Search for:
  • Home/
  • ରାଜ୍ୟ/
  • ଗତବର୍ଷ କମା ଯାଇଥିଲା ସିକ୍ୟୁରିଟି, ୭ ବର୍ଷରେ କ୍ଷତି ୬୫ କୋଟି

ଗତବର୍ଷ କମା ଯାଇଥିଲା ସିକ୍ୟୁରିଟି, ୭ ବର୍ଷରେ କ୍ଷତି ୬୫ କୋଟି

Spread the love

Loading

ପୁଣି ଚର୍ଚ୍ଚାରେ କେଶରୀ ମଲ୍‌: ୪ ଦୋକାନ ନିଲାମ ଡାକିଲା ବିଏମ୍‌ସି
ଗତବର୍ଷ କମା ଯାଇଥିଲା ସିକ୍ୟୁରିଟି, ୭ ବର୍ଷରେ କ୍ଷତି ୬୫ କୋଟି
ଭୁବନେଶ୍ବର: ଅସରାଏ ବର୍ଷାରେ ଉବୁଟୁବୁ ହେଉଛି ରାଜଧାନୀ। ବର୍ଷ ବର୍ଷ ଧରି ଜଳବନ୍ଦୀ ସମସ୍ୟା ସମାଧାନ ହୋଇ ପାରୁନି। ଏଭଳି ଏକ ଗୁରୁତର ପ୍ରସଙ୍ଗକୁ ନେଇ ଆଜି ସମୀକ୍ଷା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଏମ୍‌ସି ଏକାମ୍ର ହଲ୍‌ରେ ବସିଥିବା ଏହି ସମୀକ୍ଷା ବୈଠକରେ କୌଣସି ପରିସ୍ଥିତିରେ ଯେଭଳି ଗୋଟିଏ ବି ଜୀବନ ପ୍ରଭାବିତ ହେବନି ତାହା ଉପରେ ଗୁରୁତ୍ବ ଦେଇଛନ୍ତି। ଏକାମ୍ର ବିଧାୟକ ବାବୁ ସିଂହ ମଧ୍ୟ ଜଳବନ୍ଦୀ ସମସ୍ୟା ସମାଧାନ ଦିଗରେ ପ୍ରସ୍ତାବ ଦେବାସହ ଯୁଦ୍ଧକାଳୀନ ଭିତ୍ତି‌ରେ ନଳା ସଫା କରିବାକୁ କହିଛନ୍ତି। ମେୟର ସୁଲୋଚନା ଦାସ, କମିସନର ରାଜେଶ ପ୍ରଭାକର ପାଟିଲ୍‌, ବିଡିଏ ଉପାଧ୍ୟକ୍ଷ ବଲ୍‌ୱନ୍ତ ସିଂହଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀମାନେ ନଳାର ସ୍ଥିତି ସମେତ ସମସ୍ୟା‌ ଓ ସମାଧାନ ବାବଦରେ ଅବଗତ କରାଇଛନ୍ତି। ଏଯାବତ୍‌ ୫୦ ପ୍ରତିଶତ ନଳା ସଫା ହୋଇନଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ବିଏମ୍‌ସି ଆସନ୍ତା ମୌସୁମୀ ବର୍ଷା ପାଇଁ ପ୍ରସ୍ତୁତ ଥିବା ସାଂସଦଙ୍କୁ ପ୍ରତିଶ୍ରୁତି ଦେଇଛି। ଜଳବନ୍ଦୀ ସମସ୍ୟା ସହ କଳିଙ୍ଗ ଷ୍ଟାଡିୟମରେ ପ୍ରାତଃଭ୍ରମଣ ପାଇଁ ସୁଯୋଗ ଦେବା ଓ ଝାରପଡ଼ାରେ ଉଚ୍ଛେଦ ହୋଇଥିବା ହାଟ ବ୍ୟବସାୟୀଙ୍କ ସମସ୍ୟା ସମାଧାନ ଉପରେ ସାଂସଦ ଆଲୋଚନା କରିଥିଲେ। ତାଙ୍କ ସହ ଏକାଧିକ ବିଜେପି କର୍ମୀ ଯଥା, ଦୁଇ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ପ୍ରିୟଦର୍ଶୀ ମିଶ୍ର, ରଶ୍ମୀ ମହାପାତ୍ର ଓ ଅନ୍ୟମାନେ ରହିଥିଲେ।

Leave A Comment

All fields marked with an asterisk (*) are required