Search for:
  • Home/
  • Month: December 2023

ପୂର୍ବତନ ବିଧାୟକ ରମେଶ ଜେନାଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ପୂର୍ବତନ ବିଧାୟକ ରମେଶ ଜେନାଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ ଭୁବନେଶ୍ୱର ତା.୨୩.୧୨- ଅନୁଗୋଳର ପୂର୍ବତନ ବିଧାୟକ ତଥା ବରିଷ୍ଠ ଶ୍ରୀ ରମେଶ ଜେନାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗତ ଜେନା ଜଣେ ଜନପ୍ରିୟ ରାଜନେତା ଥିଲେ । ବିଧାୟକ ଭାବରେ ସେ ନିଜ ଅଂଚଳର ସମସ୍ୟାକୁ ଶାଣିତ ସ୍ୱରରେ ବିଧାନସଭାରେ ଉପସ୍ଥାପନ କରୁଥିଲେ । [...]

ନବନିଯୁକ୍ତ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର

ନବନିଯୁକ୍ତ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର ଭୁବନେଶ୍ୱର ବିମାନ ବନ୍ଦର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଆସିଲେ ଭୁବନେଶ୍ୱର ତା. ୨୩.୧୨- ଆଜି ପ୍ରଦେଶ ଯୁବ କଂଗ୍ରେସର ନିବନିଯୁକ୍ତ ସଭାପତି ଶ୍ରୀ ରଣଜିତ ପାତ୍ର ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବାପରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିମାନ ବନ୍ଦର ଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବନ୍ଧନା ଦିଆଯାଇଥିଲା । ବିମାନ [...]

ଓଡ଼ିଶା-ମୋ ପରିବାର ଆବାହକଙ୍କ ସମେତ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ. ୩ ଭିନ୍ନକ୍ଷମ.ଭିନ୍ନକ୍ଷମ ଯନ୍ତ୍ରଣାରୁ ମୁକ୍ତି ପାଇଲେ.!

ଭିନ୍ନକ୍ଷମ ଯନ୍ତ୍ରଣାରୁ ମୁକ୍ତି ପାଇଲେ ୩ ଭିନ୍ନକ୍ଷମ ଭୁବନେଶ୍ୱର, ତା.୨୩.୧୨.୨୦୨୩: ଭିନ୍ନକ୍ଷମ ମାନେ ହେଉଛନ୍ତି ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହି ପ୍ରେରଣାଦାୟୀ ମନୁଷ୍ୟମାନଙ୍କୁ ସମାଜରେ ଖାପ ଖୁଆଇ ଚଳିବା ପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯୋଗାଇ ଦିଆଯାଉଛି କୃତ୍ରିମ ଅଙ୍ଗ । ଏହି ଉଦ୍ଦେଶ୍ୟରେ ଆଜି ୩ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳର ୧୩ବର୍ଷିୟା ଝିଅ କିରଣ ବେହେରା [...]

ଦେଶରେ ଦିନକରେ ୪୨୩ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର: ଓଡ଼ିଶାକୁ ଫେରିଲା କରୋନା; ଦେଶରେ ଦିନକରେ ୪୨୩ ପଜିଟିଭ ଚିହ୍ନଟ କରୋନାର ନୂଆ ଭାରିଆଣ୍ଟ JN.1 ଭାରତରେ ଦ୍ରୁତ ସଂକ୍ରମଣ କରୁଛି। ଏସବୁ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ପରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଡିସେମ୍ବର ମାସର ପ୍ରଥମ କୋରୋନା ସଂକ୍ରମିତ ଚିହ୍ନଟ। ଦେଶରେ ଗତ ୨୪ ଘଣ୍ଟାରେ ୪୨୩ ପଜିଟିଭ ବାହାରିଲେ।।ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୪୨୦ରେ ପହଞ୍ଚିଲା। ଅନ୍ୟପଟେ [...]

