ଭାରତୀୟ ଜନତା ପାର୍ଟିର ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ଖୋଲା ଖୋଲି ସମର୍ଥନ ବିଜେଡି ଓ କଂଗ୍ରେସ ବିଜେପି ରେ ଯୋଗ ଦେଲେ
ଭୁବନେଶ୍ୱର:ସମୃଦ୍ଧ ଓଡିଶା ଦଳର ରାଜ୍ୟ ଉପସଭାପତି ତଥା ଚଳିତ ନିର୍ବାଚନରେ ଉତ୍ତର ଭୁବନେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରିବା ନିମନ୍ତେ ମନୋନୟନ ପତ୍ର ଦାଖଲ କରିଥିବା ଡାକ୍ତର ବିଶ୍ୱନାଥ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିର ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ଖୋଲା ଖୋଲି ସମର୍ଥନ
ପ୍ରଦାନ କରିବା ସହିତ ବିଧାୟକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ଆଜି ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିରେ ଶତାଧିକ ସମର୍ଥକ ମାନଙ୍କ ସହିତ ସଂକୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ଆନୁଷ୍ଠାନିକ ଭାବରେ ରାଜ୍ୟ କାର୍ଯ୍ୟାଳୟ ପରିସରରେ ଯୋଗଦାନ କରିଛନ୍ତି . ପାର୍ଟିର ରାଜ୍ୟ କର୍ମକର୍ତ୍ତା ମାନେ ଡାକ୍ତର ପଟ୍ଟନାୟକଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ .