Search for:
  • Home/
  • ରାଜ୍ୟ/
  • ରାଜଧାନୀରେ ଜୋର୍ ଧରିଛି ନିର୍ବାଚନ ମାହୋଲ।

ରାଜଧାନୀରେ ଜୋର୍ ଧରିଛି ନିର୍ବାଚନ ମାହୋଲ।

Spread the love

Loading

ଭୁବନେଶ୍ୱର:ରାଜଧାନୀରେ ଜୋର୍ ଧରିଛି ନିର୍ବାଚନ ମାହୋଲ। ଏହି ଦୌଡରେ ସାମିଲ ହୋଇଛନ୍ତି ଅନେକ ରାଜନେତା। ଏଥିରୁ ବାଦ ପଡିନାହାନ୍ତି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକେଟ ଆଶାୟୀ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ। ବିଗତ ୧୦ ବର୍ଷ ହେବ ବିଭିନ୍ନ ସମାଜସେବା କାର୍ଯ୍ୟରେ ଲିପ୍ତ ଥିବା ରୁଦ୍ର, ‘ସମ୍ପର୍କ ହିଁ ସମ୍ପଦ’ ଏହି ଉକ୍ତିକୁ ମୂଳମନ୍ତ୍ର ଭାବେ ଗ୍ରହଣ କରି ଏବେ ଚାଞ୍ଚଲ୍ୟ ସ୍ରୁଷ୍ଟି କରିଛନ୍ତି। ଗତ କିଛି ଦିନ ହେବ ମଧ୍ୟ ଭୁବନେଶ୍ବରର ବିଭିନ୍ନ ୱାର୍ଡ଼ରେ ନିଜର ସମ୍ପର୍କ କାର୍ଯ୍ୟକ୍ରମ ଜରିଆରେ ଲୋକ ମାନଙ୍କ ସହ ମିଶୁଛନ୍ତି। ୧୦ ବର୍ଷ ମଧ୍ୟରେ ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟକ୍ରମ ଜରିଆରେ ଭେଟିଥିବା ଲୋକ ମାନଙ୍କ ସହ ସମ୍ପର୍କ ଆହୁରି ଦୃଢ କରିବା ହେଉଛି ଏହାର ଲକ୍ଷ୍ୟ। ପୂର୍ବରୁ 30 ନଂ, 34 ନଂ, 35 ନଂ ଓ 40 ନଂ ୱାର୍ଡ ପରେ ଗତକାଲି 29 ନଂ ୱାର୍ଡରେ ନିଜର ସମ୍ପର୍କ କାର୍ଯ୍ୟକ୍ରମ ଜରିଆରେ ପାଖାପାଖି ୪ ହଜାର ଲୋକଙ୍କୁ ବ୍ୟକ୍ତିଗତ ଭାବେ ଭେଟିଥିଲେ। ଏହି ପାଞ୍ଚଟି ୱାର୍ଡରେ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ୍ଵ ଲୋକ ଯୋଗ ଦେଇଥିଲେ। ପ୍ରତି ଅଞ୍ଚଳରେ ବସ୍ତି ବାସିନ୍ଦା ଠୁ ଆରମ୍ଭ କରି ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ନିଜ ପରିବାର ସଦସ୍ୟଙ୍କ ସହ ପହଂଚି ରୁଦ୍ରଙ୍କ ପ୍ରତି ତାଙ୍କର ଅସୀମ ଭଲ ପାଇବା ଓ ସମର୍ଥନ ପ୍ରକାଶ କରିବାର ଦେଖିବାକୁ ମିଳିଥିଲା। ପ୍ରତିଟି ଜନସାଧାରଣ ସହ ବ୍ୟକ୍ତିଗତ ଭାବେ ମିଶି ତାଙ୍କ ଭଲମନ୍ଦ ବୁଝି ଏକ ସୁଦୃଢ ସମ୍ପର୍କ ସ୍ଥାପନ କରିବା ପାଇଁ ରୁଦ୍ରଙ୍କ ଏହି ପ୍ରୟାସ ଖୁବ୍ ନିଆରା ଓ ପ୍ରଶଂଶନୀୟ ଅଟେ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required