ଉତ୍କଳ ମହୋତ୍ସବ ୨୦୨୩ରେ ‘ଫ୍ରମ୍ ଫାର୍ମ ଟୁ ଫେସନ’  ଜରିଆରେ ହସ୍ତତନ୍ତ ଓ ହସ୍ତକଳାର ପ୍ରସାର

ଉତ୍କଳ ମହୋତ୍ସବ ୨୦୨୩ରେ ‘ଫ୍ରମ୍ ଫାର୍ମ ଟୁ ଫେସନ’  ଜରିଆରେ ହସ୍ତତନ୍ତ ଓ ହସ୍ତକଳାର ପ୍ରସାର ଦୁଇ ଦିନିଆ ପ୍ରଦର୍ଶନୀରେ ୬୦ରୁ ଅଧିକ କାରିଗରଙ୍କ ହସ୍ତତନ୍ତ, ହସ୍ତକଳା ସାମଗ୍ରୀ ପ୍ରଦର୍ଶିତ ଭୁବନେଶ୍ୱର: ୱାର୍ଲଡ୍ ଟ୍ରେଣ୍ଡ୍ ସେଂଟର (ଡବ୍ଲୁଟିସି), ଭୁବନେଶ୍ୱର ପକ୍ଷରୁ ଏଟଂରପ୍ରେନ୍ୟୁଅରସିପ୍ ଡେଭେଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ) ଓ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ ସହଯୋଗିତାରେ ୨୦୨୩ ଡିସେମ୍ବର ୨୨, ଶୁକ୍ରବାରଠାରୁ କିଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଟେକ୍ନୋଲୋଜିରେ ‘ଉତ୍କଳ ମହୋତ୍ସବ-୨୦୨୩ ‘ଫ୍ରମ୍ ଫାର୍ମ ଟୁ ଫେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଶୁକ୍ରବାର ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଥିବା ବେଳେ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ରାଜ୍ୟ ମହିଳା କମିସନର ଅଧ୍ୟକ୍ଷା ମିନତୀ ବେହେରା,  ଭାରତୀୟ ବୟନ ସଂଘ, ଓଡ଼ିଶା ୟୁନିଟ୍ ଅଧ୍ୟକ୍ଷ ପ୍ରଫେସର ବି ବି ଜେନା, ଏଟଂରପ୍ରେନ୍ୟୁଅରସିପ ଡେଭେଲପମେଂଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଆଂଚଳିକ ନିର୍ଦ୍ଦେଶକ (ପୂର୍ବାଚଂଳ) ଡକ୍ଟର ସୁବ୍ରତ ବିଶ୍ୱାଳ, କିଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଜ୍ଞାନ ରଂଜନ ମହାନ୍ତି, ଡବ୍ଲୁଟିସି ଭୁବନେଶ୍ୱର ଓମେନ ଫୋରମ୍‌ର ଉପଦେଷ୍ଟା ଡକ୍ଟର ରୀନା ରାଉତରାୟ ଏବଂ ଇଡିଆଇଆଇର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପଣ୍ଡା ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନେ ରିବନ କାଟି ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଷ୍ଟଲ ଭ୍ରମଣ କରିଥିଲେ । ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ କହିଛନ୍ତି ଯେ, “ବୁଣାକାର ସମୁଦାୟକୁ ପ୍ରୋତ୍ସାହିତ କରିବା ଓ ସେମାନଙ୍କୁ ସଶକ୍ତ କରିବାରେ ଏହି କାର୍ଯ୍ୟକ୍ରମ ବେଶ ସହାୟକ ହେବ । ସେମାନଙ୍କୁ ତାଲିମ, ବ୍ୟାଙ୍କ ଋଣ, କଂଚାମାଲ ସହିତ ମାର୍କେଟିଂ ସହାୟତା ଆଦି ପ୍ରଦାନ କରିବା ଜରୁରୀ ହୋଇଥିବା ବେଳେ ଏଭଳି କାର୍ଯ୍ୟକ୍ରମ ସେମାନଙ୍କୁ ଅନୁପ୍ରାଣିତ କରିବ । ରାଜ୍ୟ ସରକାର ଏନେଇ ବହୁତ କାର୍ଯ୍ୟ କରୁଛନ୍ତି । ରାଜ୍ୟର କଳା ଓ ସଂସ୍କୃତିକୁ କିଭଳି ଦେଶବିଦେଶରେ ପ୍ରସାର କରି ଲୋକପ୍ରିୟ କରାଯିବ ତାହା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ ।’’ କିଟ ସ୍କୁଲ ଅଫ ଫେସନ ଟେକ୍ନୋଲୋଜିର ଡେପୁଟି ଡାଇରେକ୍ଟର ଜିପସିତା ନାୟକ କହିଛନ୍ତି ଯେ, “ଏହି ପ୍ରଦର୍ଶନୀକୁ ଆୟୋଜନ କରାଯାଇଥିବାରୁ ଆମେ ବହୁତ ଖୁସି । କିଟ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ-୩ ପଡ଼ିଆରେ ରେ ୫୦ଟି ଷ୍ଟଲ ସ୍ଥାପନ କରାଯାଇଛି ଯେଉଁଥିରେ ବହୁ ସଂଖ୍ୟାରେ ବୁଣାକାର, କାରିଗର ଭାଗ ନେଇ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି । ବହୁ ସଂଖ୍ୟାରେ ଲୋକ ବୁଲିବାକୁ ଆସୁଛନ୍ତି । ବୁଣାକାର ଓ କାରିଗରମାନେ ବେଶ ଉତ୍ସାହିତ ଅଛନ୍ତି ।’’ ଡବ୍ଲୁଟିସି ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶିକା ନିମେସିକା ନଟରାଜନ କହିଛନ୍ତି ଯେ, “ଉତ୍କଳ ମହୋତ୍ସବ ହେଉଛି ରାଜ୍ୟର ବୁଣାକାର ଓ କାରିଗରମାନଙ୍କ ଲାଗି ଏକ ଚମତ୍କାର କାର୍ଯ୍ୟକ୍ରମ । ଏହା ଜରିଆରେ ଆମେ ସେମାନଙ୍କୁ ଏଭଳି ଲୋକ ଓ ସଂସ୍ଥାମାନଙ୍କ ସହ ଯୋଡ଼ିବାକୁ ଚାହୁଁଛୁ ଯିଏ ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ବଜାର ପର୍ଯ୍ୟନ୍ତ ନେଇପାରିବ । ଆନ୍ତର୍ଜାତିକ ସ୍ତରରେ ବୁଣାକାରମାନଙ୍କୁ ପହଂଚାଇବା ହେଉଛି ଏକ ବହୁତ ବଡ଼ ଶିକ୍ଷଣୀୟ ପ୍ରକ୍ରିୟା । ଏହି କାର୍ଯ୍ୟକ୍ରମ ଜରିଆରେ ତାହାକୁ ପୂରଣ କରିବାକୁ ଉଦ୍ୟମ କରାଯାଇଛି । ଏହି ପ୍ରଦର୍ଶନୀରେ ରାଜ୍ୟର ୬୦ରୁ ଅଧିକ ବୁଣାକାର ଅଂଶଗ୍ରହଣ କରିଛନ୍ତି । ସେମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ିହେବା ଲାଗି ମୁଁ ସମସ୍ତଙ୍କୁ ଆହ୍ୱାନ ଦେବାକୁ ଚାହୁଁଛି ।’’ [...]

