Search for:
  • Home/
  • ରାଜ୍ୟ/
  • ରାଜ୍ୟରେ ମୁକ୍ତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ରାଜ୍ୟରେ ମୁକ୍ତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

Spread the love

Loading

ରାଜ୍ୟରେ ମୁକ୍ତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

*ସରକାରଙ୍କ ପରିଚାଳିତ “ନୂଆ-ଓ” କଲ ସେଂଟରକୁ ବନ୍ଦ କରାଯାଉ: ଗୋଲକ ମହାପାତ୍ର*

 ଚଳିତ ନିର୍ବାଚନ ଜିତିବା ପାଇଁ ବିଜେଡି ଆଇନକାନୁନ, ନୀତିନିୟମକୁ ଜଳାଞ୍ଜଳୀ ଦେଇଛି
 ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ତତ୍ୱାବଧାନରେ ପୁଣି ରାଜ୍ୟ ସରକାରଙ୍କ “ନୂଆ-ଓ” କଲ୍ ସେଂଟରରୁ କଲେଜ ପଢ଼ୁଆ ଯୁବକ ଯୁବତୀଙ୍କୁ ଫୋନ୍ କରି ବିଜେଡିକୁ ଭୋଟ ଦେବାକୁ କୁହାଯାଉଛି

ଭୁବନେଶ୍ୱର, ତା.୦୩/୦୫: ବିଜେଡି ଜାଣିଛି ଏଥର ନିର୍ବାଚନ ଫଳାଫଳ କ’ଣ ହେବ । ସେଥିପାଇଁ ବୃଦ୍ଧବୃଦ୍ଧାଙ୍କୁ ଭତାର ଲୋଭ ଦେଖାଉଥିଲା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଛାଡର ଲୋଭ, କୃଷକଙ୍କୁ ଉତ୍ପାଦନର ମୂଲ୍ୟ ବୃଦ୍ଧିର ଆଶା ଦେଖାଇବା ପରେ ଏବେ ଛାତ୍ରଛାତ୍ରୀଙ୍କ ଉପରେ ନଜର ପକାଇଛି । ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ତତ୍ୱାବଧାନରେ ପୁଣି ରାଜ୍ୟ ସରକାରଙ୍କ ପରିଚାଳିତ “ନୂଆ-ଓ” କଲ୍ ସେଂଟରରୁ କଲେଜ ପଢ଼ୁଆ ଯୁବକ ଯୁବତୀଙ୍କୁ ଫୋନ୍ କରି ବିଜେଡିକୁ ଭୋଟ ଦେବାକୁ କୁହାଯାଉଛି । ଯିଏ ମନା କରୁଛି ତାକୁ ସେମାନେ କହୁଛନ୍ତି ଆପଣ ଯେଉଁ ୧୦ହଜାର ଟଙ୍କା ପାଇଛନ୍ତି ତାହା ଶାସକ ଦଳ ତଥା ନବୀନ ସରକାର ଦେଇଛି । ବିଜେଡିର ଏଭଳି କାର୍ଯ୍ୟ ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି । ଶାସକ ବିଜେଡିର ଏହା ଚିରାଚରିତ ଅଭ୍ୟାସ ଏବଂ ଅତୀତରେ ମଧ୍ୟ ଏଭଳି ଘଟଣା ପ୍ରସଙ୍ଗରେ ଅନେକ ପ୍ରମାଣ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛି ବିଜେପି । ବିଜେଡିର ନୂଆ-ଓ କଲସେଂଟର ନମ୍ବର ୮୦୪୨୩୦୩୦୭୨ରେ କଲ୍ ଆସୁଛି । ଏନେଇ ଆଜି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରମାଣପତ୍ର ଦେଇଛି । ବିଜେଡି ସରକାରୀ ଟଙ୍କାରେ କଲ ସେଂଟର ଲୋକଙ୍କୁ ଦରମା ଦେଉଛନ୍ତି । ସେମାନଙ୍କୁ ମଧ୍ୟ ନିଜ ଦଳୀୟ ପ୍ରଚାରରେ ଲଗାଉଛନ୍ତି । ବିଜେଡି ସମସ୍ତ କଲ୍ ସେଂଟର ବନ୍ଦ କରାଯିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ଚଳିତ ନିର୍ବାଚନ ଜିତିବା ପାଇଁ ବିଜେଡି ଆଇନକାନୁନ, ନୀତିନିୟମକୁ ଜଳାଞ୍ଜଳୀ ଦେଇଛି । ସରକାରୀ କଳ ଓ ବଳକୁ ବ୍ୟବହାର କରିଚାଲିଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ଫରକ ପଡୁନାହିଁ , ବରଂ ଏଭଳି ଆଇନ ଅମାନ୍ୟ କାର୍ଯ୍ୟକଳାପ ବଢିଚାଲିଛି । ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ତଥ୍ୟ ଓ ପ୍ରମାଣ ସହ ଶାସକ ବିଜେଡି “ନୂଆ-ଓ” ବିରୁଦ୍ଧରେ ବିଭିନ୍ନ ଅଭିଯୋଗକୁ ଉପସ୍ଥାପନା କରିଛୁ । ଏଭଳି ସମ୍ବେଦନଶୀଳ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ରାଜ୍ୟ ନିର୍ବାଚନ ଅଧିକାରୀ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ପୁଣି ଥରେ ଦାବୀ କରିଛୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ, ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Comment

All fields marked with an asterisk (*) are required