ଉତ୍ତରରେ ପ୍ରିୟଦର୍ଶୀଙ୍କ ପ୍ରତିଶୃତି ଉଠା ଦୋକାନୀଙ୍କ ସ୍ଥାୟିତ୍ବ, ପ୍ରିୟଦର୍ଶୀଙ୍କ ଦାୟିତ୍ବ
ଉତ୍ତରରେ ପ୍ରିୟଦର୍ଶୀଙ୍କ ପ୍ରତିଶୃତି
ଉଠା ଦୋକାନୀଙ୍କ ସ୍ଥାୟିତ୍ବ, ପ୍ରିୟଦର୍ଶୀଙ୍କ ଦାୟିତ୍ବ
ଭୁବନେଶ୍ୱର: ନିର୍ବାଚନ ତାରିଖ ପାଖେଇବା ଆସୁଥିବା ବେଳେ ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଜୋରଦାର ପ୍ରଚାର କରୁଛନ୍ତି । ଆଜି ସେ ଓ୍ବାର୍ଡ ନଂ 22 ସ୍ଥିତ ଶ୍ୟାମପୁର ଅଞ୍ଚଳରେ ବିଭିନ୍ନ ସାହିରେ ସଭା ସମିତି କରିବା ସହିତ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି।
ସନ୍ଧ୍ୟାରେ ଶୈଳଶ୍ରୀ ବିହାର ଫେଜ୍-୨ ଛକରୁ ରୋଡ୍ ସୋ ବାହାରିଥିଲା। ଶୈଳଶ୍ରୀ ବିହାର,ଡମଣା, ପଟିଆ ଛକ ପରିକ୍ରମା କରିଥିଲେ ପ୍ରିୟଦର୍ଶୀ। ପାଞ୍ଚ ଶହରୁ ବାଇକ ଆରୋହିଙ୍କ ସହ ଶତାଧିକ କର୍ମୀ ରାଲିରେ ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ଅବସରରେ ପ୍ରିୟଦର୍ଶୀ କହିଥିଲେ ଯେ ଉଠା ବ୍ୟବସାୟୀଙ୍କ ଦୋକାନକୁ ସରକାର ବିଏମସି ଓ ବିଡିଏକୁ ଲଗାଇ ଉଚ୍ଛେଦ କରିଛନ୍ତି। ଫଳରେ ସେମାନେ ଜୀବିକା ହରାଉଛନ୍ତି। ବହୁ ଦୁଃଖ କଷ୍ଟରେ ରହୁଛନ୍ତି। ସେମାନଙ୍କୁ ଥଇଥାନ କରାଯାଇନି। ବିଜେପି ଜିତିଲେ ସେମାନଙ୍କୁ ଥଇଥାନ କରାଯିବ। ଉଠା ଦୋକାନୀଙ୍କ ସ୍ଥାୟିତ୍ବ ପ୍ରିୟଦର୍ଶୀଙ୍କ ଦାୟିତ୍ବ ବୋଲି ସେ କହିଥିଲେ।
ଏଠାରେ ବିକାଶ ପାଇଁ ଜସ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାରଙ୍କୁ ଏଠାକୁ ଆଣିବାକୁ ପଡିବ ବୋଲି ପ୍ରିୟଦର୍ଶୀ କହିଥିଲେ। ଏଥିପାଇଁ ବିଜେପିକୁ ଡବଲ ପଦ୍ମ ଚିହ୍ନରେ ଭୋଟ୍ ଦେବାକୁ ସେ ନିବେଦନ କରିଥିଲେ। ଏହି ସମୟରେ ଶତାଧିକ ଉଠାଦୋକାନୀ ମହିଳା ପୁରୁଷମାନେ ପ୍ରିୟଦର୍ଶୀଙ୍କୁ ସ୍ୱାଗତ କରିବା ସହିତ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ.