Search for:
  • Home/
  • ରାଜ୍ୟ/
  • ଏଡିଆର ରିପୋର୍ଟ : ବର୍ତ୍ତମାନର ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ କୋଟିପତି ।

ଏଡିଆର ରିପୋର୍ଟ : ବର୍ତ୍ତମାନର ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ କୋଟିପତି ।

Spread the love

Loading

ଏଡିଆର ରିପୋର୍ଟ : ବର୍ତ୍ତମାନର ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ କୋଟିପତି । ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ ।

ଭୁବନେଶ୍ୱର:ଦେଶର ୧୦୨ଟି ଲୋକସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆରମ୍ଭ ହୋଇଯାଇଛି ସାଧାରଣ ନିର୍ବାଚନ ପ୍ରକ୍ରିୟା । ଅବଶ୍ୟ ଓଡିଶାରେ ମେ’ ୧୩ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଏପ୍ରିଲ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । କିନ୍ତୁ ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସ ବା ଏଡିଆର ପ୍ରକାଶ କରିଛି ବର୍ତମାନର ବିଧାୟକଙ୍କ ସଂପତିର ବିବରଣୀ । ପୂର୍ବ ନିର୍ବାଚନ ସମୟରେ ବିଧାୟକମାନେ ନିର୍ବାଚନ କମିସନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠ ଆଧାରରେ ଏହି ବିବରଣୀ ପ୍ରକାଶ କରିଛି ଏଡିଆର ।

ରାଜ୍ୟରେ ସବୁଠାରୁ ଧନି ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ୬୩ କୋଟି ଟଙ୍କାର ସମ୍ପତ୍ତିି ସହ ତାଲିକାର ଶୀର୍ଷରେ ରହିଛନ୍ତି ନବୀନ I

୪୦ କୋଟି ଟଙ୍କାର ସମ୍ପତ୍ତିି ସହ ଦ୍ୱିତୀୟରେ ଅଛନ୍ତି ଝାରସୁଗୁଡା ବିଧାୟିକା ଦୀପାଳି ଦୀସ I ତୃତୀୟରେ ପାଟଣାଗଡ ବିଧାୟକ ସରୋଜ ମେହେର ଥିବାବେଳେ ତାଙ୍କ ସମ୍ପତ୍ତି ୩୧ କୋଟି I ବର୍ତ୍ତମାନର ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ ଜଣ କୋଟିପତି I

ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ ସମ୍ପତ୍ତିି ସବୁଠାରୁ କମ୍ ରହିଛି I ମାତ୍ର ୧୫ ହଜାର ଟଙ୍କାର ସମ୍ପତ୍ତିି ଥିବା ସତ୍ୟପାଠରେ ଦର୍ଶାଇଛନ୍ତି ମକରନ୍ଦ ମୁଦୁଲି I

ବାର୍ଷିକ ସର୍ବାଧିକ ଆୟକାରୀ ବିଧାୟକ ହେଉଛନ୍ତି ଦୀପାଳି ଦାସ I ଝାରସୁଗୁଡା ବିଧାୟିକା ଦୀପାଳୀ ଦାସଙ୍କ ବାର୍ଷିକ ଆୟ ୫ କୋଟି ଟଙ୍କା I ବାରବାଟୀ-କଟକ ବିଧାୟକ ମୋକିମଙ୍କ ବାର୍ଷିକ ଆୟ ୪ କୋଟି ଓ ଢେଙ୍କାନାଳ ବିଧାୟକ ସୁଧିର ସାମଲଙ୍କ ବାର୍ଷିକ ଆୟ ୧ କୋଟି I

ଦୀପାଳିଙ୍କ ସମ୍ପତ୍ତିି ଦ୍ୱିତୀୟ ସର୍ବାଧିକ ହୋଇଥିବାବେଳେ ତାଙ୍କର ଋଣ ପରିମାଣ ସର୍ବାଧିକ I ଝାରସୁଗୁଡା ବିଧାୟିକା ଦୀପାଳି ଦାସଙ୍କ ଲାଏବିଲିଟି ବା ଋଣ ପରିମାଣ ୧୯ କୋଟି ଟଙ୍କା I

Leave A Comment

All fields marked with an asterisk (*) are required