Search for:
  • Home/
  • ରାଜ୍ୟ/
  • ୩୪ତମ ସ୍ୱନକ୍ଷତ୍ର ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ

୩୪ତମ ସ୍ୱନକ୍ଷତ୍ର ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ

Spread the love

Loading

ଉତ୍କଳମେଲ ଭୁବନେଶ୍ୱର ଓଡିଆ ସଂସ୍କରଣର ୩୪ତମ ସ୍ୱନକ୍ଷତ୍ର ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ …..

ଭୁବନେଶ୍ୱର:୧୨.୦୭ ସଂହତି, ସଂପ୍ରୀତି ଓ ସମନ୍ୱୟର ବାର୍ତ୍ତାଦିଏ ସମ୍ବାଦପତ୍ର …..ଭୁବନେଶ୍ୱର/ ସଂହତି, ସଂପ୍ରୀତି ଓ ସମନ୍ୱୟର ବାର୍ତ୍ତା ଦିଏ ସମ୍ବାଦପତ୍ର । ସାହିତ୍ୟ ହେଉଛି ବିଭବ । ସେ ଯେପରି ତୃପ୍ତି ଦିଏ, ତାହା ଆଉ କେହି ଦେଇପାରିବେ ନାହିଁ । ସମାଜ, ସାହିତ୍ୟ ଓ ସଂସ୍କୃତି ମଧ୍ୟରେ ବିଭେଦ ଦେଖାଦେଲେ ସାମ୍ବାଦିକତା ମଝିରେ ରହି ଦିଗଦର୍ଶନ ଦିଏ ବୋଲି ଅତିଥିମାନେ ଉତ୍କଳମେଲଭୁବନେଶ୍ୱର ଓଡିଆ ସଂସ୍କରଣର ୩୪ତମ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ମତପ୍ରକାଶ କରିଛନ୍ତି । ଜୟଦେବ ଭବନ ପରିସରରେ ଥିବା ଗୀତ ଗୋବିନ୍ଦ ସଦନଠାରେ ଉତ୍କଳମେଲର ମୁଖ୍ୟ ସଂପାଦକ ଡଃ ପୀତବାସ ମିଶ୍ରଙ୍କ ଅଧ୍ୟକ୍ଷତା ଓ ପରିଚାଳନା ସଂପାଦକ ଭାଗବତ ତ୍ରିପାଠୀଙ୍କ ଆବାହକତ୍ୱ, କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା, ପ୍ରାକ୍ତନ ସାଂସଦ ତଥା କବି ଡଃ ପ୍ରସନ୍ନ ପାଟ୍ଟଶାଣୀ, ଓଡିଶା ସାହିତ୍ୟ ଏକାଡେ଼ମୀର ସଦସ୍ୟ ରାଜୀବ ପାଣି,ଏମବିସି ଟିଭି ର ଅଧ୍ୟକ୍ଷ ତଥା ଶିକ୍ଷାବିତ୍‌ ବଦ୍ରିନାଥ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ପଣ୍ଡା, ସ୍ୱସ୍ତିକ ଇଂଜିନିୟରିଂ ର ପ୍ରାକ୍ତନ ସିଇଓ ଗୋପୀନାଥ ପଟ୍ଟନାୟକ, ସିବିଏଫସି ର ଉପଦେଷ୍ଟା ନନ୍ଦିନୀ ଶତପଥୀ,କବି ତଥା ସମାଜସେବୀ ଶଙ୍କର ପରିଡା, ବିଜେପି ର ବରିଷ୍ଠ ନେତା ତଥା ସମାଜସେବୀ ସଜ୍ଜନ ଶର୍ମା ପ୍ରମୁଖ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରାଉରକେଲା ଏନଆଇଟି ର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ସୁନିଲ୍‌ କୁମାର ଷଡଙ୍ଗୀ ଯୋଗଦେଇଥିଲେ । ଅତିଥି ମାନେ ଆଲୋଚ୍ୟ ବିଷୟ ‘ ଗଣମାଧ୍ୟମରେ ଆର୍ଟିଫିଶୀଆଲ ଇଣ୍ଟେଲିଜେନ୍ସର ବିନିଯୋଗ ଓ ଏହାର ପ୍ରଭାବ ‘ ସଂପର୍କରେ ଆଲୋଚନା କରି କହିଲେ ଯେ ଆର୍ଟିଫିଶୀଆଲ ଇଣ୍ଟେଲିଜେନ୍ସ ପାଇଁ ସରକାର ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା କରିଥିଲେ ହେଁ ଏହା କ୍ଷତିକାରକ । ସାମ୍ବାଦିକମାନେ ଏହାକୁ ବିରୋଧ କରିବା ଉଚିତ୍‌ । ଆବୈଗିକ ଭାବପ୍ରବଣତାର
ମୃତ୍ୟୁ ଘଟେ । ସବୁବେଳେ ନକରାତ୍ମକ ଚିନ୍ତାଧାରାକୁ ପରିତ୍ୟାଗ କରିବାକୁ ପଡିବ । ସମାଜ ସଂସ୍କାରିତ ହେବାରେ ସମ୍ବାଦପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଉତ୍କଳମେଲ ତା’ର ସାମାଜିକ ପ୍ରତିବଦ୍ଧତା ପାଇଁ ସଂକଳ୍ପବଦ୍ଧ ଥିବାରୁ ଅତିଥିମାନେ ସାଧୁବାଦ ଦେଇଥିଲେ । ଏହି ଅବସରରେ ଡଃ ମିଶ୍ରଙ୍କ ପୁସ୍ତକ ‘ନାନାକଥା ନାନାବ୍ୟଥା’ର ଦ୍ୱିତୀୟ ଭାଗକୁ ଓ ଉତ୍କଳମେଲ ର ଆଜିର ସଂସ୍କରଣକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଅବସରରେ ଉଲ୍ଲେଖନୀୟ ସିଏସଆର କାର୍ଯ୍ୟକ୍ରମ ପାଇଁ ଅତିଥିମାନଙ୍କ ଦ୍ୱାରା ନାଲକୋ, ଓଡିଶା ମାଇନିଂ କର୍ପୋରେସନ୍‌,ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ ପ୍ରାଇଭେଟ ଲିମିଟେଡ, ରାଉରକେଲା ଇସ୍ପାତ କାରଖାନା, ପ୍ରମୁଖ ଙ୍କୁ ସିଏସଆର ଏକ୍ସିଲେନ୍ସ ଆୱାର୍ଡ ରେ ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ କବି ରାଜୀବ ପାଣି ଓ କବି କୁଞ୍ଜବିହାରୀ ରାଉତଙ୍କୁ ‘ ସାରସ୍ୱତ ପ୍ରତିଭା ସମ୍ମାନ ‘, ସାଇ ଅର୍ପିତା ସାମଲ, ସୁଚିସ୍ମିତା ପୃଷ୍ଟି, ଷ୍ଟାଲିନ ପରିଜା, ମହମ୍ମଦ ମୋତିହାର ୟୁସିଫ୍‌,ଅରବିନ୍ଦ କୁମାର ରାଉତ,ଅନିଲ କୁମାର ସାହୁ, ଚିନ୍ମୟ ଚୌଧୁରୀ, ଲକ୍ଷ୍ମୀଧର ଦାସ, ସିର୍ଦ୍ଧାର୍ଥ ଲୋହାନୀ, ସତ୍ୟବ୍ରତ ପାତ୍ର, ସୁଜାତା ପଣ୍ଡା ଚୌଧୁରୀ ଓ ଦେବୀପ୍ରସାଦ ମିଶ୍ରଙ୍କୁ ପ୍ରଫେସନାଲ୍‌ ଏକ୍ସଲେନ୍ସ ଆୱାର୍ଡ ତଥା ପୂର୍ବରୁ ଆୟୋଜିତ ହୋଇଥିବା ଆଙ୍କରିଂ ଓ ସମ୍ବାଦପତ୍ର ପଠନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଆଶିଷ ସାହୁ, କୃପାନିଧି ବିଶ୍ୱାଳ, ସନତ ମିଶ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ବନ୍ଦେଉତ୍କଳ ଜନନୀ ଗାନ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବାବେଳେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ମଙ୍ଗଳା ଚରଣ ମହାନ୍ତିଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ସଂପାଦକ ଡଃ ମିଶ୍ର ସ୍ୱାଗତ ଭାଷଣ ସହ ସଂପାଦକୀୟ ବିବରଣୀ ଓ କାର୍ଯ୍ୟକ୍ରମର ଅନ୍ୟତମ ସଂଯୋଜକ ବିବେକାନନ୍ଦ ଦାସ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅକ୍ଷୟ ଧଳ, ରବିନ୍ଦ୍ର କୁମାର ମହାନ୍ତି, ଉମେଶ ସିଂ, ମୀନକେତନ ବିଶ୍ୱାଳ, ଉତ୍କଳମେଲ ନିର୍ଦ୍ଦେଶିକା ରୀତା ମିଶ୍ର ଓ ଅନ୍ୟତମ ଅତିଥି ବନ୍ଦନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସାମ୍ବାଦିକ,ବୁଦ୍ଧିଜୀବୀ, ସମାଜସେବୀ, କବି, ସାହିତ୍ୟିକ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Leave A Comment

All fields marked with an asterisk (*) are required