Search for:
  • Home/
  • ରାଜ୍ୟ/
  • ନିର୍ବାଚନ ପ୍ରଚାର ଶେଷ କଲେ ଅଶୋକ ପଣ୍ଡା ।

ନିର୍ବାଚନ ପ୍ରଚାର ଶେଷ କଲେ ଅଶୋକ ପଣ୍ଡା ।

Spread the love

Loading

ନିର୍ବାଚନ ପ୍ରଚାର ଶେଷ କଲେ ଅଶୋକ ପଣ୍ଡା ।

ଭୁବନେଶ୍ୱର:ଆଜି ନିର୍ବାଚନ ପ୍ରଚାର ଅନ୍ତିମ ଦିନରେ ମନ୍ତ୍ରୀ ତଥା ଭୁବନେଶ୍ଵର ଏକାମ୍ର ବିଜେଡ଼ି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ୨୦୦୯ ମସିହାରୁ ଏକାମ୍ର ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ଭାବେ ତିନି ତିନି ଥର ଏକାମ୍ରବାସୀ ତାଙ୍କ ଉପରେ ଆସ୍ଥା ଭାଜନ କରିଥିବାରୁ ଅଞ୍ଚଳବାସୀଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ଚଳିତ ନିର୍ବାଚନରେ ଚତୁର୍ଥଥର ପାଇଁ ଏକାମ୍ରବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେବେ ବୋଲି ମୋର ବିଶ୍ଵାସ ଅଛି ବୋଲି ଶ୍ରୀ ପଣ୍ଡା ପ୍ରଚାର ସମୟରେ କହିଥିଲେ । ପୁନଶ୍ଚ ଏକାମ୍ର ଅଞ୍ଚଳରେ ଲିଙ୍ଗରାଜଙ୍କ ଆଇନ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସମସ୍ଯା ସୃଷ୍ଟି କରିଆସୁଥିବା କେନ୍ଦ୍ର ସରକାରଙ୍କ ଉପରେ ଆଗାମୀ ଦିନରେ ଚାପ ପକାଇ ଅଧୁରା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ରୂପ ଦେବେ ବୋଲି ସେ କହିଥିଲେ । ଆଜି ସକାଳୁ ୬୪ ନଂ ୱାର୍ଡ ଯଦୁପୁର, ଯଦୁପୁର ଓଡ଼ିଆ ସାହିର ବିଭିନ୍ନ ଅଞ୍ଚଳ, ୫୭ ନଂ ୱାର୍ଡ ପାଣ୍ଡବ ନଗର, ୪୯ ନଂ ୱାର୍ଡର ଶ୍ରୀକ୍ଷେତ୍ର ବିହାର, ୨୩ ନଂ ୱାର୍ଡର କଳିଙ୍ଗ ବିହାର, ୱାର୍ଡ ନଂ ୫୪ ପୁରୁଣା ଭୁବନେଶ୍ଵରର ଗୋଡ଼ି ପୋଖରୀ ସାହି ପ୍ରଭୁତି ଅଞ୍ଚଳ ବୁଲି ବୁଲି ଭୋଟ ଭିକ୍ଷା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ସକିବା ମୁସାରଫ, ସନ୍ତୋଷ ସିଂହ, ସଞ୍ଜୁକ୍ତା ସୁନ୍ଦରାୟ, କିରଣ ମାଝି, ଶିବ ପ୍ରସାଦ ବେହେରା ପୂର୍ବତନ କର୍ପୋରେଟର ମୁଜାହିଦ ହୁସେନ, ଅଶ୍ଵିନୀ ସୁନ୍ଦରାୟ, ଦିଲୀପ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required