Search for:
  • Home/
  • ରାଜ୍ୟ/
  • ଲିଙ୍ଗରାଜ ଆଇନକୁ ଚାପି ରଖିଥିବା ରାଜନୈତିକ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିବ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଲିଙ୍ଗରାଜ ଆଇନକୁ ଚାପି ରଖିଥିବା ରାଜନୈତିକ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିବ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

Spread the love

Loading

ଲିଙ୍ଗରାଜ ଆଇନକୁ ଚାପି ରଖିଥିବା ରାଜନୈତିକ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିବ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଭୁବନେଶ୍ୱର:ଆଜି ପୂର୍ବାହ୍ନରେ ୱାର୍ଡ ନଂ ୫୯ ଲିଙ୍ଗରାଜ ମନ୍ଦିର ଠାରୁ ନିର୍ବାଚନ ପ୍ରଚାରରେ ବାହାରିଥିବା ବେଳେ ଏକାମ୍ର ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଲିଙ୍ଗରାଜ ଆଇନକୁ ଚାପି ରଖିଥିବା ରାଜନୈତିକ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିବ । ଏହି ଅବସରରେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ମେୟର ସୁଲୋଚନା ଦାସ ଉପସ୍ଥିତ ରହି ଗ୍ୟାରେଜ ଛକ, ଶ୍ରୀରାମ ନଗର, ସମନ୍ତରାପୁର ଗ୍ରାମ, ନୂଆଗାଁ, ଗୌରୀ ନଗର ପ୍ରଭୁତି ଅଞ୍ଚଳବାସୀ ଉଭୟ ପ୍ରାର୍ଥୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେହିଭଳି ଅପରାହ୍ନରେ ୱାର୍ଡ ନଂ ୨୪ ଅନ୍ତର୍ଗତ ରୁଚିକା ମାର୍କେଟ ଠାରୁ ରୋଡ଼ ସୋ ରେ ବାହାରି ବରମୁଣ୍ଡା ହାଉସିଂ ବୋର୍ଡ, ମହାବୀର ବିଜୁ ଆଦର୍ଶ କଲୋନୀବାସୀଙ୍କୁ ଭୋଟ ଭିକ୍ଷା ମାଗିଥିଲେ । ସେହିଭଳି ସନ୍ଧ୍ୟାରେ ବରମୁଣ୍ଡା ଗ୍ରାମରେ ପରିବାର ସମ୍ପର୍କ ଅଭିଯାନରେ ଗ୍ରାମବାସୀଙ୍କୁ ଆସନ୍ତା ଜୁଲାଇ ମାସରୁ ମାଗଣା ବିଜୁଳୀ ଏବଂ ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ବିଏସକେୱାଇ କାର୍ଡ଼ (BSKY) ନବୀନ କାର୍ଡ଼ ମିଳିବ ଏଇଟା ନବୀନ ବାବୁଙ୍କ ଗ୍ୟାରେଣ୍ଟି ବୋଲି ଶ୍ରୀ ପଣ୍ଡା ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ଚନ୍ଦ୍ରଶେଖର ମଲ୍ଲିଆ, ଶିବ ପ୍ରସାଦ ବେହେରା, ଶିବ ନାରାୟଣ ରାୟ, ନୃପେଶ ନାୟକ, ଦୀପକ ମିଶ୍ର, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରୀ କର୍ପୋରେସନର ଉପଧ୍ୟକ ଡଃ ସନ୍ତୋଷ ବେଜ, ପୂର୍ବତନ କର୍ପୋରେଟର ସୁଜିତ ସ୍ଵାଇଁ, ପୁଷ୍ପା ଦାସ, ଅଶ୍ଵିନୀ ସୁନ୍ଦରାୟ, ଭୁବନେଶ୍ଵର ଯୁବ ସଭାପତି ସମରେଶ ବେଉରା, ଯୁବ ନେତା ଚିନ୍ମୟ ବଡଜେନା, ଦିବ୍ୟ ରଞ୍ଜନ ବେହେରା, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା, ୱାର୍ଡ ସଭାପତି ଦୀପ୍ତି ରଞ୍ଜନ ମିଶ୍ର, ସୂର୍ଯ୍ୟ ମହାନ୍ତି, ଛାତ୍ର ନେତା ଶିବ ପ୍ରସାଦ ମହାପାତ୍ର, ବୃନ୍ଦାବନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required