ଏକାମ୍ର ରେ ଅଶୋକ, ମନ୍ମଥଙ୍କ ପଦଯାତ୍ରା, ମଟର ସାଇକେଲ ରାଲି ଓ ସାଧାରଣ ସଭା
ଏକାମ୍ର ରେ ଅଶୋକ, ମନ୍ମଥଙ୍କ ପଦଯାତ୍ରା, ମଟର ସାଇକେଲ ରାଲି ଓ ସାଧାରଣ ସଭା
ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ସକାଳେ ୱାର୍ଡ ନଂ ୨୩ ଘାଟିକିଆ ଗ୍ରାମ ରେ ଜନ ସମ୍ପର୍କ ପଦଯାତ୍ରା, ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ରେ ଗ୍ରାମବାସୀଙ୍କୁ ଭୋଟ ଭିକ୍ଷା କରିଥିଲେ। ପରେ କଳିଙ୍ଗ ନଗର କେ ୭,୮ ର ଅନ୍ତେବାସୀ ଙ୍କ ଦ୍ଵାରା ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ଅପରାହ୍ନ ରେ ୱାର୍ଡ ନଂ ୬୫ ଡୁମୁଡୁମା ସୁବାସ ନଗର ବିଜୁ ଆଦର୍ଶ କଲୋନୀ ଠାରୁ ଏକ ବିଶାଳ ମଟର ସାଇକେଲ ରାଲିରେ ହାଉସିଂ ବୋର୍ଡ ଅଞ୍ଚଳ ପରିକ୍ରମା ବେଳେ ସହ ସହ ଜନସାଧାରଣ ସ୍ଵାଗତ ଜଣାଇ ଥିଲେ। ଶେଷରେ ୱାର୍ଡ ନଂ ୫୧,୫୦ ର ପ୍ରକୃତି ବିହାର ଏବଂ ମଲ୍ଲିକ ସମିତି ର ଅନ୍ତେବାସୀ ସ୍ଵାଗତ ସମ୍ବର୍ଧନା ଜଣାଇଥିଲେ।ଏହି କାର୍ଯ୍ୟକ୍ରମ ରେ ମେୟର ସୁଲୋଚନା ଦାସ ବିଜେଡି ସାଧାରଣ ସମ୍ପାଦକ ଅମିୟ ଦାସ, ଓଡ଼ିଶା କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷ ଡ଼ ସନ୍ତୋଷ ଵେଜ୍, ସ୍ଥାନୀୟ କର୍ପୋରେଟର କିରଣ ମାଝୀ, ଛବି ଦାସ ପୂର୍ବତନ କର୍ପୋରେଟର,ସୁଜିତ୍ ସ୍ବାଇଁ, ଦିଲ୍ଲୀପ ମାଝୀ, ଅଶ୍ଵିନୀ ସୁନ୍ଦରାୟ, ହୃଦୟ ବଲ୍ଲଭ ସାମନ୍ତରାୟ,ଶିବ ପ୍ରସାଦ ବେହେରା, ଶିବ ନାରାୟଣ ରାୟ, ଶ୍ରୀଧର ବେହେରା,ମୂଜାହିଦ୍ ହୁସେନ,ବିଜୁ ଯୁବ ଜନତା ଦଳ ଭୁବନେଶ୍ୱର ସଭାପତି ସମରେଶ ବେଉରା, ଏକାମ୍ର ଯୁବ ସଭାପତି ରାଜେଶ ପାତ୍ର, ଯୁବ ନେତା ପୂର୍ଣେନ୍ଦୁ ପୂଜାପଣ୍ଡା, ଛାତ୍ର ନେତା ଶିବ ପ୍ରସାଦ ମହାପାତ୍ର,ଯୁବ ସମ୍ପାଦକ ଶେଖ୍ ଅମୀର ମହମ୍ମଦ, ବିଧାୟକ ପ୍ରତିନିଧି ଦାଶରଥି ଗରାବଡୁ ପ୍ରମୁଖ ଉପସ୍ଥିତ ଥିଲେ