ସୁଖ,ଶାନ୍ତି, ପ୍ରଗତି ଓ ସମୃଦ୍ଧିର ସୁବାର୍ତ୍ତା ଏହାହିଁ ପ୍ରାର୍ଥନାନ୍ତେ
ଭୁବନେଶ୍ୱର:ପବିତ୍ର ନବବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତି,ସଙ୍କଟ ମୋଚକ ମହାବୀର ହନୁମାନଙ୍କ ଜୟନ୍ତୀ, ଜାଗତିକ ସମ୍ବତ୍ସରର ଆଦ୍ୟ ଦିବସ, ମେରୁ ଉପବାସ, ପ୍ରଥମ ରାଶି ମେଷମାସର ଆଦ୍ୟ ଦିବସ ପ୍ରତିପଦା ତିଥି ଅବସରରେ ଆପଣମାନଙ୍କୁ ଶୁଭାଭିନନ୍ଦନ ସହିତ ଶୁଭକାମନା ଜଣାଉଛି । ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ଅସୀମ ଆଶୀର୍ବାଦରେ ଆପଣ ସପରିବାରବର୍ଗଙ୍କ ପାଇଁ ନୂଆ ବର୍ଷ ଆଣି ଆସୁ ସକଳ ସୁଖ,ଶାନ୍ତି, ପ୍ରଗତି ଓ ସମୃଦ୍ଧିର ସୁବାର୍ତ୍ତା ଏହାହିଁ ପ୍ରାର୍ଥନାନ୍ତେ ବନ୍ଦେ ଉତ୍କଳ ଜନନୀ ।
ଏକ ସକରାତ୍ମକ ପରିବର୍ତ୍ତନ ପରିଦୃଶ୍ୟ ହେବା ନିଶ୍ଚିତ ଭାବରେ ଏକ ସାଂସ୍କୃତିକ ଓ ସାମାଜିକ ସୁବାର୍ତ୍ତା ଯେ ନବବର୍ଷ ଅବସରରେ ଅନେକ ସଂସ୍କୃତି ପ୍ରାଣ ଓଡ଼ିଆ ଭାଇଭଉଣୀ ମାନେ ଭ୍ରାମ୍ୟମାଣ ଦୂରଭାଷରେ ପରସ୍ପରଙ୍କୁ ନବବର୍ଷ ର ଅଭିନନ୍ଦନ ଜଣାଉଛନ୍ତି, ସାମାଜିକ ଗଣମାଧ୍ୟମରେ ନବବର୍ଷର ଶୁଭେଚ୍ଛା ବାର୍ତ୍ତା ଉପସ୍ଥାପନ କରିଚାଲିଛନ୍ତି । ଏକ ବ୍ୟତିକ୍ରମ ପ୍ରତିଫଳିତ ହେଉଥିବାରୁ ଆମର ଏହି ଉପସ୍ଥାପନ । ପ୍ରାୟତଃ ଅନେକ ଉଚ୍ଚାରଣରେ ଓ ଉପସ୍ଥାପନରେ ” ଓଡ଼ିଆ ନୂଆ ବର୍ଷ” ବୋଲି ଉଲ୍ଲେଖ କରୁଛନ୍ତି , ଯାହା ଠିକ୍ ନୁହେଁ । ଆମ ନୂଆ ବର୍ଷ କୁ ଅଣଓଡିଆ ବା ଅଣ ଭାରତୀୟ ମାନେ କହିପାରନ୍ତି ଓଡ଼ିଆ ନୂଆ ବର୍ଷ , ମାତ୍ର ଆମେ ଓଡ଼ିଆ ମାନେ କହିବା ଓ ଲେଖିବା କଥା ” ନୂଆ ବର୍ଷ” । ଏହି ପଦୁଟିଏ ରେ ରହିଥାଏ ଅସ୍ମିତାବୋଧ, ସ୍ବାଭିମାନ ଓ ସଂସ୍କୃତି ଗଉଁଦାରି, ଭାଷା ମହନୀୟତା । କେବେ କୌଣସି ଇଂଗ୍ରେଜ ବା ଆମେରିକୀୟ କହିଥାଏ କି ହାପି ଇଙ୍ଗିଲିସି ନ୍ୟୁଇୟର ? ବରଂ ଆମେ କହିଥାଏ ଇଂରାଜୀ ନୂଆବର୍ଷ । ଏତିକି ମାତ୍ର ନିବେଦନ କରି ପୁନଃ ସକଳ ବନ୍ଧୁ ବର୍ଗଙ୍କ ସକଳ ସୁମନାସ କାମନାନ୍ତେ ବନ୍ଦେ ଉତ୍କଳ ଜନନୀ।ପରମ ସମ୍ମାନନୀୟ/ ଆଦରଣୀୟ ବନ୍ଧୁ ବର୍ଗ । ପବିତ୍ର ନବବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତି,ସଙ୍କଟ ମୋଚକ ମହାବୀର ହନୁମାନଙ୍କ ଜୟନ୍ତୀ, ଜାଗତିକ ସମ୍ବତ୍ସରର ଆଦ୍ୟ ଦିବସ, ମେରୁ ଉପବାସ, ପ୍ରଥମ ରାଶି ମେଷମାସର ଆଦ୍ୟ ଦିବସ ପ୍ରତିପଦା ତିଥି ଅବସରରେ ଆପଣମାନଙ୍କୁ ଶୁଭାଭିନନ୍ଦନ ସହିତ ଶୁଭକାମନା ଜଣାଉଛି । ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ଅସୀମ ଆଶୀର୍ବାଦରେ ଆପଣ ସପରିବାରବର୍ଗଙ୍କ ପାଇଁ ନୂଆ ବର୍ଷ ଆଣି ଆସୁ ସକଳ ସୁଖ,ଶାନ୍ତି, ପ୍ରଗତି ଓ ସମୃଦ୍ଧିର ସୁବାର୍ତ୍ତା ଏହାହିଁ ପ୍ରାର୍ଥନାନ୍ତେ ବନ୍ଦେ ଉତ୍କଳ ଜନନୀ ।