ନିର୍ବାଚନ ପ୍ରଚାର ପାଇଁ ଆସନ୍ତା କାଲି ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା
ନିର୍ବାଚନ ପ୍ରଚାର ପାଇଁ ଆସନ୍ତା କାଲି ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା
ଆସନ୍ତା କାଲି ୧୯ ତାରିଖରେ ଚଂପୁଆ, କରଂଜିଆ, ବାରିପଦା (କମଳାଶୋଲ) ଏବଂ ବାଙ୍ଗିରୀପୋଷି (ଶାଳବଣିଆ ରଙ୍ଗମାଟିଆ) ଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ
କେନ୍ଦ୍ରମନ୍ତ୍ରୀ ଶ୍ରୀ ମୁଣ୍ଡା ୨୧ ତାରିଖ ଦିନ ମୋରଡା (ଶୁଳିଆପଦା), ଉଦଳା (ଚନ୍ଦ୍ରପୁର ପଂଚାୟତ, ହାତୀମୋଡା ପଡିଆ), ଯଶୀପୁର ଏବଂ ରାଇରଙ୍ଗପୁର (ଗୋରୁମହିଷାଣି)ଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ
ସାଂସଦ ଶ୍ରୀ ଅନୁଭବ ମହାନ୍ତି ଆସନ୍ତା କାଲି ୨୦ ତାରିଖ ଦିନ ଅପରାହ୍ନ ୪ଟାରେ ଚାନ୍ଦବାଲୀଠାରେ ରୋଡ ସୋ କରିବା ସହିତ ଜନସଭାକୁ ସମ୍ବୋଧନ କରିବେ
ଭୁବନେଶ୍ୱର, ତା.୧୯/୦୫: ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ସଭାପତି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡିଶା ଆସୁଛନ୍ତି । ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ରୋଡ ସୋ ଯୋଗ ଦେବେ । ଏହା ପରେ ଅନୁଗୁଳ ଓ କଟକଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦିଜୀ ଯୋଗ ଦେବେ ।
ଏଥି ସହ କେନ୍ଦ୍ର କୃଷିକଲ୍ୟାଣ ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଆସନ୍ତା କାଲି ୧୯ ତାରିଖ ପୂର୍ବାହ୍ନ ୯.୩୦ରେ ଚଂପୁଆ, ପୂର୍ବାହ୍ନ ୧୦.୩୦ରେ କରଂଜିଆ, ପୂର୍ବାହ୍ନ ୧୧.୩୦ରେ ବାରିପଦା (କମଳାଶୋଲ), ମଧ୍ୟାହ୍ନ ୧୨.୩୦ରେ ବାଙ୍ଗିରୀପୋଷି (ଶାଳବଣିଆ ରଙ୍ଗମାଟିଆ) ଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ । ଶ୍ରୀ ମୁଣ୍ଡା ୨୧ ତାରିଖ ଦିନ ପୂର୍ବାହ୍ନ ୯.୧୫ରେ ମୋରଡା (ଶୁଳିଆପଦା), ପୂର୍ବାହ୍ନ ୧୦.୧୫ରେ ଉଦଳା (ଚନ୍ଦ୍ରପୁର ପଂଚାୟତ, ହାତୀମୋଡା ପଡିଆ), ପୂର୍ବାହ୍ନ ୧୧.୧୫ରେ ଯଶୀପୁର ଏବଂ ମଧ୍ୟାହ୍ନ ୧୨.୪୫ରେ ରାଇରଙ୍ଗପୁର (ଗୋରୁମହିଷାଣି)ଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
ସେହିପରି ସାଂସଦ ଶ୍ରୀ ଅନୁଭବ ମହାନ୍ତି ଆସନ୍ତା କାଲି ୨୦ ତାରିଖ ଦିନ ଅପରାହ୍ନ ୪ଟାରେ ଚାନ୍ଦବାଲୀଠାରେ ରୋଡ ସୋ କରିବା ସହିତ ଜନସଭାକୁ ସମ୍ବୋଧନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।