ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚରଣରେ ସମର୍ପିତ ଚନ୍ଦନ ଉତ୍ସବ:ସୁଗନ୍ଧ ରେ ମହକିଲା ଗୁଆଝର।
ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚରଣରେ ସମର୍ପିତ ଚନ୍ଦନ ଉତ୍ସବ:ସୁଗନ୍ଧ ରେ ମହକିଲା ଗୁଆଝର।
•ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ଚନ୍ଦନ ଲଗାଇଲେ ବିଧାୟକ ବାବୁ ସିଂ
ପୁରୁଣା ଭୁବନେଶ୍ୱର,ତା.୨୦/୦୬: ଗୁରୁବାର ସଂଧ୍ୟା ରେ ଏକାମ୍ର କ୍ଷେତ୍ରର ଗୁଆଝର ପାଣି ନାନାଦି ସୁଗନ୍ଧ ରେ ମହକି ଉଠୁଥିଲା। ଏହା ସହିତ ଏଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ମଲ୍ଲି ଫୁଲ ମାଳ ସହିତ ଚନ୍ଦନ ବିମଣ୍ଡିତ ହୋଇଥିଲେ। ଯାହା ସମସ୍ତଙ୍କୁ ଏକ ପ୍ରକାର ଦିବ୍ୟ ଅନୁଭୂତି ପ୍ରଦାନ କରିଥିଲା।କେଦାରଗୌରୀ ନିକଟ ଗୁଆଝରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ଚରଣରେ ସମର୍ପିତ ଚନ୍ଦନ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି ।ଏକାମ୍ର ବିଧାୟକ ବାବୁ ସିଂ ଙ୍କ ନେତୃତ୍ୱରେ ଏହି ଉତ୍ସବ ଖୁବ୍ ଧୁମ୍ ଧାମରେ ପାଳିତ ହୋଇଯାଇଅଛି। ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳିରୁ ନିସ୍ତାର ପାଇଁ ଗୁଆଝରରେ ସ୍ନାନ କରିବା ସହ ଦେହରେ ସୁବାସିତ ଚନ୍ଦନ ଓ ବେକରେ ମଲ୍ଲି ମାଳ ପକେଇ ଉତ୍ସବକୁ ମହା ଆଡ଼ମ୍ବରରେ ପାଳିତ କରାଯାଇ ଅଛି। ଏହି ଅବସରରେ ଗୁଆଝର ପୁଷ୍କରିଣୀ କୁ ପଦ୍ମ ଫୁଲ ଓ ଆଲୋକ ରେ ସୁସଜ୍ଜିତ କରାଯାଇଥିଲା। ରାତ୍ର ରେ ଉତ୍ସବକୁ ଉତ୍ସବ ମୁଖର କରିବା ପାଇଁ ଓଡ଼ିଶାର ବିଶିଷ୍ଟ କଣ୍ଠ ଶିଳ୍ପୀ ମାନଙ୍କ ଦ୍ଵାରା ଭଜନ ପରିବେଷଣ ସହ ସମସ୍ତଙ୍କ ପାଇଁ ଆନନ୍ଦ ବଜାର ବ୍ୟବସ୍ଥା କରାଯାଇଥିଲା।ଏହି ଉତ୍ସବ ରେ ଓଡ଼ିଶା ପ୍ରଦେଶ ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଧାୟକ ଆଶ୍ରିତ ପଟ୍ଟନାୟ,ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ନିରଞ୍ଜନ ମିଶ୍ର, ଦୁଧିପ୍ତ ରାୟ,ସୁରେନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ରଣସିଂହ, ଅରୁଣ ପୁରୋହିତ,ଦିଲ୍ଲୀପ ବେହେରା, ରାଜେନ୍ଦ୍ର ପଣ୍ଡା, ସୋୟମ ସେବକ ରାୟ, ସୁଭାଷିନୀ ପୃଷ୍ଟି,ବରିଷ୍ଟ କଂଗ୍ରେସ ନେତା ସୁର ରାଉତରାୟ, ଭୁବନେଶ୍ୱର ମହାନଗର ନିଗମ ର ବହୁ କର୍ପୋରେଟର ଙ୍କ ସହିତ ବିଜେପି ଓଡ଼ିଶା ପ୍ରଦେଶ ଓ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ର ସମସ୍ତ ନେତୃତ୍ୱ ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀର ଅଗଣିତ ଜନସାଧାରଣ ସାମିଲ ହୋଇ ପ୍ରଭୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ଆରଧନା କରି ଆନନ୍ଦ ଉଲ୍ଲାସ ସହକରେ ଚନ୍ଦନ ଉତ୍ସବ ପାଳନ କରିଥିଲେ।