Search for:
  • Home/
  • ରାଜ୍ୟ/
  • ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ନେତୃବୃନ୍ଦ

ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ନେତୃବୃନ୍ଦ

Spread the love

Loading

*ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ନେତୃବୃନ୍ଦ*

 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ, ସାଂସଦ ହେମାମାଲିନୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ପ୍ରମୁଖ ପ୍ରଚାର କରିବେ

ଭୁବନେଶ୍ୱର, ତା.୧୬/୦୫: ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ । ଓଡିଶାରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ । ଓଡିସାବାସୀ ପରିବର୍ତନ ମୁହାଁ । ଦୀର୍ଘ ୨୫ ବର୍ଷର ଭ୍ରଷ୍ଟାଚାରୀ, ଦୁର୍ନୀତିଖୋର ଓ ବ୍ୟଭୀଚାରୀ ବିଜେଡି ସରକାରର ଅନ୍ତ ହେବା ନିହାତି ଆବଶ୍ୟକ । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ବିଜେପିର ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସୁଛନ୍ତି ।
ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ୧୬ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ ସଂସଦୀୟ କ୍ଷେତ୍ରର ଭଟଲିଠାରେ ସକାଳ ୯.୩୦; ପଦ୍ମପୁରଠାରେ ପୂର୍ବାହ୍ନ ୧୧ଟା, ବିଜେପୁରଠାରେ ମଧ୍ୟାହ୍ନ ୧୨.୧୫ଟା, ଅତାବିରାଠାରେ ଦିବା ୧.୩୦ଟା ସମୟରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ । ଏହା ପରେ ଶ୍ରୀ ପ୍ରଧାନ ଅପରାହ୍ନ ୪ଟାରେ ବରଗଡଠାରେ ଅନୁଷ୍ଠିତ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ।
ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା କାଲି ୧୭ ତାରିଖ ଦିନ ୧୧ଟାରେ କଟକର ନରସିଂହପୁରସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପରେ ପୂର୍ବାହ୍ନ ୧୧.୩୦ରେ ଯୁବ ସମାବେଶରେ ଯୋଗ ଦେବା ପରେ ଦିବ ୧ଟାରେ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେବେ । ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସଂଧ୍ୟା ୫ଟାରେ ଆଠଗଡଠାରେ ଏବଂ ସଂଧ୍ୟା ୭.୩୦ରେ କଟକଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ । ଆସନ୍ତା ୧୮ ତାରିଖ ଦିନ ପୂର୍ବାହ୍ନ ୧୦ଟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରର ବଣାଇଠାରେ ଏବଂ ମଧ୍ୟାହ୍ନ ୧.୩୦ରେ ରାଜଗାଙ୍ଗପୁରଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
ସାଂସଦ ଶ୍ରୀମତୀ ହେମାମାଲିନୀ ଆସନ୍ତା କାଲି ୧୭ ତାରିଖ ଦିନ ପୂର୍ବାହ୍‌ନ ୧୦.୩୦ରେ ଭୁବନେଶ୍ୱରର ସାଲିଆ ସାହିଠାରେ, ମଧ୍ୟାହ୍ନ ୧୨.୪୫ରେ କଟକ ସଦର ନିର୍ବାଚନମଣ୍ଡଳୀର କିଶୋରନଗରଠାରେ, ଅପରାହ୍ନ ୩.୩୦ରେ ପିପିଲିଠାରେ ବିଶାଳ ରୋଡ ସୋରେ ଯୋଗଦେବା ପରେ ଜନସଭାକୁ ସମ୍ବୋଧନ କରିବେ । ସାଂସଦ ଶ୍ରୀମତୀ ହେମାମାଲିନୀ ୧୮ ତାରିଖ ଦିନ ପୂର୍ବାହ୍ନ ୧୦ଟାରେ ପାଲଲହଡାଠାରେ, ମଧ୍ୟାହ୍ନ ୧୨.୧୫ରେ ଦେବଗଡଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବା ସହିତ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ।
ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ଆସନ୍ତା କାଲି ୧୭ ତାରିଖ ଦିନ ପୂବ୭ାହ୍ନ ୯.୪୫ରେ କବିସୂର୍ଯ୍ୟନଗରଠାରେ, ଅପରାହ୍ନ ୧୧.୪୫ରେ କଂଟାବାଂଜିଠାରେ, ମଧ୍ୟାହ୍ନ ୧.୩୦ରେ ଲୋଇସିଂଘାଠାରେ, ସଂଧ୍ୟା ୬ଟାରେ ସତ୍ୟବାଦୀ ନିର୍ବାଚନମଣ୍ଡଲୀର କଣାସ (ଦୋକନ୍ଦା ମେଲଣ ପଡିଆ)ଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁଦେବ ସାଏ ଆସନ୍ତା କାଲି ୧୭ ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ବିରମିତ୍ରପୁରଠାରେ, ମଧ୍ୟାହ୍ନ ୧୨.୩୦ରେ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀର ଜାମପାଲିଠାରେ, ସୁନ୍ଦରଗଡ ନିର୍ବାଚନମଣ୍ଡଳୀର ବିଲେଇମୁଣ୍ଡାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନଲାଲ୍ ଆସନ୍ତା କାଲି ୧୭ ତାରିଖ ଦିନ ପୂର୍ବାହ୍ନ ୧୦.୩୦ରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ରାମଚନ୍ଦ୍ରପୁରଠାରେ, ପୂର୍ବାହ୍ନ ୧୧.୩୦ରେ ଦଶପଲ୍ଲାଠାରେ ଏବଂ ମଧ୍ୟାହ୍ନ ୧୨.୪୫ରେ ଜି.ଉଦୟଗିରିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

 

Leave A Comment

All fields marked with an asterisk (*) are required