ଏକାମ୍ର ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବୁ : ବାବୁ ସିଂ
ଏକାମ୍ର ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବୁ : ବାବୁ ସିଂ
•ମୁଖ୍ୟମନ୍ତ୍ରୀ ରହୁଥିବା ଅଞ୍ଚଳ ଅସରାଏ ବର୍ଷା ରେ ଘରେ ପାଣି ପଶୁଛି।
•ବରମୁଣ୍ଡା ହାଉସିଂବୋଡ଼ ବାସିନ୍ଦାଙ୍କୁ କେବେ ମିଳିବ ପଟ୍ଟା?
•ଦୀର୍ଘ ଦିନ ଶାସନ ପରେ ମଧ୍ୟ ରାସ୍ତା, ପାନୀୟ ଜଳ ପାଇବାରୁ ବଞ୍ଚିତ ସ୍ଥାନୀୟ ବାସିନ୍ଦା
•ଦୀର୍ଘ ଦିନର କଳୁଷିତ ଶାସନ କାଳରେ ଏକାମ୍ର କ୍ଷେତ୍ର ଅବହେଳିତ
•ଏଥର ଏକାମ୍ର ବାସୀ ବିଜେପିକୁ ସୁଯୋଗ ନିଶ୍ଚୟ ଦେବେ ବୋଲି ସଂକଳ୍ପ କଲେଣି
ଭୁବନେଶ୍ୱର,୧୯/୦୫:ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ କେବଳ ଶୁଭଦିଆ ଓ ନଡ଼ିଆ ଭଙ୍ଗାରେ ରହି ଯାଇଛି। ଏମିତି କି ଲୋକେ ନିଜର ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି। ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଭୀମପୁର, ବରମୁଣ୍ଡା ହାଉସିଂବୋଡ଼, ଆଇଗିଣିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିଥିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ। କାଗଜ କଲମ ଓ ଶୁଭ ଦିଆ ରେ ବିକାଶ ହଉଛି ଏକାମ୍ର ରେ।ସୋୟଂ ମୁଖ୍ୟମନ୍ତ୍ରୀ ରହୁଥିବା ଅଞ୍ଚଳରେ ଅସରାଏ ବର୍ଷା ରେ ଲୋକଙ୍କ ଘରେ ପାଣି ପଶୁଛି। ଘରର ଜିନିଷ ପତ୍ର ଭାସି ଯାଉଛି ଏହାଠୁ ବଡ଼ ଲଜ୍ୟାର ବିଷୟ କଣ ହୋଇପାରେ? ରାଜ୍ୟର ରାଜଧାନୀ ର ଅବସ୍ଥା ଇୟେ। ବରମୁଣ୍ଡା ହାଉସିଂବୋଡ଼ ଅଞ୍ଚଳରେ ସରକାରଙ୍କଠୁ ଘର କିଣି ଆଜି ପଯ୍ୟନ୍ତ ଲୋକେ ନିଜ ପଟ୍ଟା ପାଇପାରିଲେ ନାହିଁ। ବସ୍ତି ବାସିନ୍ଦାଙ୍କୁ ଘର ଦେବାକୁ କହି ମିଛ ପଟ୍ଟା ବାଣ୍ଟୁ ଛନ୍ତି। ନା ଅଛି ରାସ୍ତା ନା ଅଛି ପାନୀୟ ଜଳ ର ବ୍ୟବସ୍ଥା।ଲୋକଙ୍କ ସହ ମିଶି ସବୁ ଘରକୁ ଘର ଜାଇ ବିଶାଳ ପଦଯାତ୍ରା କରି ବିଜେପି କୁ ଭୋଟ ଦେଇ ଜିତିବାକୁ ନିବେଦନ କରୁଛନ୍ତି ବାବୁ ସିଂ।ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ନିର୍ବାଚନ ମଣ୍ଡଳୀରେ ନିଜର ସରଳତା, ପରୋପକାରୀ, ସୁସଂଗଠନ ପରିଚାଳନା ପାଇଁ ଦିନ କୁ ଦିନ ଲୋକଙ୍କ ପ୍ରିୟ ଭାଜନ ହେବାରେ ଲାଗିଛନ୍ତି। ଲୋକେ ତାଙ୍କର ଅଭିଯୋକ ନେଇ ଏବେ ବାବୁ ସିଂ ଙ୍କ ପାଖକୁ ଆସିବାରେ ଲାଗିଲେଣି ।