ପଣ୍ଡିତ କୃପାସିନ୍ଧୁ ମିଶ୍ର ଜଣେ ବିଶିଷ୍ଟ ଐତିହାସିକ ଥିଲେ
ପଣ୍ଡିତ କୃପାସିନ୍ଧୁ ମିଶ୍ର ଜଣେ ବିଶିଷ୍ଟ ଐତିହାସିକ ଥିଲେ।
ଭୁବେଶ୍ବର :୧୬.୦୭ ପଣ୍ଡିତ କୃପାସିନ୍ଧୁ ମିଶ୍ର ଜଣେ ସଫଳ ଶିକ୍ଷାବିତ୍ ଓ ବିଶିଷ୍ଟ ଐତିହାସିକ ଥିଲେ ବୋଲି ବିରଜା ପ୍ରସାଦ ଶତପଥୀଙ୍କ ସଭାପତିତ୍ବରେ ଲେଖକ ସମବାୟ ସମିତି ପରିସରରେ ଅନୁଷ୍ଠିତ ପୂଜ୍ୟ ପୂଜା ଓଡ଼ିଶା ମାସିକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ବିଭିନ୍ନ ଉଦାହରଣ ମାଧ୍ୟମରେ ଏହା ପ୍ରକାଶ କରିଥିଲେ। ବାରବାଟି ଓ କୋଣାର୍କକୁ ଲୋକଲୋଚନକୁ ଆଣିବାରେ ତାଙ୍କର ଭୂମିକା ଗୁରୁତ୍ବ ପୂର୍ଣ୍ଣ ଥିଲା ଯାହା ଓଡ଼ିଆ ଭାଷା ସାହିତ୍ୟର ଅମୂଲ୍ୟ ଗ୍ରନ୍ଥ ଅଟେ। ବକ୍ତା ଓ ଆଲୋଚକ ଭାବେ କିଶୋର ଚନ୍ଦ୍ର ଗଡତିଆ, ପର୍ଶୁରାମ ଦ୍ଵିବେଦୀ, ଆରତି କର, ମିନତି ଷଡଙ୍ଗୀ, ନାଟ୍ୟକାର ବିଜୟ କୁମାର ମହାନ୍ତି, ବିମଳା ସିଂହ, ବାବାଜୀ ଚରଣ ବିଶ୍ବାଳ , ରାମନାରାୟଣ ମିଶ୍ର ଆଦି ମିଶ୍ରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରି ସମସ୍ତ ପ୍ରତିକୁଲତା ଭିତରେ କିପରି ଅନୁକୂଳ ପରିବେଶ ସୃଷ୍ଟି କରି ବନବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ନେବା ଓ ଶୃଙ୍ଖଳା ସହ ପରିଚାଳନା କରିଥିଲେ ତାହା ବର୍ଣ୍ଣନା କରି ଥିଲେ। ପ୍ରାରମ୍ଭରେ ସମ୍ପାଦକ ରମାକାନ୍ତ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ପଣ୍ଡିତ ମିଶ୍ରଙ୍କ ଜୀବନ ଦର୍ଶନ ଉପରେ ସମ୍ୟକ ଆଲୋକପାତ କରିଥିଲେ। ପ୍ରଦୀପ୍ତ କୁମାର ବିଶ୍ବାଳ ପଣ୍ଡିତ ମିଶ୍ରଙ୍କ ଜୀବନ ର ଅବଧି 38 ବର୍ଷ ମଧ୍ୟରେ ଏହି ସମସ୍ତ କାର୍ଯ୍ୟ କରିଥିବାରୁ ତାଙ୍କୁ ବିସ୍ମୟ ପୁରୁଷ ଭାବେ ଅଭିହିତ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।