ପାଲେଷ୍ଟାଇନ ରେ ଶାନ୍ତି ପ୍ରତିଷ୍ଠା ପାଇଁ ବାମ ଗଣତାନ୍ତ୍ରିକ ଦଳମାନଙ୍କ ରାଜଧାନୀ ରେ ଗଣ ପ୍ରତିବାଦ
ପାଲେଷ୍ଟାଇନ ରେ ଶାନ୍ତି ପ୍ରତିଷ୍ଠା ପାଇଁ ବାମ ଗଣତାନ୍ତ୍ରିକ ଦଳମାନଙ୍କ ରାଜଧାନୀ ରେ ଗଣ ପ୍ରତିବାଦ
ଭୁବନେଶ୍ୱର:ସାମ୍ରାଜ୍ୟବାଦି ଇସ୍ରାଏଲ ର ପାଲେଷ୍ଟାଇନ ରେ ଗଣ ହତ୍ୟା ବନ୍ଦ, ଦୀର୍ଘ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା, ପାଲେଷ୍ଟାଇନ କୁ ରାଷ୍ଟ୍ର ର ମାନ୍ୟତା ଦାବୀରେ ଆଜି ସମଗ୍ର ଭାରତ ବର୍ଷ ରେ ଏବଂ ଓଡ଼ିଶା ର ରାଜଧାନୀ ଭୁବନେଶ୍ୱର ସହରରେ ବାମପନ୍ଥୀ ଧର୍ମନିରପେକ୍ଷ ଦଳମାନଙ୍କ ପକ୍ଷରୁ ଗଣ ପ୍ରତିବାଦ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭା ରେ ଭାରତ ସରକାର ତୁରନ୍ତ ଜାତିସଂଘ ସାଧାରଣ ପରିଷଦ ରେ ପାଲେଷ୍ଟାଇନ କୁ ସାର୍ବଭୌମ ରାଷ୍ଟ୍ର ମାନ୍ୟତା ପ୍ରଦାନ, ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ ସହମତି ପ୍ରକାଶ ଦାବି କରି ଭାଷଣ ଦେଇଥିଲେ ସିପିଆଇ, ସିପିଆଇ ((ଏମ୍), ସିପିଆଇ (ଏମ୍ ଏଲ) ଲିବାରେଶନ, ଫରୱାର୍ଡ ବ୍ଲକ୍, ସମାଜବାଦୀ ପାର୍ଟି ର ବରିଷ୍ଠ ନେତୃବୃନ୍ଦ ସର୍ବଶ୍ରୀ ଅଳୀ କିଶୋର ପଟ୍ଟନାୟକ, ଅଭୟସାହୁ, ରାଧାକାନ୍ତ ସେଠୀ, ରବି ବେହେରା, ଜ୍ୟୋତି ରଞ୍ଜନ ମହାପାତ୍ର, ଦୁଷ୍ମନ୍ତ ଦାସ, ସୁରେଶ ପାଣିଗ୍ରାହୀ, କ୍ଷୀରୋଦ ସିଂଦେଓ, ଡ. ଅମିୟ କୁମାର ମହାନ୍ତି, ମହେନ୍ଦ୍ର ପରିଡ଼ା, ସଞ୍ଜୟ ନାୟକ, ଛାତ୍ର ନେତା ଆୟାଜ୍ । ଏହି ବିକ୍ଷୋଭ ପ୍ରତିବାଦ କୁ ଆୟୋଜନ ଓ ସଂଯୋଜନା କରିଥିଲେ ମାନବାଧିକାର କର୍ମୀ ଶ୍ରୀ ପ୍ରଦୀପ୍ତ ନାୟକ। ଏଥିରେ ବହୁସଂଖ୍ୟକ ବାମପନ୍ଥୀ ଧର୍ମନିରପେକ୍ଷ ନେତା ଓ କର୍ମୀ ବୃନ୍ଦ ଛାତ୍ର, ମହିଳା ଓ ଶ୍ରମଜୀବୀ ଜନଗଣ।