ବି.ଜେ.ଇ.ଏମ୍. ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଯାପିତ
ବି.ଜେ.ଇ.ଏମ୍. ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଯାପିତ
ଭୂବନେଶ୍ଵର, ତା:୧୪/୫: ରାଜଧାନୀ ଭୁବନେଶ୍ଵରର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମେ ୬ ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ଉଦ୍ଯାପିତ ହୋଇଯାଇଛି । ଅଭିଜ୍ଞତାସମ୍ପନ୍ନ ପ୍ରଶିକ୍ଷକଙ୍କ ଦ୍ୱାରା ତୃତୀୟରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆୟୋଜିତ ଏହି ଶିବିରରେ ଯୋଗ, ଏରୋବିନ୍ସ୍, ଅଳଙ୍କାର ତିଆରି, ହସ୍ତଶିଳ୍ପ ଓ କପଡ଼ାରେ ହାତ କାମ, ଖଦୀ ମାସ୍କ ପ୍ରସ୍ତୁତ, ଡାଟା ସାଇନ୍ସ୍, ଆନନ୍ଦ ଦାୟକ ସୁସ୍ଥତା କାର୍ଯ୍ୟକ୍ରମ, ମାର୍ସିଆଲ୍ ଆର୍ଟ, କମ୍ପ୍ୟୁଟର ଦ୍ଵାରା ଆନିମେସନ୍ ଓ ଆନନ୍ଦଲାଭ ଶିକ୍ଷା, ହିନ୍ଦପ୍ ଓ କଥକ ନୃତ୍ୟ ଆଦି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷକ ଭାବେ ଶ୍ରୀମତୀ ରୋଜାଲି ପଣ୍ଡା, ଶ୍ରୀଯୁକ୍ତ ରାକେଶ ବେହେରା, ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ବେହେରା, ଶ୍ରୀମତୀ ଅନୁରାଧା ଦୋରା ଶିକ୍ଷା ପ୍ରଦାନ କରିଥିଲେ ।
ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧୂକାରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରଘୁନାଥ ମିଶ୍ର ଯୋଗ ଦେଇ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ତଥା ଆନୁସଙ୍ଗିକ ଗୁଣର ବିକାଶ ନିମନ୍ତେ ଏପରି କାର୍ଯ୍ୟକ୍ରମର ଗୁରୁତ୍ବପୂର୍ଣ ଭୂମିକା ରହିଛି ବୋଲି ଦକ୍ତବ୍ୟରେ କହିଥିଲେ । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା ପିଲାମାନଙ୍କର ଦକ୍ଷତା ବିକାଶ ନିମନ୍ତେ ଏପରି କାର୍ଯ୍ୟକ୍ରମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଉପାଧ୍ଯକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର ଶିକ୍ଷା ସହ ଆନୁସଙ୍ଗିକ କୌଶଳ ଜ୍ଞାନ ନିମନ୍ତେ ଏହା ଖୋରାକ ପ୍ରଦାନ କରିଥାଏ ବୋଲି ମତ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ ଓ ପ୍ରଶିକ୍ଷକମାନେ ନିଜର ଅନୁଭୂତି ବର୍ଣନା କରିଥିଲେ । ପ୍ରଶିକ୍ଷକମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଥିଲା ଓ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା । ପିଲାମାନେ ଶିବିରରେ ଶିଖୁଥୁବା ମାର୍ସଲ ଆର୍ଟ, ହିପ୍ହପ୍ ନୃତ୍ୟ, ଆନନ୍ଦପ୍ରଦାୟୀ କ୍ରୀଡ଼ା, ଯୋଗ ଆଦି ପ୍ରଦର୍ଶନ କରିଥିଲେ । ପିଲମାନଙ୍କ ହାତ ତିଆରି କଳାକୃତି ପ୍ରଦର୍ଶିତ କରାଯାଇଥିଲା । ଏଠାରେ ପିଲାମାନଙ୍କୁ ମ୍ୟାଜିକ୍ ସୋ ଦେଖାଯିବା ସହ ଚଉଷଠୀ ଯୋଗିନୀ ପୀଠ ପରିଦର୍ଶନ କରିବାକୁ ନିଆଯାଇଥିଲା । ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଏହି ପ୍ରଶିକ୍ଷଣ ଯେତିକି ଆନନ୍ଦଦାୟକ ସେତିକି ଶିକ୍ଷଣୀୟ । ଏଥିରେ ବି.ଜେ.ଇ.ଏମ୍. ସ୍କୁଲର ପରିଚାଳନା କମିଟି ଓ ବି.ଜେ. ଏଜୁକେସନ୍ ସୋସାଇଟିର ସଦସ୍ୟବୃନ୍ଦ, ବିଦ୍ୟାଳୟର ପର୍ଯ୍ୟବେକ୍ଷକ ଶ୍ରୀମତୀ ଶିବାନୀ ପଟ୍ଟନାୟକ, ଶ୍ରୀଯୁକ୍ତ ବରଦା ପ୍ରସାଦ ପାଇକରାୟ, ଶ୍ରୀମତୀ ସ୍ମିତା ମହାନ୍ତି, ଶ୍ରୀମତୀ ସୁଚରିତା ଦାସ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
I