Search for:
  • Home/
  • ରାଜ୍ୟ/
  • ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବିଶିଷ୍ଟ ସମାଜସେବୀ ଡ. ବିପିନ ବିହାରୀ ମିଶ୍ର

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବିଶିଷ୍ଟ ସମାଜସେବୀ ଡ. ବିପିନ ବିହାରୀ ମିଶ୍ର

Spread the love

Loading

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବିଶିଷ୍ଟ ସମାଜସେବୀ ଡ. ବିପିନ ବିହାରୀ ମିଶ୍ର
ଭୁବନେଶ୍ୱର, ୨୩.୬ : ରାଜ୍ୟର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଦେଶର ଜଣାଶୁଣା ସମାଜସେବୀ ଡ. ବିପିନ ବିହାରୀ ମିଶ୍ର । ବମ୍ବେ ଓଡ଼ିଆ ସମାଜର ସଭାପତି ଡ. ମିଶ୍ର ରାଜ୍ୟ ଅତିଥି ଭବନଠାରେ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ନୂଆ ସରକାର ଗଠନର ଅଭିନନ୍ଦନ ଜଣାଇ ସଫଳତା କାମନା କରିଥିଲେ । ଏଥିସହିତ ବମ୍ବେ ତଥା ବାହାର ରାଜ୍ୟମାନଙ୍କରେ ବସବାସ କରୁଥିବା ଓଡ଼ିଆ ଭାଇ ଭଉଣୀମାନଙ୍କ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଏହି ଅବସରରେ ଡ. ବିପିନ ବିହାରୀ ମିଶ୍ର କହିଥିଲେ କି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆମ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ସହ ଦୀର୍ଘଦିନରୁ ଜଡ଼ିତ । ଆମର ବହୁ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ଆମକୁ ସବୁବେଳେ ପ୍ରେରଣା ଦେଇଆସିଛି । ତାଙ୍କର ବହୁମୂଲ୍ୟ ତଥା ଦୂରଦୃଷ୍ଟିସମ୍ପନ୍ନ ପରାମର୍ଶ ଆମକୁ ସେବା କାମ କରିବାରେ ବହୁମାତ୍ରାରେ ଉତ୍ସାହିତ କରିଆସିଛି । ଆଜି ଆମେ ବହୁତ ଖୁସି ଯେ, ରାଜ୍ୟରେ ଏଭଳି ଜଣେ ମେଳାପୀ, ଜନପ୍ରିୟ ତଥା ଉଦାର ହୃଦୟର ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆମେ ଆଶା କରୁଛୁ ତାଙ୍କ ନେତୃତ୍ୱରେ ଓଡ଼ିଶା ବିକାଶର ଚରମ ସୋପାନରେ ପôହପାରିବ ।

Leave A Comment

All fields marked with an asterisk (*) are required