Search for:
  • Home/
  • ରାଜ୍ୟ/
  • ବରିଷ୍ଠ ଆଇନଜ୍ଞ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ

ବରିଷ୍ଠ ଆଇନଜ୍ଞ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ

Spread the love

Loading

ମୂଲ୍ୟବୋଧ ରାଜନୀତିର ପ୍ରତୀକ ଥିଲେ ଗଙ୍ଗାଧର ମହାପାତ୍ର ୧୧୦ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର, ୧୪.୭ : ଓଡ଼ିଶାର ବରିଷ୍ଠ ଜନନେତା, ପୂର୍ବତନ ମନ୍ତ୍ରୀ, ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ଆଇନଜ୍ଞ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ବୁଦ୍ଧମନ୍ଦିର ସଭାଗୃହରେ ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ଅଧ୍ୟକ୍ଷ  ଡଃଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ସ୍ୱର୍ଗତ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମାନ୍ୟବର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ୱର୍ଗତ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ
ଯେ, ପ୍ରକୃତରେ ଗଙ୍ଗାଧର ମହାପାତ୍ର ଥିଲେ ଅଜାତ ଶତ୍ରୁ । ରାଜନୈତିକ ଦଳମତ ନର୍ବିଶେଷରେ ସେ ଥିଲେ ସମସ୍ତଙ୍କର ପ୍ରିୟ । ‘ଗଙ୍ଗୁ ଭାଇନା’ ଓଡ଼ିଶା ରାଜନୀତିରେ ଦୀର୍ଘ ୫୦ ବର୍ଷ ଧରି ସେମୂଲ୍ୟବୋଧ ଭିତ୍ତିକ ରାଜନୀତିର ଥିଲେ ମୂର୍ତ୍ତିମନ୍ତ ପ୍ରତୀକ । ଆଜି ଯେଉଁ ଯୁବକମାନେ କହୁଛନ୍ତି ପଇସା ନହେଲେ ରାଜନୀତି ହୋଇପାରିବ ନାହିଁ, ସେମାନେ ଗଙ୍ଗାଧର ବାବୁଙ୍କ ଜୀବନୀକୁ ଅନୁଶୀଳନ କରିବା ଉଚିତ୍‌ ।ସମ୍ମାନିତ ଅତିଥି ଭାବେ ପୂର୍ବତନ ସିବିଆଇ ଜଜ ମାନନୀୟ ସଞ୍ଜୟ କୁମାର ପଣ୍ଡା ସ୍ୱର୍ଗତ
ମହାପାତ୍ରଙ୍କୁ ଜଣେ ଦକ୍ଷ ପାର୍ଲାମେଣ୍ଟରିଆନ ଭାବେ ବର୍ଣ୍ଣନା କରିଥିଲେ । କୋର୍ଟ ରୁମ୍‌ରେ ତାଙ୍କର ଅକାଟ୍ୟ ଯୁକ୍ତି ପାଖରେ ଅପରପକ୍ଷ ଓକିଲମାନେ ସ୍ତବ୍ଧ ହୋଇଥାନ୍ତି । ମୁଖ୍ୟବକ୍ତା ବିଶିଷ୍ଟ
ବାଗ୍ମି ତଥା ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ଗଙ୍ଗାଧର ମହାପାତ୍ରଙ୍କ ପରିବାର ସହିତ ମୋର ୫୦ ବର୍ଷର ସମ୍ପର୍କ । ମଣିଷକୁ କିପରି ଭଲ ପାଇବାକୁ ହେବ ତାହା
ଗଙ୍ଗାଧର ମହାପାତ୍ରଙ୍କ ଠାରୁ ଶିକ୍ଷା କରିବାର କଥା । ଜୀବନକାଳ ମଧ୍ୟରେ କେବେ କାହାରି ମନରେ କଷ୍ଟ ଦେଇ ନାହାଁନ୍ତି । ଅହଙ୍କାରଶୂନ୍ୟ ମଣିଷ ଥିଲେ ସ୍ୱର୍ଗତ ମହାପାତ୍ର ।
ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ପୂର୍ବତନ ଡିନ୍‌ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ରସ୍ୱର୍ଗତ ମହାପାତ୍ରଙ୍କ ଛାତ୍ର ଜୀବନରୁ ସ୍ୱାଧୀନତା ସଂଗ୍ରାମରେ ଓ ଆଜାଦହିନ୍ଦ ଫୌଜରେ
ଯୋଗଦାନ ଏବଂ ନେତାଜୀ ସୁଭାଷ ବୋଷଙ୍କ ସହ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ ।ଏହି ଅବସରରେ ଗଙ୍ଗାଧର ମହାପାତ୍ର ସ୍ମୃତି ସମ୍ମାନ-୨୦୨୩ ଓଡ଼ିଶାର ବିଶିଷ୍ଟ ଆଇନଜୀବୀ ବାଲେଶ୍ୱରର ପୁରୁଷୋତ୍ତମ ବିଶ୍ୱାଳ ଓ ଭୁବନେଶ୍ୱରର ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକଙ୍କୁ ମୁଖ୍ୟ
ଅତିଥି ଶ୍ରୀ ପଟ୍ଟନାୟକ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଗଙ୍ଗାଧର ବାବୁଙ୍କ ମହାନୀୟତା ବିଷୟରେ ଶ୍ରୀ ବିଶ୍ୱାଳ ଓ ଶ୍ରୀ ପଟ୍ଟନାୟକ ନିଜର ସ୍ୱକୀୟ ଅନୁଭୂତି କହିଥିଲେ । ସେହିପରି ପୂର୍ବତନ କର୍ପୋରେଟର ନରେନ ସାହୁ, ନାରାୟଣ ଚନ୍ଦ୍ର ଓଝା, ଶ୍ରୀମତୀ ନିବେଦିତା ଭଞ୍ଜ, ବରୁଣ ରାଜ, ବିଶ୍ୱଜିତ ପଟ୍ଟନାୟକ ଓ ମହମ୍ମଦ ଶାହାଦୁଲ୍ଲା ପ୍ରମୁଖ ୬ଜଣ ଯୁବ ସମାଜସେବୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସମ୍ମାନିତ କରିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଫାଉଣ୍ଡେସନର ଟ୍ରଷ୍ଟି ସୀତାବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ ଓ ସମାଜସେବୀ ଆଡ଼ଭୋକେଟ ଶୀଳଭଦ୍ର ଶାସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାଷାପ୍ରାଣ ପର୍ଶୁରାମ ଦ୍ୱିବେଦୀ, କବି ରମାକାନ୍ତ ମିଶ୍ର, ଆଡ଼ଭୋକେଟ ଉମାବଲ୍ଲଭ ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave A Comment

All fields marked with an asterisk (*) are required