୧୭ରେ ସଂଭାବନାର ଚିତଉ ଉତ୍ସବ ଓ ପ୍ରତିଯୋଗିତା
୧୭ରେ ସଂଭାବନାର ଚିତଉ ଉତ୍ସବ ଓ ପ୍ରତିଯୋଗିତା
ଭୁବନେଶ୍ୱର ତା ୧୩/୦୭-ଓଡ଼ିଆ ପର୍ବପର୍ବାଣୀ ଓ ପରମ୍ପରା ତଥା ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ସଂଭାବନା ପକ୍ଷରୁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ମଧ୍ୟରେ *ଚିତଉ ଉତ୍ସବ* ଅନ୍ୟତମ। ପ୍ରତିବର୍ଷ ଚିତାଲାଗି ଅମାବାସ୍ୟା ସଂଧ୍ୟାରେ ଓଡ଼ିଆଣୀମାନଙ୍କ ହସ୍ତ ପ୍ରସ୍ତୁତ ଚିତଉ ପିଠାର ପ୍ରଦର୍ଶନ ଓ ବିକ୍ରୟ ଅନୁଷ୍ଠିତ ହୋଇଥାଏ।ଚଳିତ ବର୍ଷ ଆସନ୍ତା *୧୭ତାରିଖ ସଂଧ୍ୟାରେ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ* ଆୟୋଜିତ ହେଉଥିବା ଏହି ଅବସରରେ ଚିତଉ ପିଠାର ପ୍ରଦର୍ଶନୀ ସହ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ଆଗ୍ରହୀ ମହିଳାମାନେ ନିଜ ହସ୍ତ ତିଆରି ଚିତଉ ପିଠାର ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ନିଜର ନାମ ୯୪୩୮୨୯୪୮୦୨ରେ ପଠାଇବା ସହ ଉକ୍ତଦିନ ସଂଧ୍ୟା ୬ଘଟିକା ସୁଦ୍ଧା ଜୟଦେବ ଭବନରେ ପହଞ୍ଚିବା ପାଇଁ ସଂଭାବନାର ଟ୍ରଷ୍ଟି *ସ୍ମୃତି ମହାନ୍ତି,* ଓଡ଼ିଆଣୀ ସମିତିର ସଭାନେତ୍ରୀ *ସୌଦାମିନୀ ସାମଲ* ଓ ସଂପାଦିକା *ଅରୁନ୍ଧତୀ ମିଶ୍ର* ଅନୁରୋଧ କରିଛନ୍ତି।