Search for:
  • Home/
  • ରାଜ୍ୟ/
  • ସେନାବାହନୀରେ ଠିକା ନିଯୁକ୍ତିକୁ ଦୃଢ଼ ବିରୋଧ କରେ କଂଗ୍ରେସ

ସେନାବାହନୀରେ ଠିକା ନିଯୁକ୍ତିକୁ ଦୃଢ଼ ବିରୋଧ କରେ କଂଗ୍ରେସ

Spread the love

Loading

ପ୍ରତିରକ୍ଷା ବିଭାଗକୁ ଦୁର୍ବଳ କରିବା ପାଇଁ ଅଗ୍ନିପଥ ସ୍ମିମ୍ ଏକ ଗଭୀର ଷଡ଼ଯନ୍ତ୍ରର ଅଂଶବିଶେଷ : କର୍ନେଲ ଚୌଧୁରୀ

ସେନାବାହନୀରେ ଠିକା ନିଯୁକ୍ତିକୁ ଦୃଢ଼ ବିରୋଧ କରେ କଂଗ୍ରେସ

ଭୁବନେଶ୍ଵର, ତା. ୧୨/୦୫ : ବେଶର ପ୍ରତିରକ୍ଷା ବିଭାଗକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିବା ପାଇଁ ମୋଦି ସରକାରଙ୍କ ପ୍ରଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ । ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ ଅଗ୍ନିପଥ ଯୋଜନା ମାଧ୍ୟମରେ ଅନ୍ଧକାରଗର୍ଭକୁ ଠେଲି ଦେବାର ଅପଚେଷ୍ଟା ଚାଲିଛି ବୋଲି ଆଳି ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସର ଏକ୍ସ ସର୍ଭିସ୍‌ମ୍ୟାନ ବିଭାଗର ଅଧ୍ୟକ୍ଷ କର୍ଟେଲ୍ ରୋହିତ୍ ଚୌଧୁରୀ କଠୋର ସମାଲୋଚନା କରିଥିଲେ । ସେ କହିଥିଲେ ଯେ ୧୦ ବର୍ଷର ମୋଦୀ ସରକାର ସମୟରେ ଦେଶରେ ଆତଙ୍କବାଦୀ ହମୂଲା ବଢ଼ିଛି, ୨୦୦୦ ରୁ ଅଧୁକ ଯବାନ ସହିଦ୍ ହୋଇଛନ୍ତି । ଅଗ୍ନିପଥ ଯୋଳନା ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପ୍ରତି ଧୋଳା ଏବଂ ବିଶ୍ଵାସଘାତ ସଦୃଶ । ଭାରତଇଳି ଦେଶ ଆଜି ୫୦ ବର୍ଷର ରେକର୍ଡ ଚୋଡ୍ ଉତ୍କଟ ବେକାରୀ ସମସ୍ୟା ଦେଇ ଗତି କରୁଥିବା ବେଳେ, ସେନାବାହିନୀରେ ନିଯୁକ୍ତି ଅପେକ୍ଷାରେ ଥିବା ଏ ଦେଶର ଏକ କୋଟିରୁ ଊର୍ଦ୍ଧ୍ଵ ଯୁବକ ଆଜି ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଯୋଗୁ ପ୍ରତାରିତ ଏବଂ ହତାଶ ହୋଇଛନ୍ତି । ତୁଗଲକି ବାଂଚାରେ ଚାଲିଥିବା ସରକାରଙ୍କ ମନଇଚ୍ଛା ନିଷ୍ପତି ଯୋଗୁ କାହା ସହିତ ଆଲୋଚନା ନକରି ଅଗ୍ନିପଥ ପରି ଏକ ଦିଶାହୀନ ଯୋଜନାକୁ ଲାଗୁ କରାଯିବାର ଏକପାଖୁଆ ନିଷ୍ପତିକୁ, ଏ ବେଶର ସୁବସମାଜର ହିତ ଦୃଷ୍ଟିରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଉଚିତ୍ । ପୂର୍ବରୁ ସେନାବାହିନୀରେ ପ୍ରତ୍ୟେକ ବର୍ଷ ୮୦ ହଜାରରୁ ଭକ୍ତି ସ୍ଵାୟୀ ଚାକିରି