ଛାତ୍ରଛାତ୍ରୀଙ୍କ ପାଇଁ କଳା ଜୋତା ଓ ଧଳା ମୋଜା ବାଧ୍ୟତାମୂଳକ
ଭୁବନେଶ୍ଵର:୧୩.୦୭ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ । ଧଳା ଓ ଘନନୀଳ ବଦଳରେ ଏଣିକି ସେମାନେ ‘ହଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡ଼ିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି । ଡ୍ରେସ୍ ର ଏକ ଲୋଗୋ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ରହିବ । ସପ୍ତାହର ୫ ଦିନ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବେ । ଶନିବାର ବିଭିନ୍ନ କ୍ଲବର କାର୍ଯ୍ୟକଳାପ ରହିଥିବାରୁ ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ । ୧୦୦ରୁ ଅଧିକ ଛାତ୍ରଛାତ୍ରୀ ରହିଥିବା ବିଦ୍ୟାଳୟର ପିଲାମାନେ ୪ଟି ରଙ୍ଗ ଏବଂ ଶହେରୁ ଅଧିକ ପିଲା ରହିଥିଲେ ଦୁଇଟି ରଙ୍ଗର ଡ୍ରେସ୍ ପିନ୍ଧିବେ । ଛାତ୍ରଛାତ୍ରୀଙ୍କ ପାଇଁ କଳା ଜୋତା ଓ ଧଳା ମୋଜା ବାଧ୍ୟତାମୂଳକ ହୋଇଛି । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ହାଇସ୍କଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା-ମୋଜା ମିଳିବ । ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପୋଷାକ ଓ ଜୋତା ମୋଜା ପାଉଥିବା ବେଳେ ଏବେ ହାଇସ୍କୁଲ ପିଲାମାନଙ୍କ ପାଇଁ ନୂତନ ଯୋଜନା କାର୍ଯ୍ୟକରୀ କରିବା ଦିଗରେ ରାଜ୍ୟ ସରକାର ଏବର୍ଷଠାରୁ ପଦକ୍ଷେପ ଗ୍ରହଣ କରିଛନ୍ତି । ପୋଷାକ, ଜୋତା ମୋଜା କିଣିବା, ବିତରଣ ପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ କମିଟି ଗଠନ କରାଯାଇଛି । ଜିଲ୍ଲାସ୍ତରୀୟ କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ସମସ୍ୟ ଆବାହକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଡିଆଇସିର ଜେନେରାଲ ମ୍ୟାନେଜର, ମିସନ ଶକ୍ତିର ଡିପିସି, ସମଗ୍ର ଶିକ୍ଷାର ଜେଣ୍ଡର ସଂଯୋଜକ ସଦସ୍ୟ ରହିଛନ୍ତି । ବ୍ଲକ ସ୍ତରୀୟ କମିଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଅଧ୍ୟକ୍ଷ ଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସଦସ୍ୟ ଆବାହକ, ସିଡିପିଓ, ଇଣ୍ଡଷ୍ଟ୍ରିଆଲ ପ୍ରମୋସନ ଅଫିସର, ମିସନ ଶକ୍ତିର ବିପିଏଲ୍ ଓ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ବ୍ଲକସ୍ତରୀୟ ଫେଡେରେସନ ଲିଡର ସଦସ୍ୟ ରହିଛନ୍ତି । ଡିଏସ୍ଡବ୍ଲୁଓ ଓ ଡିଆଇସିର ଜିଏମ୍ମାନେ ଡିଇଓମାନଙ୍କୁ ଜିଲ୍ଲାରେ ଥିବା ସ୍ୱୟଂସହାୟକ ଗୋଷ୍ଠୀ ଓ ଏମ୍ଏସ୍ଇ ଉତ୍ପାଦକଙ୍କ ତାଲିକା ପ୍ରଦାନ କରିବେ । ବ୍ଲକସ୍ତରୀୟ କମିଟି ନେତୃତ୍ୱରେ ଏସ୍ଏଚ୍ଜି ଓ ଏମ୍ଏସ୍ଇ ଉତ୍ପାଦକଙ୍କଠାରୁ ଉପଯୁକ୍ତ ପୋଷାକ ସହ ଜୋତା-ମୋଜା କ୍ରୟ କରାଯାଇ ପିଲାମାନଙ୍କୁ ବଣ୍ଟ ଯୋଗାଇ ଦିଆଯିବ । ଜଣେ ପିଲା ପିଛା ମୋଟ ଏକ ହଜାର ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ ହୋଇଛି ।