ଚନ୍ଦ୍ରଶେଖରପୁରର ସୁଶାନ୍ତଙ୍କ ବିଶାଳ ବାଇକ୍ ଶୋଭାଯାତ୍ରା
ଚନ୍ଦ୍ରଶେଖରପୁରର ସୁଶାନ୍ତଙ୍କ ବିଶାଳ ବାଇକ୍ ଶୋଭାଯାତ୍ରା
୧୪ ନମ୍ବର ଓ୍ବାର୍ଡରେ ବିଜେଡି କାର୍ଯ୍ୟାଳୟ ଉଦ୍ଘାଟିତ
ଭୁବନେଶ୍ୱର,୧୦/୫ ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୮ ଓ ୧୪ ନମ୍ବର ଓ୍ବାର୍ଡରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଆଜି ବିଶାଳ ବାଇକ୍ ଶୋଭାଯାତ୍ରାରେ ଯାଇ କଲୋନୀ, କଲୋନୀ, ବସ୍ତି ବସ୍ତି ବୁଲି ଭୋଟ ଭିକ୍ଷା କରିଛନ୍ତି। ଯୁବନେତା ମନୋଜ ସାହୁଙ୍କ ନେତୃତ୍ୱରେ ଆଜି ଚନ୍ଦ୍ରଶେଖରପୁର ହାଉସି° ବୋର୍ଡ କଲୋନୀ ଦୁର୍ଗାପୂଜା ପଡ଼ିଆରେ ହଜାର ହଜାର ସଂଖ୍ୟାରେ ଯୁବକ ମହିଳା ନିଜ ନିଜର ବାଇକ୍ ଧରି ଏକତ୍ରିତ ହୋଇଥିଲେ। ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ସେଠାରେ ପହଞ୍ଚିଲା ପରେ ଶୋଭାଯାତ୍ରା ଆରମ୍ଭ ହୋଇଥଲା। ହାଉସି° ବୋର୍ଡ କଲୋନୀର ସମସ୍ତ ଗଳିକନ୍ଦି ବୁଲି ବୁଲି ଭୋଟ ମାଗି ନୀଳାଦ୍ରି ବିହାର ଅଭିମୁଖେ ଯାଇଥିଲେ। ନୀଳାଦ୍ରି ବିହାର ସେକ୍ଟର ୧, ୨, ୩, ୪, ୫ କଲୋନୀ, ଲୁମ୍ବିନୀ ବିହାର ଓ ୧୦ଟି ବସ୍ତି ପରିକ୍ରମା କରି ଜିଏ ପ୍ଲଟ ଠାରେ ବିଜେଡିର ନୂତନ କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ଏହା ପରେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ବୁଲି ଦୁଇଟି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। କଳା ମନ୍ଦିର ଠାରେ ଅନୁଷ୍ଠିତ ବିଶାଳ ନିର୍ବାଚନୀ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା, ୧୦୦ ରୁ ୧୫୦ ମଧ୍ୟରେ ରିହାତି, ସମସ୍ତଙ୍କୁ ବିଏସକେଓ୍ବାଇ କାର୍ଡ ପ୍ରଦାନ, ମହିଳା ଓ ମଧ୍ୟବିତ୍ତଙ୍କୁ ୠଣ ସୁବିଧା, ୨ ଲକ୍ଷ ନିଯୁକ୍ତି ଓ ଯୁବ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ବଜେଟ ସମ୍ବଦ୍ଧରେ କହିଥିଲେ। ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଦୁଇଟି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ , ବରିଷ୍ଠ ବିଜେଡି ନେତା ସୁବାସ ଚନ୍ଦ୍ର ପାତ୍ର, ୮ ନମ୍ବର ଓ୍ବାର୍ଡ କର୍ପୋରେଟର ଲାଲମୋହନ ଟୁଡୁ, ୧୪ ନମ୍ବର ଓ୍ବାର୍ଡ କର୍ପୋରେଟର ମୋନାଲିସା ସାହୁଙ୍କ ସମେତ ସମସ୍ତ ନେତୃମଣ୍ଡଳୀ, ବରିଷ୍ଠ ନାଗରିକ, ମହିଳା ଓ ହଜାର ହଜାର ସଂଖ୍ୟାରେ ଯୁବକ ଯୋଗଦାନ କରିଥିଲେ।