ପାଇଁ ନିଯୁକ୍ତି ଦିଆଯାଇଥିବା ବେଳେ ମୋଦି ସରକାରଙ୍କ ସମୟରେ ତାହା କମିକମି ୪୦ ହଜାରକୁ ଖସିଆସିଛି । ଆଳି ଦେଶରେ ୩୦ ଲକ୍ଷରୁ ଉର୍ଦୁ କେନ୍ଦ୍ର ସରକାରଙ୍କ ଅଧୀନସ୍ତୁ ବିଭିନ୍ନ ବିଭାଗରେ ଖାଲିପଡ଼ିଛି । ଦେଶର ସେନାବାହିନୀରେ ୩ ଲକ୍ଷରୁ ଉର୍ଦୁ ପଦବୀ ଖାଲି ପଡ଼ିଛି । ଅଗ୍ନିଗ୍ନିପଥ ଯୋଜନା ମାଧ୍ୟମରେ ୪ ବର୍ଷିୟା ଠିକା ନିଯୁକ୍ତିରେ ଜଣେ ଯୁବକକୁ ତା’ର ଯୁବ, -ଅବସ୍ଥାରେ ଡାକରିରୁ ଅବସର ଦିଆଯାଉଛି ଅପରପକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ୭୫ ବର୍ଷ ବୟସରେ ମଧ୍ୟ ପୁଣି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ଆଜି ଦେଶର ସେନା କର୍ମଚାରୀଙ୍କର ହାରାହାରି ବୟସ ୩୦ ବର୍ଷ ହୋଇଥିବା ବେଳେ ୪ ବର୍ଷ କାର୍ଯ୍ୟପରେ ଅବସର ନେବା କାହା ସ୍ୱାର୍ଥରେ । ସାଧାରଣ ଭାବରେ ଜଣେ ସୈନିକ ଅତି କମ୍‌ରେ ୯ ମାସର ବେସିକ୍ ଟ୍ରେନିଂ ଏବଂ ପରବର୍ତୀ ଅବସ୍ଥାରେ ନିଜର ବିଭାଗ ଅନୁଯାୟୀ ବେଖାଇ ଟ୍ରେନିଂ ନେଇଥାନ୍ତି । ଯାହାକି ୪ ବର୍ଷ ଯାଏ ଚାଲିଥାଏ ଅର୍ଥାତ ଜଣେ ସୈନିକ ତିଆରି କରିବାପାଇଁ ଅତି କମ୍‌ରେ ୪ ବର୍ଷର ପ୍ରଶିକ୍ଷଣ ନିହାତି ଆବଶ୍ୟକ ପଢ଼ୁଥ‌ିବା ବେଳେ ବର୍ତମାନ ଅଗ୍ନିବୀର ମାନଙ୍କ ପାଇଁ ମାତ୍ର ୬ ମାସର ଟ୍ରେନିଂ ଫଳପ୍ରଦ ସାବ୍ୟସ୍ଥ ହେବ ନାହିଁ । ସେମାନଙ୍କୁ ଉପଯୁକ୍ତ ଟ୍ରେନିଂ ଓ ସମୟ ନମିଳିବାରୁ ସେମାନେ ଯୁଦ୍ଧରେ ଲଢ଼ିବା ପାଇଁ ଅନୁପଯୁକ୍ତ । ଦେଶରେ ଧର୍ମ ନାମରେ ବିଭେଦ ସୃଷ୍ଟି କଲାପରି ସେନାବାହିନୀରେ ଯବାନମାନଙ୍କୁ ନେଇ ବିଭେଦ ସୃଷ୍ଟି କରାଯାଉଛି । ଅଗ୍ନିବୀର ଯୋଦ୍ଧାମାନେ ସ୍ନାନ ଗ୍ୟାଙ୍କ ୱାନ ପେନସନ, ସହିଦୂର ବର୍ଜା, ଅବସରକାଳୀନ ସୁବିଧା ଇତ୍ୟାଦିରୁ ବଂଚିତ ହେଉଛନ୍ତି । ସେନାରେ ଜଣେ ସ୍ଥାୟୀ କର୍ମଚାରୀ ଜୀବନଯାକ ମେଡିକାଲ, କ୍ୟାଟିନ, ପେନସନ ଭଳି ସୁବିଧା ପାଇଥିବା ବେଳେ ୪ ବର୍ଷିଆ ଅଗ୍ନିବାର ଏ ସୁଯୋଗରୁ କ’ଣ ପାଇଁ ବଂଚିତ ହେବେ । କଂଗ୍ରେସ ପାଇଁ ଦେଶର ସେନାବାହିନୀରେ କାର୍ଯ୍ୟକରୁଥିବା ସୈନିକ ମାନଙ୍କର ଦରମା ଓ ପେନସନ ଆଦୌ ଦେଶର ରାଜକୋଷ ଉପରେ ବୋଝ ନୁହେଁ । ମୋଦି ସରକାରଙ୍କର, ସେନାବାହିନୀରେ ଖର୍ଜବାଟ କରିବାକୁ ଯାଇ ସ୍ଥାୟୀ ନିଯୁକ୍ତିକୁ ବନ୍ଦ କରିବାର ପ୍ରକ୍ରିୟାକୁ କଂଗ୍ରେସ

