Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱର ଜିଲ୍ଲା ବିଜେଡି ଯୁବ ସଭାପତି ସମରେଶ ବେଉରା ବିଜେପିରେ ସାମିଲ

ଭୁବନେଶ୍ୱର ଜିଲ୍ଲା ବିଜେଡି ଯୁବ ସଭାପତି ସମରେଶ ବେଉରା ବିଜେପିରେ ସାମିଲ

Spread the love

Loading

*ଏକାମ୍ର ରେ ବିଜେଡ଼ି ଛିଡ଼ୁଛି ବିଜେପି ବଢୁଛି।*

•ଭୁବନେଶ୍ୱର ଜିଲ୍ଲା ବିଜେଡି ଯୁବ ସଭାପତି ସମରେଶ ବେଉରା ବିଜେପିରେ ସାମିଲ ହେଲେ

•ଏକାମ୍ର ରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ:- ବାବୁ ସିଂ

ଭୁବନେଶ୍ୱର, ତା.୨୨/୦୫: ଏକାମ୍ର ବାସୀ ପରିବର୍ତନ ମୁହାଁ । ଏଥିଲାଗି ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ହାତ ମୁଠାକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ଦିନ ଅନ୍ୟ ଦଳରୁ ବହୁ ନେତା ବିଜେପି ପରିବାରରେ ଯୋଗ ଦେଉଛନ୍ତି । ସ୍ଥାନୀୟ ବିଧାୟକ ଙ୍କ କାର୍ଯ୍ୟରେ ଅତିଷ୍ଟ ହୋଇ ପ୍ରତି ଦିନ ବିଜେଡ଼ି ନେତା ଦଳ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି। ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ନିର୍ମଳ ଭାବମୃକ୍ତୀ, ଶାନ୍ତ,ସରଳ ପରୋପକାରୀ ଗୁଣ ପାଇଁ ତାଙ୍କ ସହ ଯୋଡ଼ି ହେଉଛନ୍ତି ଅନ୍ୟ ଦଳର ନେତା।ଦିନକୁ ଦିନ ଏକାମ୍ର ରେ ବିଜେଡ଼ି ଦୁର୍ବଳ ହେବାରେ ଲାଗିଛି। ବିଜେପି ତାର ଶକ୍ତି ବୃଦ୍ଧି କରିବାରେ ଲାଗିଛି।ଏକାମ୍ର ରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ । ବିଜେପି ଏକାମ୍ର ରେ ଦିନକୁ ଦିନ ବିଜୟ ପଥରେ ଅଗ୍ରସର ହେଉଛି।“କେନ୍ଦ୍ରରେ ମୋଦି ସରକାର” ଓ “ଓଡ଼ିଶାରେ ବିଜେପିର ସରକାର” ଗଠନ ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପିକୁ ବିଜୟୀ କରିବା ଦିଗରେ ଆପଣମାନଙ୍କ ଯୋଗ ଦାନ ସହାୟକ ହେବ ବୋଲି ବାବୁ ସିଂ କହିଛନ୍ତି।ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭୁବନେଶ୍ୱର ଜିଲ୍ଲାର ବିଜେଡି ଯୁବ ସଭାପତି ସମରେଶ ବେଉରା, ଜିଲ୍ଲା ବିଜେଡି ଯୁବ ସମ୍ପାଦକ ରାଜେଶ ପ୍ରଧାନ, ପୂର୍ବତନ ଯୁବ ସାଧାରଣ ସମ୍ପାଦକ ଭବାନୀଶଙ୍କର ପରିରାୟ, ସୌମ୍ୟରଞ୍ଜନ ସେଠୀ, ବିଶ୍ୱଜିତ୍ ପ୍ରଧାନ, ବାପି ବେଉରା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଜୟ ପ୍ରକାଶ ଦଳାଇ, ସ୍ମୃତି ରଞ୍ଜନ ପ୍ରଧାନ, ଅମଦୀପ ବେହେରା, ଚନ୍ଦନ ବେହେରା, ରବୀନ୍ଦ୍ର ବେହେରା, ବଳରାମ ବେହେରା, ଅନନ୍ତ ବେହେରା, ଉତମ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସିଆଲ, ସୂର୍ଯ୍ୟ ବେହେରା, ଦୀପକ ବେହେରା, ଆଶିଷ ନାୟକ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ବିଜୟ ପାଲ ସିଂ ତୋମାର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ବିଜେପି ନେତା ସଂଗ୍ରାମ ମାର୍ଥା, ଉପେନ୍ଦ୍ର ଭଞ୍ଜ,ଅମ୍ବିକା ମହାରଣା, ମୁରଲୀ ନାୟକ ପ୍ରମୁଖ ଉତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତାଙ୍କୁ ସ୍ୱାଗତ ଜଣାଇଥିଲେ ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required