୧୫ରୁ ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ।ସାବଧାନ ରହିବାକୁ ସୂଚନା
ଭୁବନେଶ୍ୱର: ୧୫ରୁ ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ଅନୁମାନ କରାଯାଇଛି । ଏଥିଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି । ହେଡକ୍ୱାର୍ଟର ନଛାଡିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ସହରର ତଳିଆ ଅଞ୍ଚଳରେ ପାଣି ଜମିଲେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପମ୍ପ୍ ଲଗାଇ ବର୍ଷା ଜଳ ନିଷ୍କାସନ କରିବାକୁ କୁହାଯାଇଛି। ଜଳ ନିଷ୍କାସନ ଲାଗି ଡ୍ରେନ୍ ଗୁଡିକୁ ସଫା ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ନଦୀ ଓ କେନାଲର ଦୁର୍ବଳ ବନ୍ଧ ଉପରେ ନଜର ରଖିବା ସହ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ଆବଶ୍ୟକ ସାମଗ୍ରୀ ରଖିବାକୁ ପରାମର୍ଶ ଦେଇଛନ୍ ତେବେ ଆଜି ସକାଳୁ ଟ୍ୱିନ୍ ସିଟି ସମେତ ଉପକୂଳ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି। ତଳୁଆ ଅଞ୍ଚଳ ଓ ଅଣ୍ଡରପାସ ରୋଡରେ ପାଣିଜମିବା ସମ୍ଭାବନା ରହୁଥିବାରୁ ଆବଶ୍ୟକ ନଥିଲେ ଯାତାୟାତରୁ ନିବୃତ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।