ପକ୍ଷରୁ ଘୋର ବିରୋଧ କରାଯାଇଛି ବୋଲି କର୍ଣ୍ଣେଇ ଚୌଧୁରୀ ଚହିଛନ୍ତି । କଂଗ୍ରେସ କ୍ଷମତାକୁ ଆସିବାର ୨ ମାସ ଭିତରେ ଅଗ୍ନିପଥ ସ୍କାମ୍ର ସଂପୂର୍ଣ ବିଲୋପ କରାଯିବ ସହିତ ଦେଶରେ ଖାଲି ପଢ଼ିଥୁବା ୩୦ ଲକ୍ଷ ସରକାରୀ ପଦବୀ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଖାଲି ପଡ଼ିଥିବା ୩ ଲକ୍ଷ ପଦବୀକୁ ତୁରନ୍ତ ପୁରଣ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ । ପୁରୁଣା ପେନସନ ବ୍ୟବସ୍ଥାକୁ ଦେଶରେ ଲାଗୁ କରାଯିବା ସହିତ ସେବା ନିବୃତ ସାମରିକ କର୍ମଚାରୀମାନଙ୍କ ପାଇଁ ସଂରକ୍ଷିତ ଥିବା ସରକାରୀ ଏବଂ ସରକାରୀ ଉଦ୍ୟୋଗ ଗୁଡ଼ିକରେ ଖାଲି ଥିବା ୭ ଲକ୍ଷରୁ ଉର୍ଦୁ ପଦବୀ ପୁରୁଣ କରିବା ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରାଯିବ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗର ଅଧକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ଏ.ଆଇ.ସି.ସି. ମିଡ଼ିଆ ସଂଯୋଜକ ପ୍ରଭାତ କୁମାର, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥ ଓ କାର୍ସିଲ ଯୋଦ୍ଧା ତଥା ଝାରଖଣ୍ଡ ପିସିସି ଏକ ସର୍ଭିସ୍‌ମ୍ୟାନ ବିଭାଗର ଅଧକ୍ଷ ଏଚ୍.ଏନ୍, ଯାଦକ ପ୍ରମୁଖ ଉପସ୍ଥିତ ଥିଲେ

 

 

1 Comment

Leave A Comment

All fields marked with an asterisk (*) are required