Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱରରେ ଲୋକଙ୍କ ସେବାରେ ନିୟୋଜିତ ହେଲା (ଏ ଏଲ୍ ଏସ) ଆମ୍ବୁଲାନ୍ସ

ଭୁବନେଶ୍ୱରରେ ଲୋକଙ୍କ ସେବାରେ ନିୟୋଜିତ ହେଲା (ଏ ଏଲ୍ ଏସ) ଆମ୍ବୁଲାନ୍ସ

Spread the love

Loading

ଆଜି ଠାରୁ ଭୁବନେଶ୍ୱରରେ ଲୋକଙ୍କ ସେବାରେ ନିୟୋଜିତ ହେଲା (ଏ ଏଲ୍ ଏସ) ଆମ୍ବୁଲାନ୍ସ

ଭୁବନେଶ୍ୱର:୧୩.୦୭ ଆଜି ରାତି ୯ ଘଟିକା ରେ ପୁରୁଣା ଭୁବନେଶ୍ୱର ବି ଏମ ସି ହସ୍ପିଟାଲ୍ ରୁ ଲୋକଙ୍କ ସେବାରେ ନିୟୋଜିତ ହେଲା (ଏ ଏଲ୍ ଏସ) ଆମ୍ବୁଲାନ୍ସ। ଏହି ଆମ୍ବୁଲାନ୍ସ ରାତି ୯ ଘଟିକା ରୁ ସକାଳ ୬ ଘଟିକା ପର୍ଯ୍ୟନ୍ତ ବି ଏମ ସି ହସ୍ପିଟାଲରେ ଏବଂ ସକାଳ ୬ ଘଟିକା ରୁ ରାତି ୯ ଘଟିକା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲରେ ରହି ଲୋକଙ୍କ ସେବାରେ ଲାଗିବ। ଏଥି ପାଇଁ ବିଧାୟକ ଆଞ୍ଚଳିକ ଉନ୍ନୟନ ଅନୁଦାନ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାରେ ଅନୁମୋଦନ ହୋଇଛି । ଏହି ଆମ୍ବୁଲାନ୍ସ ଟି ୨୪ ଘଣ୍ଟା ସେବା ଯୋଗାଇ ଦେବା ପାଇଁ ୩ ଟି ସିଫ୍ଟ ରେ ଡ଼୍ରାଇଭର ସମେତ ଫାର୍ମାସିଷ୍ଟ, ଆଟେନାଣ୍ଟ ରହିଛନ୍ତି। ଏହି ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ବା ଏ ଏଲ୍ ଏସ ଗାଡ଼ିରେ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଥିବାରୁ ଗୋଟେ ହସ୍ପିଟାଲ୍ ରୁ ଅନ୍ୟ ହସ୍ପିଟାଲ୍ କୁ ରୋଗୀଙ୍କ ଜୀବନ ବିପଦ ମୁକ୍ତ ସ୍ଥାନାନ୍ତର କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଜଣାଇଛନ୍ତି।ଏହି ଅବସରରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଂହର, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ଚନ୍ଦ୍ରଶେଖର ମଲିଆ,ଶିବପ୍ରସାଦ ବେହେରା,ନୃପେଶ ନାୟକ,ସିବନାରାୟଣ ରାୟ,ସି. ଏମ. ଓ ଡ. ଜିତେନ୍ଦ୍ର ବେବର୍ତ୍ତା, ବିଧାୟକ ପ୍ରତିନିଧି ଦାଶରଥି ଗରବଦୁ,ଡ ସୁରେଶ ବାରିକ ଏବଂ ବହୁ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required