ଅନ୍ୟ ଦଳ ପାଇଁ ଏବେ ବାବୁ ସିଂ ଏକାମ୍ର ରେ ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି। ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ମାରାଥନ ପଦଯାତ୍ରା ଓ ମହିଳା ବୈଠକ ଏବଂ ବରିଷ୍ଟ ନାଗରିକଙ୍କ ସହ ମିଶି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ।ଏହି ଅବସରରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ କହିଛନ୍ତି ଯେ,ଦିର୍ଘ ଦିନର କଳୁଷିତ ଶାସନ କାଳରେ ସବୁ କ୍ଷେତ୍ର ରେ ଏକାମ୍ର କ୍ଷେତ୍ର ଅବହେଳିତ ଅବସ୍ଥାରେ। ବର୍ଷା ଅସରାଏ ହେଲେ ଏଠି କୃତ୍ରିମ ବନ୍ୟା ହେଉଛି। ନା ଅଛି ଡ୍ରେନେଜ୍ ନା ଅଛି ପିଇବା ପାଣି ର ବ୍ୟବସ୍ଥା। ଡ୍ରେନେଜ ନଥିବା ହେତୁ ବର୍ଷା ଦିନେ ବହୁଳ ମାତ୍ରା ରେ ଡେଙ୍ଗୁ ବ୍ୟାପିଥାଏ ଏହି ଅଞ୍ଚଳରେ।ଐତିହ୍ୟ ସଂସ୍କୃତି ପରିପୂର୍ଣ୍ଣ ଏକାମ୍ର କ୍ଷେତ୍ର ରେ ଥିବା ଅନେକ ପୁରାତନ ପୋଖୋରି ରକ୍ଷାଣବେକ୍ଷଣ ଅଭାବରୁ ଆଜି ପୋତି ହୋଇଗଲାଣି।ଏହି ଅଞ୍ଚଳରେ ଜଳ ସ୍ତର ହ୍ରାସ ମଧ୍ୟ ହେଉଛି ଏଥିପାଇଁ। ରାସ୍ତା ଘାଟ ଅବସ୍ଥା ନକହିବା ଭଲ ନିମ୍ନ ମାନର ରାସ୍ତା କାମ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏକାମ୍ର ନିର୍ବାଚମଣ୍ଡଳୀରେ ଯେଉଁ ଭଳୀ ଭାବରେ ରାଜନୈତିକ ବାତାବରଣ ଦେଖାଯାଉଛି ଲୋକଙ୍କ ବିପୁଳ ସମର୍ଥନ ପରିବର୍ତ୍ତନ ର ଲକ୍ଷଣ କୁ ଦର୍ଶାଉଛି। ନରେନ୍ଦ୍ର ମୋଦୀ ଦେଶରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ଓ ଓଡ଼ିଶାରେ ବିକଳ୍ପ ସରକାର ହେବା ସହ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ନିଶ୍ଚିନ୍ତ ବିଜୟ ଲାଭ କରିବ।ଏକାମ୍ର ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବୁ। ଏକାମ୍ର ର ଅସ୍ମିତାର ସୁରକ୍ଷା ତଥା ସ୍ୱାଭିମାନ ପାଇଁ ବିଜେପି ହାତରେ କ୍ଷମତା ଦେବାକୁ ଏକାମ୍ର ନିର୍ବାଚନ ମଣ୍ଡଳୀର ଲୋକେ ମନସ୍ଥ କରି ସାରିଛନ୍ତି ବୋଲି ସେ କହିଛନ୍ତି। ନିର୍ବାଚନକୁ ସମସ୍ତେ ରଣାଙ୍ଗନ କହୁଥିବା ବେଳେ ମୁଁ କହେ ଜନସାଧାରଣ ଙ୍କ ସେବାରେ ନିଜକୁ ନିୟୋଜିତ କରିବାର ମାଧ୍ୟମ। ଏଥର ଏକାମ୍ର ବାସୀ ବିଜେପିକୁ ସୁଯୋଗ ନିଶ୍ଚୟ ଦେବେ ବୋଲି ସଂକଳ୍ପ କଲେଣି।ମନରେ ଅନେକ ସଂକଳ୍ପ ନେଇ ମଇଦାନକୁ ଓହ୍ଲେଇଛି l ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା ମୋର କର୍ତ୍ତବ୍ୟ ।