ବାହାରିନ ରେ ମୃତ ସାଗର ଙ୍କ ଅସହାୟ ପରିବାରକୁ ସହାୟ ହେଲା ଓଡ଼ିଶା ମୋ ପରିବାର
ବାହାରିନ ରେ ମୃତ ସାଗର ଙ୍କ ଅସହାୟ ପରିବାରକୁ ସହାୟ ହେଲା ଓଡ଼ିଶା ମୋ ପରିବାର
ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲା ବାଗଲପୁର ଗ୍ରାମର ୨୫ବର୍ଷିୟ ଯୁବକ ସାଗର ପ୍ରଧାନ ୧୧ମାସ ତଳେ ରାଜମିସ୍ତ୍ରୀ କାମ କରିବାକୁ ସୁଦୂର ବାହାରିନ ଦେଶକୁ ଯାଇଥିଲେ । ଗତ ୧୫ ଦିନ ତଳେ ହଠାତ୍ ପରିବାରବର୍ଗଙ୍କୁ, ତାଙ୍କ ପୁଅ ଆଉ ନାହିଁ ବୋଲି ଏକ ଦୁଃଖଦପୂର୍ଣ୍ଣ ଖବର ଆସିଲା । ଅଚାନକ ପୁଅର ମୃତ୍ୟୁ ଖବର ଶୁଣି ସାଗରଙ୍କ ବୃଦ୍ଧ ବାପା ଓ ମା’ ଅବାକ୍ ହୋଇଗଲେ । ତଦନ୍ତ ପରେ ଜଣାପଡ଼ିଥିଲା ସାଗର ଆତ୍ମହତ୍ୟା କରିଛନ୍ତି । ପରିବାର ବର୍ଗ ଶେଷ ମୁହୂର୍ତ୍ତରେ ପୁଅର ମୁହଁ ଟିକକ ଦେଖିବା ପାଇଁ ବ୍ୟାକୁଳ ହେଉଥିଲେ ।
କମ୍ପାନୀ ପକ୍ଷରୁ ମୃତଦେହ ବିମାନ ଯୋଗେ ଭୁବନେଶ୍ଵର ଆନ୍ତର୍ଜାତୀୟ ବିମାନବନ୍ଦର ପହଞ୍ଚିବା ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଥିଲା । ଅର୍ଥ ଅଭାବରେ ଥିବାରୁ ପରିବାରବର୍ଗ ବିମାନବନ୍ଦରରୁ ଘରକୁ ମୃତଦେହ ନେବା ପାଇଁ ଓଡ଼ିଆ ସମାଜ ସଂଗଠନର ସହାୟତା ଲୋଡ଼ିଥିଲେ । ଓଡ଼ିଆ ସମାଜ ସଂଗଠନ, ଘଟଣା ସମ୍ପର୍କରେ ଓଡ଼ିଶା-ମୋ ପରିବାରକୁ ଅବଗତ କରାଇବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ନିକଟସ୍ଥ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟଙ୍କ ମାଧ୍ୟମରେ ମୃତଦେହ ଭୁବନେଶ୍ଵରରୁ ଗଞ୍ଜାମସ୍ଥିତ ବାଗଲପୁରରେ ଥିବା ତାଙ୍କ ଗ୍ରାମକୁ ସ୍ଥାନାନ୍ତର କରାଯାଇଥିଲା ।
ଆବଶ୍ୟକ ସମୟରେ ଉପଯୁକ୍ତ ସହାୟତା ଯୋଗାଇ ଦେଇଥିବାରୁ ପରିବାରବର୍ଗ ଶ୍ରୀମତୀ ବୈଦ୍ୟ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।