛାତ୍ର ବିଜେଡ଼ି ରାଜ୍ୟ ସଭାପତି।

ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉକ୍ତିକୁ ଦୃଢ଼ ନିନ୍ଦା କଲେ:- ଛାତ୍ର ବିଜେଡ଼ି ରାଜ୍ୟ ସଭାପତି।

Spread the love

Loading

ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉକ୍ତିକୁ ଦୃଢ଼ ନିନ୍ଦା କଲେ:- ଛାତ୍ର ବିଜେଡ଼ି ରାଜ୍ୟ ସଭାପତି।

ଭୁବନେଶ୍ୱର:୩୪ ଲକ୍ଷ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳୁଛି କେନ୍ଦ୍ର ସରକାର। କିଛିଦିନ ତଳେ କେନ୍ଦ୍ର ମନ୍ତ୍ରୀ କହିଲେ କୌଣସି ପେପର ଲିକ୍ ହୋଇନି। ପରେ କହିଲେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲିକ୍ ହୋଇଛି। ଏହି ଉକ୍ତିରେ ସ୍ପଷ୍ଟତା ଆସୁନାହିଁ ଯାହାଦ୍ଵାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଯାଇଛି ଯାହାକୁ କି ବିଜୁ ଛାତ୍ର ଜନତା ଦଳ ଦୃଢ଼ ଭାବେ ନିନ୍ଦା କରୁଛି ଏବଂ ଏହି ବିଷୟରେ କେନ୍ଦ୍ର ସରକାର ସ୍ପଷ୍ଟତା ଆଣିବା ପାଇଁ ଦାବି କରୁଛୁ। ଏହି ଅବସରରେ କେନ୍ଦ୍ରକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଚେତେଇ ଦିଆଯାଉଛି ଯେ ଏନଟିଏ ଡାଇରେକ୍ଟର ଙ୍କୁ ହଟାଇଲେ କିଛି ହେବନି ଏନେଇ ସ୍ପଷ୍ଟତା ଆଣିବା ଦରକାର। ନହେଲେ ଆଗାମୀ ଦିନରେ ଓଡ଼ିଶା ଛାତ୍ର ସମାଜ ଏହାକୁ ଦୃଢ଼ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବ। ଏହା ସହ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ଦାବି ଜଣାଯାଇଛି। ତତ୍ ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କର ଯେ ନିଜ ବିଭାଗ ଉପରେ ଦଖଲ ଅଛି ତାହା କାଇଁ ଏଥିରୁ ଜଣା ପଡୁନାହିଁ।

 

Leave A Comment

All fields marked with an asterisk (*) are required