Search for:
  • Home/
  • ରାଜ୍ୟ/
  • ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ ପାଇଁ 1500 ଟଙ୍କା କରାଯାଉ:- ଓଡିଶା ଅଭିଭାବକ ମହାସଂଘ

ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ ପାଇଁ 1500 ଟଙ୍କା କରାଯାଉ:- ଓଡିଶା ଅଭିଭାବକ ମହାସଂଘ

Spread the love

Loading

ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ ପାଇଁ 1500 ଟଙ୍କା କରାଯାଉ:- ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର :-13.07.23ସରକାରଙ୍କ ନିଷ୍ପତି ଅନୁସାରେ ଚଳିତ ଶିକ୍ଷା ବର୍ଷରୁ ବଦଳିଯିବ ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ । ଗାଢ ନୀଳ ରଙ୍ଗ ବଦଳରେ ଏଣିକି ପିଲା ପିନ୍ଧିବେ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ । ଛାତିରେ ଲେଖାଯିବ “ଆମେ ଗଢିବୁ-ନୂଆ ଓଡିଶା” । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ରାଜ୍ୟ ସରକାର ସ୍କୁଲ ୟୁନିଫର୍ମ କ୍ଷେତ୍ରରେ ଆଣିଥିବା ପରିବର୍ତ୍ତନକୁ ଓଡିଶା ଅଭିଭାବକ ମହାସଂଘ ସ୍ୱାଗତ କରିଛି l କିଛି ଦିନ ବ୍ୟବଧାବରେ ସ୍କୁଲ ଡ୍ରେସ ବଦଳେଇଲେ ପିଲାମାନଙ୍କ ମଧ୍ୟରେ ନୂଆ ଜୋସ ଆସେ, ସେମାନେ ନୂଆ କୁ ପସନ୍ଦ କରନ୍ତି l
ନୀଳ ପ୍ୟାଣ୍ଟ ଧଳା ସାର୍ଟ ବଦଳରେ ଏଣିକି ପିଲା ପିନ୍ଧିବେ ହଣ୍ଟର ଗ୍ରୀନ ପ୍ୟାଣ୍ଟ ଓ ଚେକ୍ ସାର୍ଟ । ଛାତ୍ରଙ୍କ ପାଇଁ ହ୍ୱାଇଟ ଗ୍ରୀନ ଚେକ୍ ସାର୍ଟ, କଳା ଜୋତା ଏବଂ ଧଳା ମୋଜା । ସେହିପରି ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍‌ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା । ଏହା ବାଦ କେବଳ ଶନିବାର ପାଇଁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବ୍ଲାକ୍ ଟ୍ରାକ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିବାକୁ ହେବ । କେବଳ ଗ୍ରୀନକୁ ନେଇ କିଛି ଲୋକ ପ୍ରତିବାଦ କରୁଛନ୍ତି, ନଚେତ ପ୍ରାୟ ସମସ୍ତ ଅଭିଭାବକ ଓ ପିଲାମାନେ ଏହାକୁ ସ୍ୱାଗତ କରୁଛନ୍ତି l୧୦୦ ରୁ କମ ଉପସ୍ଥାନ ଥିବା ସ୍କୁଲ ଗୁଡିକରେ ଦୁଇଟି ନିର୍ଦ୍ଧାରିତ ରଙ୍ଗର ଟି-ସାର୍ଟ ପିନ୍ଧିବେ ଛାତ୍ରଛାତ୍ରୀ ।ୟୁନିଫର୍ମ ପାଇଁ ପ୍ରତି ପିଲା ହିସାବରେ ୧ ହଜାର ଟଙ୍କା, ଯାହାକୁ ନେଇ ପ୍ରଶ୍ନ ଉଠେଇଛି ଓଡିଶା ଅଭିଭାବକ ମହାସଂଘ l ଏକ ହଜାର ଟଙ୍କାରେ ଏସବୁ କିଣିବା ମୁସ୍କିଲ, ପୁଣି ପିସି କାରବାର ଜିଲ୍ଲାପାଳ ଙ୍କ ଠାରୁ ବିଡ଼ିଓ ପଯ୍ୟନ୍ତ, କେବଳ ଖରାପ ଜିନିଷ ଯୋଗେଇ ଅର୍ଥ ହଡପ କରିବେ ଜିଲ୍ଲା ସରକାରୀ ବାବୁ ମାନେ l

ଯେପରି ମଧ୍ୟାହ୍ନ ଭୋଜନ 5 ଟଙ୍କାରେ ମିଳୁଛି, ସେପରି ଡ୍ରେସ ହେଲେ ପିଲାଙ୍କୁ ଠକିବା ଶ୍ରେୟ ହେବ l ପିଲାମାନଙ୍କୁ ଭଲ ଡ୍ରେସ, ଭଲ ଜୋତା, ଭଲ ଟିସାର୍ଟ ପ୍ରଦାନ କରାଯାଉ l ଯଦି ଏପରି ନ କରିଲେ ଆମେ ବିରୋଧ କରିବୁ ବୋଲି ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ୍ୟ ବାସୁଦେବ ଭଟ୍ଟ କହିଛନ୍ତି l

Leave A Comment

All fields marked with an asterisk (*) are required