ଓଡ଼ିଆ ଅସ୍ମିତାକୁ ବଜାୟ ରଖାଯିବ : ସୂର୍ଯ୍ୟବଂଶୀ ସୂରଜ
ଓଡ଼ିଆ ଅସ୍ମିତାକୁ ବଜାୟ ରଖାଯିବ : ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର, ୨୪.୬ : ଦୀର୍ଘ ୨୫ବର୍ଷର ଲଢେଇ ପରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଓଡ଼ିଶାବାସୀଙ୍କ ଲଢେଇ ଏକ ନିର୍ଣ୍ଣାୟକ ମୋଡ଼ରେ ପôହ ସାରିଛି । ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଓଡ଼ିଆ ଅସ୍ମିତାକୁ ବାଇ ରଖିବା ପାଇଁ ରାଜ୍ୟବାସୀ ନିର୍ଣ୍ଣୟ ନେଇସାରିଛନ୍ତି । ପ୍ରତିଟି ଓଡ଼ିଆର ସ୍ୱାଭିମାନ ଓ ସମ୍ମାନ କିଭଳି ôବ ରହିବ ସେ ଦିଗରେ ମୁଁ ଓ ମୋ ସରକାର କାମ କରିବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।
ଭୁବନେଶ୍ୱରସ୍ଥିତ ହୋଟେଲ ପ୍ରେସିଡ଼େନ୍ସିଠାରେ ରାଜ୍ୟ ନାଗରିକ ସମାଜ ତରଫରୁ ଆୟୋଜିତ ଏକ ନାଗରିକ ସମ୍ବର୍ଦ୍ଧନାର ଉର ଦେଇ ଶ୍ରୀ ସୂରଜ କହିଛନ୍ତି ଯେ, ଆଗାମୀ ୧୨ ବର୍ଷ ଭିତରେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ରୂପେ ଗଢି ତୋଳିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାକୁ ଆଉ ଦାଦନ ରାଜ୍ୟ ବୋଲି ଯେପରି କୁହାନଯିବ, ତାର ବ୍ୟବସ୍ଥା ଆମକୁ କରିବାକୁ ପଡ଼ିବ ବୋଲି ସେ କହିବା ସହ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢିବା ପାଇଁ ଓ ଜଗନ୍ନାଥ ସଂସ୍କୃତିକୁ ବାଇବା ପାଇଁ ଆମେ ସଂକଳ୍ପ ନେଇଛୁ ବୋଲି କହିଥିଲେ । ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ପ୍ରକାଶ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ବିଶିଷ୍ଟ ଗାନ୍ଧିବାଦୀ ତଥା କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ପୂର୍ବତନ ପରାମର୍ଶଦାତା ଡଃ ଭଗବାନ ପ୍ରକାଶ, ଶୋଭନୀୟ ଆନ୍ଦୋଳନର ପରମ ପୂଜନୀୟା ଅରୁନ୍ଧତୀ ଦେବୀ, ଏନ୍ସିସି ଓଡ଼ିଶା ରାଜ୍ୟ ଶାଖା ନିର୍ଦ୍ଦେଶକ ସାଗର ମହାନ୍ତି, ଶିଳ୍ପପତି ପିୟୁଷ ମହାନ୍ତି, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ ପ୍ରମୁଖ ମନ୍ତ୍ରୀ ଶ୍ରୀ ସୂରଜଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ଶ୍ରୀ ପ୍ରକାଶ ରଥ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆଗାମୀ ଆଶା ବୋଲି କହିବା ସହ ରାଜ୍ୟର ଯୁବସମାଜ ତାଙ୍କ ଠାରୁ ବହୁତ କିଛି ଆଶା କରୁଛନ୍ତି ବୋଲି ଶ୍ରୀ ରଥ କହିଥିଲେ ।
ଏହି ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟର ବିଭିନ୍ନ ଗଣସଂଗଠନ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ଯୁବଗୋଷ୍ଠୀ ପ୍ରମୁଖ ଯୋଗ ଦେଇଥିଲେ ।