Search for:
  • Home/
  • ରାଜ୍ୟ/
  • ତ୍ୱରାନ୍ୱିତ ହେବ ଦୟାନଦୀ ଉଭୟ ପାର୍ଶ୍ଵ ବନ୍ଧ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ତ୍ୱରାନ୍ୱିତ ହେବ ଦୟାନଦୀ ଉଭୟ ପାର୍ଶ୍ଵ ବନ୍ଧ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

Spread the love

Loading

ତ୍ୱରାନ୍ୱିତ ହେବ ଦୟାନଦୀ ଉଭୟ ପାର୍ଶ୍ଵ ବନ୍ଧ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଭୁବନେଶ୍ୱର ଏକାମ୍ର:ଆଜି ଧଉଳି ଶାନ୍ତି ସ୍ତୂପ ଠାରୁ ବିଶାଳ ମୋଟର ସାଇକେଲ ରାଲିରେ ପ୍ରଚାର ଆରମ୍ଭ କରି ମନ୍ତ୍ରୀ ତଥା ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଦୟା ନଦୀ ଗର୍ଭରେ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ବା ଇନଷ୍ଟ୍ରିଂମ ଷ୍ଟୋରେଜ ସ୍ଟ୍ରକଚର ଖୁବ୍ ଶୀଘ୍ର ନିର୍ମାଣ ହେବାକୁ ଯାଉଛି । ଏହା ଦ୍ଵାରା ଏକାମ୍ର ଅଞ୍ଚଳରେ ଭୂଗର୍ଭ ଜଳସ୍ତର ବୃଦ୍ଧି ପାଇବା ସହ ଚାଷ ବାସ ଏବଂ ଏକାମ୍ର ଅଞ୍ଚଳକୁ ଦୟା ନଦୀରୁ ପାନୀୟ ଜଳ ବୃଦ୍ଧି ପାଇବା ପାଇଁ ସହାୟକ ହେବ । ଏହା ସହ ଦୟା ନଦୀର ଉଭୟ ପାର୍ଶ୍ଵ ବନ୍ଧ ସୁଦୃଢୀକରଣ କାର୍ଯ୍ୟ ଖୁବ୍ ଶୀଘ୍ର ସରିବ ଏବଂ ୬ ଗୋଟି ପଞ୍ଚାୟତକୁ ପାଇପ ଦ୍ଵାରା ଦୟା ନଦୀ ତଟରେ ଏକ ବୃହତ ପାନୀୟଜଳ ବିଶୋଧନାଗାର ପ୍ରକଳ୍ପ (MWTP) ନିର୍ମାଣ ହେବାକୁ ଯାଉଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ପରେ ଶିଶୁପାଳଗଡ଼ ଗ୍ରାମପଞ୍ଚାୟତର ବଡଟାଙ୍ଗୀ ଠାରୁ ପ୍ରଚାର ଆରମ୍ଭ କରି ମହାବୀର ନଗର, ଗଡ଼ମହାବୀର ପ୍ରଭୁତି ଅଞ୍ଚଳବାସୀଙ୍କୁ ସାକ୍ଷାତ କରି ଭୋଟ ଭିକ୍ଷା ମାଗିଥିଲେ । ଶେଷରେ ୱାର୍ଡ ନଂ. ୫୮ରେ ଏକ ସାଧାରଣ ସଭା ରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରୀ କର୍ପୋରେସନର ଉପାଧ୍ୟକ ଡଃ ସନ୍ତୋଷ ବେଜ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ସରପଞ୍ଚ ଚନ୍ଦନ ମଲିକ, ରଶ୍ମୀ ରଞ୍ଜନ ଶ୍ରୀଚନ୍ଦନ, ସମିତି ସଭ୍ୟ ସରସ୍ଵତୀ ସେଠୀ, ବିନୋଦ ରାଉତ, ଭୁବନେଶ୍ଵର ବିଜୁ ଯୁବ ଜନତା ଦଳ ଜୋନ୍ ସଭାପତି ଭଗବାନ ସାହୁ, ଭୁବନେଶ୍ଵର ବ୍ଲକ ବିଧାୟକ ପ୍ରତିନିଧି ହରେକୃଷ୍ଣ ସାହୁ, ଦିଲ୍ଲୀପ ଜେନା, ସୁଧା ରଞ୍ଜନ ଶୁବୁଦ୍ଧି, ଅମିତ ପଟ୍ଟନାୟକ, ପୂର୍ବତନ କର୍ପୋରେଟର ପୁଷ୍ପା ଦାସ, ଶର୍ମିଷ୍ଠା ଜେନା, ସୁପ୍ରଭା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required