Search for:
  • Home/
  • ରାଜ୍ୟ/
  • ରାତି ପାହିଲେ ପେଡି ଖୋଲିବ, କାହା ହାତରେ ଜନତା ଦେଇଥିବେ ଶାସନ ଭାର

ରାତି ପାହିଲେ ପେଡି ଖୋଲିବ, କାହା ହାତରେ ଜନତା ଦେଇଥିବେ ଶାସନ ଭାର

Spread the love

Loading

ରାତି ପାହିଲେ ପେଡି ଖୋଲିବ, କାହା ହାତରେ ଜନତା ଦେଇଥିବେ ଶାସନ ଭାର…ଜଣାପଡିବ..
ଭୁବନେଶ୍ୱର : ରାତି ପାହିଲେ ଇଭିଏମ୍ ପେଡି ଖୋଲିବ। ପୋଷ୍ଟାଲ ବାଲଟରେ ଭୋଟ୍ ଗଣତି ହେବ। ଦେଶ ତଥା ଓଡ଼ିଶାର ଶାସନ ଭାର କାହାକୁ ମିଳିବ, ତାହା ସ୍ପଷ୍ଟ ହେବ। ମଙ୍ଗଳବାର ସକାଳ ୮ଟାରୁ ଭୋଟ୍‌ ଗଣତି ହେବ। ତେବେ ଭୋଟ୍ ଗଣତି ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ମତଦାନ ସମ୍ପର୍କିତ ପରିସଂଖ୍ୟନ ସାର୍ବଜନୀନ କରିଛନ୍ତି। ଇସିଆଇଙ୍କ ପକ୍ଷରୁ କୁହାଯାଇଛି ଯେ, ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ କରିଛି। ଭାରତରେ ୬୪୨ ନିୟୁତ ଭୋଟର ଅଛନ୍ତି। ଏହି ସଂଖ୍ୟା ବିଶ୍ୱରେ ଥିବା ଚଳିତ ନିର୍ବାଚନରେ ୬୪ କୋଟିରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି। ଏହି ନିର୍ବାଚନରେ ଭାରତ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ବୋଲି ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ମହିଳା ଭୋଟରଙ୍କୁ ସମ୍ମାନ ଜଣାଇଛନ୍ତି। ୨୦୧୯ ଠାରୁ ୨୦୨୪ରେ ଦେଶରେ ଅଧିକ ମହିଳା ମତଦାତା ଅଛନ୍ତି। ୩୧ କୋଟିରୁ ଅଧିକ ମହିଳା ଭୋଟରଙ୍କୁ ନେଇ ମତଦାନ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ନିର୍ବାଚନ କମିଶନ। ଜମ୍ମୁ-କଶ୍ମୀରରେ ରେକର୍ଡ ମତଦାନ ହୋଇଛି। ଚଳିତ ବର୍ଷ ଗତ ୪ ଦଶନ୍ଧି ମଧ୍ୟରେ ଜମ୍ମୁ କାଶ୍ମୀରରେ ସର୍ବଧିକ ମତଦାନ ହୋଇଛି। ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶା ଭଳି ନକ୍ସଲପ୍ରବଣ ଅଞ୍ଚଳରେ ମାଓ ହିଂସା ହୋଇନି ବୋଲି ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ସେହିପରି ଚଳିତ ଲୋକସଭା ନିର୍ବାଚନରେ ରି-ପୋଲିଂ କମିଛି। ୨୭ ରାଜ୍ୟର କୌଣସି ବି ବୁଥ୍‌ରେ ହୋଇନି ପୁନଃ ମତଦାନ। ୨୦୧୯ ନିର୍ବାଚନରେ ୫୪୦ ସ୍ଥାନରେ ରି-ପୋଲିଂ ହୋଇଥିଲା। ହେଲେ ୨୦୨୪ରେ ମାତ୍ର ୩୯ଟି ବୁଥ୍‌ରେ ସାନି ମତଦାନ ହୋଇଛି। ମଣିପୁର, ଅରୁଣାଚଳ ପ୍ରଦେଶର ସର୍ବାଧିକ ୨୫ଟି ବୁଥ୍‌ରେ ସାନି ମତଦାନ ହୋଇଛି। ବାକି ୧୪ଟି ସାନି ମତଦାନ ଅନ୍ୟ ରାଜ୍ୟର ବୁଥ୍‌ରେ ହୋଇଛି ବୋଲି ଇସିଆଇ କହିଛନ୍ତି। ୧.୫ କୋଟି ଭୋଟର ଏବଂ ସୁରକ୍ଷା କର୍ମୀ ଯାତାୟତ ପାଇଁ ୧୩୫ଟି ସ୍ୱତନ୍ତ୍ର ଟ୍ରେନ୍, ୪ ଲକ୍ଷ ବାହାନ ଏବଂ ୧୬୯୨ଟି ଫ୍ଲାଟ ବ୍ୟବହାର କରାଯାଇଥିଲା ୬୮୭୬୩ ମନିଟରିଂ ଦଳ ନିର୍ବାଚନ ଉପରେ ନଜର ରଖିଥିଲେ ବୋଲି ଇସିଆଇ କହିଛନ୍ତି।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required