Search for:
  • Home/
  • ରାଜ୍ୟ/
  • ଅପାର ସ୍ନେହ ଓ ଆର୍ଶୀବାଦ ପାଇଁ ରସୁଲଗଡ ଓ ବମିଖାଲବାସୀଙ୍କ ନିକଟରେ ଋଣୀ

ଅପାର ସ୍ନେହ ଓ ଆର୍ଶୀବାଦ ପାଇଁ ରସୁଲଗଡ ଓ ବମିଖାଲବାସୀଙ୍କ ନିକଟରେ ଋଣୀ

Spread the love

Loading

ଚଳିତ ନିର୍ବାଚନରେ ବିଜୟର କର୍ଣ୍ଣଧାର ହେବେ ବମିଖାଳ ଓ ରସୁଲଗଡବାସୀ

ଅପାର ସ୍ନେହ ଓ ଆର୍ଶୀବାଦ ପାଇଁ ରସୁଲଗଡ ଓ ବମିଖାଲବାସୀଙ୍କ ନିକଟରେ ଋଣୀ: *ଜଗନ୍ନାଥ ପ୍ରଧାନ

*ପାରିବାରିକ, ସାମାଜିକ ଓ ସାଂସ୍କୃତିକ ପରିଧିରେ ମୁଁ ରସୁଲଗଡୱଓ ବମିଖାଲ ଗାଁ ପୁଅ* : *ଜଗନ୍ନାଥ ପ୍ରଧାନ*

ଭୁବନେଶ୍ବର,୧୬,୦୫… ରାଜ୍ୟରେ ପରିବର୍ତ୍ତନ ଓ ବିଜେପିର ଲହରୀ ଚାଲିଚି, ଜନତାଙ୍କ ମୁଡ୍ କହୁଚି ଏହହା ସୁନାମିରେ ପରିବର୍ତ୍ତିତ ହେବ ା ବିଗତ ଦୁଇ ଦଶନ୍ଧିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପଣ୍ଣ ନୀତି ପାଇଁ ବିଶ୍ବ ଦରବାରେ ଭାରତ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଚି ବୋଲି ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କହିଛନ୍ତି ା ଆଜି ସନ୍ଧ୍ୟାରେ ନିଜର ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ବମିଖାଲ ଦୁର୍ଗାମଣ୍ଡପ ଠାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟସ୍ବାଗତ ସମ୍ବର୍ଦ୍ଧନାନଦିଆଜିବା ସହ ବଜାବାଣ ଫୁଟାର ଗ୍ରାମର ବିଭିନ୍ନ ସ୍ଥାନ ପରିକ୍ରମା କରାଇଥିଲେ ସ୍ଥାନୀୟ ବାସିନ୍ଦା ାଏହାପରେ ଜଗନ୍ନାଥ ରସୁଲଗଡ ଓ ଶବର ଶବର ସାହିରେ ନିଜର ପଦଯାତ୍ରା ସସମୟରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଅତି ଆଦରର ସହ ପାଛୋଟି ନେଇ ଜଗନ୍ନାଥଙ୍କୁ ଅଭୂତପୂର୍ବ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ା ଏହାସହିତୱ ଚଳିତ ନିର୍ବାଚନରେ ବହୁ
ସଙ୍ଖ୍ୟାରେ ଭୋଟ୍ ଦେଇ ବିଜୟର ଟିକା ପିନ୍ଧାଇବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ ା ଏହି ଅବସରରେ ଜଗନ୍ନାଥ କହିଥିଲେ ଏ ଭଳି ସ୍ନେହ ଓ ଆଦର ପାଇ ମୁଁ ବମିଖାଲ ଓ ରସୁଲଗଡବାସୀଙ୍କ ନିକଟରେ ଋଣୀ ହୋଇ ରହିବି ା ଏହି ଦୁଇ ଗ୍ରୀମ ମୋର ପଡୋଶୀ ଗ୍ରାମ ଏଠିକାର ଅଧିବାସୀଙ୍କ ସହ ମୋର ଜନ୍ମଜନ୍ମାନ୍ତରର ନିବିଡତା ରହିଚି ା କେବଳ ଭୌଗଳିକ ମାନଚିତ୍ରକୁ ବାଦ କରିଦେଲେ ମୁଁ ସାମାଜିକ, ପାରିବାରିକଓ ସାସ୍କୃତିକ ମାପଦଣ୍ଡରେ ରସୁଲଗଡ ଓ ବମିଖାଲର ମୁଁ ହେଉଚି ପ୍ରକୃତ ଗାଁ ପୁଅ ବୋଲି ଜଗନ୍ନାଥ କହିଛନ୍ତି ା ସେହି ଦୃଷ୍ଟିରୁ ଏହି ଦୁଇ ଗ୍ରାମର ସମସ୍ତ ଅଧିବାସୀ ମୋ ଜୀବନର ଅଭିନ୍ନ ଅଙ୍ଗ ଜାହା ମୋର ସବୁଠୁ ଗର୍ବ ବୋଲି ଜଗନ୍ନାଥ କହିଥିଲେ ା

Leave A Comment

All fields marked with an asterisk (*) are required