ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ
*ମିଶନଶକ୍ତିର ସିଆରପି, ଏମବିକେ ଓ ଜିପିଏଲ୍ଏଫଙ୍କୁ ଦଳୀୟ କର୍ମୀ ସଜାଇଛି ଶାସକ ବିଜେଡି : ଦିଲୀପ ମଲ୍ଲିକ*
ଯାଜପୁର ଜିଲ୍ଲା କୋରେଇ ବ୍ଲକ କରଦା ପଂଚାୟତ ରାଣୀଗୋଡା ଗାଁର ସିଆରପି ବାସନ୍ତୀ ଓଝାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ପଦବୀରୁ ବହିଷ୍କାର ସହ ଗିରଫ କରାଯାଉ
ପୁରୀ ଜିଲ୍ଲା ଗୋପ ବ୍ଲକ ନିମାପଡା ବିଧାନସଭା ମଣ୍ଡଳୀର ସିଆରପି ଜୟନ୍ତୀ ସାହୁ, ଜିପିଏଲଏଫ ସଭାପତି ସବିତା ଖଣ୍ଡୁଆଲ, ସମ୍ପାଦିକ ସ୍ୱପ୍ନା ପାଣି, ସିଆରପି କାବେରୀ ମହାରଣାଙ୍କୁ ଗିରଫ ସହ ପଦବୀରୁ ତୁରନ୍ତ ବହିଷ୍କାର କରାଯାଉ
ଭୁବନେଶ୍ୱର, ତା.୨୭/୦୫: ୨୦୨୪ ନିର୍ବାଚନର ତୃତୀୟ ପର୍ଯ୍ୟାୟ ସମାପ୍ତ ପରେ ବିିଭିନ୍ନ ସଂସ୍ଥାର ଆକଳନ ବିଜେପି ସପକ୍ଷରେ ଯାଉଥିବା ଜାଣିପାରି ଶାସକ ବିଜେଡି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ନିଜ ସପକ୍ଷରେ ଆଣିବା ପାଇଁ ସବୁ ପ୍ରକାର କଳ,ବଳ, କୌଶଳ ପ୍ରୟୋଗ କରୁଛି । ସେଥିରେ ସେ କଦାପି ସଫଳ ହେବ ନାହିଁ କାରଣ ଓଡ଼ିଶାର ଜନତା ମନସ୍ଥ କରିଛନ୍ତି ବିଜେପି ସରକାର ଗଠନ କରିବେ । ବିଜେଡି ୨୫ବର୍ଷ ଶାସନରେ କ’ଣ କରିଛି ତାହା ଉପରେ ବିଜେପି ପ୍ରଶ୍ନ କରିବା ପରେ ଶାସକ ଦଳ ବ୍ୟତିବ୍ୟସ୍ତ ହୋଇଛି । ଓଡ଼ିଶାର ଲୋକଙ୍କୁ ଉତର ଦେବା ପରିବର୍ତେ କିଛି ସରକାରୀ କର୍ମଚାରୀଙ୍କୁ ଲଗାଇ ଟଙ୍କା ବାଂଟିବା ଆରମ୍ଭ କରିଛି । ପୂର୍ବ ନିର୍ବାଚନ ଗୁଡିକରେ ଅଭ୍ୟାସଗତ ଭାବେ ଟଙ୍କା ବାଂଟି ଆସୁଥିବା ବିଜେଡି ଏଥର ପରାଜୟ ସୁନିଶ୍ଚିତ ଜାଣି ଅଧିକ ମାତ୍ରାରେ ଟଙ୍କା ବାଂଟୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି ।
ଯାଜପୁର ଜିଲ୍ଲା କୋରେଇ ବ୍ଲକ କରଦା ପଂଚାୟତ ରାଣୀଗୋଡା ଗାଁର ସିଆରପି ବାସନ୍ତୀ ଓଝା ବିଜୁ ଜନତା ଦଳର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି । ଶ୍ରୀମତୀ ଓଝା ଗାଁମାନଙ୍କ ବୈଠକ କରି ଲୋକଙ୍କୁ ଟଙ୍କା ବାଂଟି ବିଜେଡିକୁ ଭୋଟ ଦେବାକୁ ପ୍ରବର୍ତାଉଛନ୍ତି । ଏହାଦ୍ୱାରା ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ ହେଉଥିଲେ ମଧ୍ୟ ଶ୍ରୀମତୀ ଓଝାଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ସିଆରପି ପଦରୁ ବହିଷ୍କାର ଓ ଗିରଫ କରାଯାଉ ବୋଲି ବିଜେପି ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ସେହିଭଳି ପୁରୀ ଜିଲ୍ଲା ଗୋପ ବ୍ଲକ ନିମାପଡା ବିଧାନସଭା ମଣ୍ଡଳୀର ସିଆରପି ଜୟନ୍ତୀ ସାହୁ, ଜିପିଏଲଏଫ ସଭାପତି ସବିତା ଖଣ୍ଡୁଆଲ, ସମ୍ପାଦିକ ସ୍ୱପ୍ନା ପାଣି, ସିଆରପି କାବେରୀ ମହାରଣା ଗାଁର ମହିଳା ଭୋଟରଙ୍କୁ ପ୍ରଲୋଭିତ କରି ବିଜେଡିକୁ ଭୋଟ ଦେବାକୁ ପ୍ରବର୍ତାଉଛନ୍ତି । ଏଥିସହ ମହିଳା ଭୋଟରଙ୍କୁ ଟଙ୍କାର ଲୋଭ ଦେଖାଇ ଶାସକ ଦଳକୁ ଭୋଟ ଦେବାକୁ କହୁଛନ୍ତି । ତାଙ୍କ ନିକଟରୁ ବିଜେପି ମହିଳା କର୍ମୀମାନେ ନଗତ ଅଢ଼େଇ ଲକ୍ଷ ଟଙ୍କା ଜବତ କରିଛନ୍ତି । ଯାହାର ଭିଡିଓ ସିଇଓ ହସ୍ତାନ୍ତର କରିଛି ବିଜେପି, ଯାହା ଆଇନ ବିରୋଧୀ । ସେମାନଙ୍କୁ ପଦବୀରୁ ଯଥାଶୀଘ୍ର ବହିଷ୍କାର କରାଯିବା ସହିତ ଆଇନ ଅନୁଯାୟୀ ଗିରଫ କରିବା ପାଇଁ ଦାବି କରିଛି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ବରିଷ୍ଠ ନେତ୍ରୀ ନିୟତି ଗିରି, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।