ଆରଟିଇ ମାଗଣା ସିଟ ଆଡ଼ମିସନକୁ ନେଇ ନିର୍ଦେଶକଙ୍କୁ ଅଟକ ରଖିଲେ ଶତାଧିକ ଅଭିଭାବକ
ଆରଟିଇ ମାଗଣା ସିଟ ଆଡ଼ମିସନକୁ ନେଇ ନିର୍ଦେଶକଙ୍କୁ ଅଟକ ରଖିଲେ ଶତାଧିକ ଅଭିଭାବକ
ନ୍ୟାୟପାଇଁ ହାଇକୋର୍ଟରେ ପିଆଇଏଲ : ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 22 ରିଖ l ଆରଟିଇ ରେ 25% ସିଟରେ ମାଗଣା ପଢ଼ାଇବା ପାଇଁ ପାରଦର୍ଶୀ ପୋର୍ଟାଲରେ ସିଟ ଅଲଟମେଣ୍ଟ ପରେ ମଧ୍ୟ ପ୍ରାଇଭେଟ ସ୍କୁଲ ମାନେ ଆଡ଼ମିସନ ପାଇଁ ମନା କରି ଫେରାଇଦେଲେ l ଓଡିଶା ଅଭିଭାବକ ମହାସଂଘର ଅଭିଯୋଗ ପରେ ପ୍ରଥମେ ଭୁବନେଶ୍ୱର ବି ଇ ଓ ଅଫିସ ପ୍ରାୟ 29 ଗୋଟି ସ୍କୁଲକୁ ନୋଟିସ ଦେଇଥିଲା l କାର୍ଯ୍ୟାନୁଷ୍ଠାନ ନହେବାରୁ ପରେ ଓଡିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ ଙ୍କ ନେତୃତ୍ୱରେ ପ୍ରାୟ 500ରୁ ଅଧିକ ଅଭିଭାବକ ନେଇ ଭୁବନେଶ୍ୱର ନତlଲାରେ ଥିବା ପ୍ରାଥମିକ ଶିକ୍ଷl ନିର୍ଦେଶକଙ୍କ ଅଫିସ ଆଗରେ ଧାରଣା ଦିଆଯାଇଥିଲା l ଆଲୋଚନା ପରେ
ପ୍ରଥମ ପ୍ରଯ୍ୟାୟ ନୋଟିଫିକେସନ ଅନୁସାରେ ଆର ଟି ଇ ର ପ୍ରଥମ ପର୍ଯ୍ୟାୟ ଅlଲଟମେଣ୍ଟ ସିଟ ପାଇଁ ନାମଲେଖାର ଶେଷ ତାରିଖ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଥିଲା l ଯେଉଁ ସ୍କୁଲ ଖିଲାପ କରିଛନ୍ତି ତାର ତଦନ୍ତ ସହ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର କମିଟି ଗଠନ କରି ସାତ ଦିନ ଭିତରେ ରିପୋର୍ଟ ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ହୋଇଥିଲା l ହେଲେ ଏପର୍ଯ୍ୟନ୍ତ ବିଜେ ଇ ଏମ, ଜାଭିଆର, ଜେମ୍ସ ଆଦି ଅନେକ ସ୍କୁଲ ପୋର୍ଟାଲ ର ଅଲଟମେଣ୍ଟ ଅନୁଯାଇ ଆଡ଼ମିସନ ନକରି ଅଭିଭାବକ ମାନଙ୍କୁ ଦୌଡ଼l ଇ ଥିବାରୁ ଏବଂ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ଶତାଧିକ ଅଭିଭାବକ ପ୍ରାଥମିକ ଶିକ୍ଷା ନିର୍ଦେଶକ ତଥା ଶିକ୍ଷା ଅଧିକାର ଆଇନ ଓ ପାରଦର୍ଶୀ ପୋର୍ଟାଲର ନୋଡାଲ ଅଫିସର ଜ୍ୟୋତି ରଞ୍ଜନ ମିଶ୍ରଙ୍କୁ ତାଙ୍କ ନତlଲା ସ୍ଥିତ କାର୍ଯ୍ୟାଳୟ କୁ ଅଭିଯୋଗ ପାଇଁ ଆସିଥିଲେ ହେଲେ ନିର୍ଦେଶକ ତାଙ୍କୁ ଏଡାଇ ଦେଇ ମୁ କିଛି ଜାଣିନି ବୋଲି କହି କାର୍ଯ୍ୟାଳୟରୁ ବାହାରକୁ ଚାଲିଯାଉଥିବା ବେଳେ ଅଭିଭାବକ ମାନେ ଆମ କଥା ଆଗ ବୁଝି ଅନ୍ୟ ଯୁଆଡେ ଯାଅ ବୋଲି ଆଡି ବସିଲେ ଓ ତାଙ୍କ କାର୍ଯ୍ୟାଳୟର ଦ୍ୱାର ସମୁଖରେ ବସି ରହିଲେ l ପୋଲିସ ଉପସ୍ଥିତିରେ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ,ଶିକ୍ଷା ଅଧିକାର ଅବାହିକା କଳ୍ପନା ସାହୁ, ଦାଶରଥି ସାମନ୍ତରାୟ ନିର୍ଦେଶକଙ୍କ ସହିତ ଆଲୋଚନା କରିଥିଲେ l କିଛି ସ୍କୁଲ ରେ ପ୍ରି ପ୍ରାଇମେରୀ ଓ ପ୍ରଥମ ଶ୍ରେଣୀରେ ସିଟ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ଦେଖା ଯାଇଛି l ସେମାନେ ପ୍ରି ପ୍ରାଇମେରୀ ରେ ଅଳ୍ପ ସିଟରେ ଆଡ଼ମିସନ କରି ବାହାନା ନେଇ ଠକି ବାକୁ ପ୍ରୟାସ କରିଛନ୍ତି ଏହି ତ୍ରୁଟିର ଫାଇଦା ନେଇ ସ୍କୁଲ ମାନେ ସିଟ ଲୁଚାଇ ଦେଇ ଦ୍ଵନ୍ଦତ୍ମକ ପରିସ୍ଥିତି ସୃଷ୍ଟି କରିଛନ୍ତି l ନିର୍ଦେଶକ କହିଥିଲେ ସ୍କୁଲ ବିରୁଦ୍ଧରେ ଆମେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନେବୁ ହେଲେ ନିର୍ବାଚନ ଆଚରଣ ଵିଧି ଥିବାରୁ ଏହା ବିଳମ୍ବ ହେବ l ଯେହେତୁ କିଛି ତ୍ରୁଟି ଓ ସ୍କୁଲ ମାନଙ୍କ ଅବମାନନା ପାଇଁ ଏଭଳି ଅସୁବିଧା ସୃଷ୍ଟି ହୋଇଛି ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଇଛୁ ଏହା ବିଳମ୍ବ ହେଉଥିବା ହେତୁ ଯଦି ଅଭିଭାବକ ମାନେ ଅlଲଟମେଣ୍ଟ ହୋଇଥିବା ସ୍କୁଲକୁ ଛାଡି ଅନ୍ୟ ସ୍କୁଲରେ ଆଡ଼ମିସନ ପାଇଁ ଇଛା କରିବେ ତେବେ ଆମେ ବ୍ୟବସ୍ଥା କରିବୁ l ଯେହେତୁ ଅଭିଭାବକ ମାନଙ୍କୁ ସରକାର ପୋର୍ଟାଲ ମାଧ୍ୟମରେ ସିଟ ଅଲଟମେଣ୍ଟ କରିଛନ୍ତି ତେଣୁ ବିଭାଗ ସେହି ସ୍କୁଲ ରେ ଆଡ଼ମିସନ କରିବାକୁ ବାଧ୍ୟ l ତେଣୁ ଆଇନ ର ଆଶ୍ରୟ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଯିବାକୁ ଅଭିଭାବକ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ମହାସଂଘ ନିଷ୍ପତି ନେଇଛି l ଆଜିର ଏହି ଧାରଣାରେ ବିମଲ ପ୍ରଧାନ , ସୁବ୍ରତ ସାହୁ, ବେବିନା ମହାରଣା,ଗୋଲକ ମହାପାତ୍ର ମିଲ୍ଲୀ ସାହୁ,ସଂଗ୍ରାମ ମାଝୀ, ସୀମାଚଳ ଶତପଥୀ, ସଂଗୀତା ମିଶ୍ର, ତାପସ ଦାସ, ପୁଷ୍ପାଞ୍ଜଳି ରାଉଳ ଙ୍କ ସହ ପ୍ରାୟ 200 ଅଭିଭାବକ ଉପସ୍ଥିତ ଥିଲେ l