ଯୋରନ୍ଦା ମହିମା ପୀଠର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ପାଇଁ ଭୂମିପୂଜନ

  ଯୋରନ୍ଦା ମହିମା ପୀଠର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ପାଇଁ ଭୂମିପୂଜନ ଖର୍ଚ୍ଚ ହେବ ୧୧୨ କୋଟି, ୩ ବର୍ଷରେ କାମ ସରିବ ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର କରିଛି, ପ୍ରସିଦ୍ଧି ଆଣିଛି, ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେଇଛି ସନ୍ଥ କବି ଭୀମ ଭୋଇ ଆମକୁ ଜଗତକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବାର ବାର୍ତ୍ତା ଦେଇଛନ୍ତି, ଏହି ମହାନ ବାର୍ତ୍ତା ଓଡିଆ ଜାତିକୁ ଯୁଗେଯୁଗେ ପ୍ରେରଣା [...]

କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୭ତମ ବାର୍ଷିକ ଉତ୍ସବ

କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୭ତମ ବାର୍ଷିକ ଉତ୍ସବ ଭୁବନେଶ୍ୱର,୨୩ ।୧୨: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୭ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ କାର୍ଯ୍ୟକ୍ରମର ଉଦ୍‍ଘାଟନ କରିଥିବା ବେଳେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ଅଭିଭାଷଣ ପ୍ରଦାନ କରି କହିଲେ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ବାସ୍ତବରେ ଏକ ଇଣ୍ଟରନ୍ୟାସ୍‍ନାଲ୍‍ [...]

ଓଡିଏମ ଗ୍ଲୋଭାଲ ସ୍କୁଲ ର ଉସବ।

ଓଡିଏମ ଗ୍ଲୋଭାଲ ସ୍କୁଲ1 ର ଉସବ। ଭୁବନେଶ୍ୱର:ଓଡିଏମ ସ୍କୁଲ ର ଦୂତୀୟ ବାର୍ଷିକ ଉର୍ସ ଭ ଶୃକ୍ରବର ଅନୁଷ୍ଠିତ ହୋଇଯାଇଛି।ଚରିତ ବର୍ଷ ଥିମ ସ୍ରାବଗୁଣ ପ୍ରଧାନ ରହିଥିଲା।ବଲିଉଡ ଅଭିନେତା ରଣ ବିଜୟ ସିଂହ ଯୋଗ ଦେଇଥିଲେ।ଦେଶର ଉର୍ଣ୍ଣତି ପାଇଁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସଠିକ ମାର୍ଗ ଦ୍ରସିକା ବୋଲି କହିଥିଲେ।ଓଡିଏମ ପ୍ରତିଷ୍ଠାତା ଡ଼ ସତ୍ୟ ବ୍ରତ ମୀନକେତନ ଦୁଇଟି ପୁସ୍ତକ ଉନ୍ମୋଚନ କରିଥିଲେ। [...]

ଇଣ୍ଡିଆ ମେଣ୍ଟଭୁକ୍ତ ଦଳମାନଙ୍କ ତରଫରୁ ଭୁବନେଶ୍ୱରରେ ପଟୁଆର ଏବଂ ଗଣ ସତ୍ୟାଗ୍ରହ

ସଂସଦରୁ ବିରୋଧି ସାଂସଦମାନଙ୍କୁ ଗଣ ନିଲମ୍ବନ ଏବଂ ସଂସଦୀୟ ଗଣତନ୍ତ୍ର ହତ୍ୟା ବିରୋଧରେ ଇଣ୍ଡିଆ ମେଣ୍ଟଭୁକ୍ତ ଦଳମାନଙ୍କ ତରଫରୁ ଭୁବନେଶ୍ୱରରେ ପଟୁଆର ଏବଂ ଗଣ ସତ୍ୟାଗ୍ରହ ଭୁବନେଶ୍ୱର, ତାରିଖ ୨୨/୧୨/୨୦୨୩ ସଂସଦରୁ ବିରୋଧି ଦଳମାନଙ୍କର ୧୪୬ ଜଣ ସାଂସଦକୁ ନିଲମ୍ବନ ଏବଂ ସଂସଦୀୟ ଗଣତନ୍ତ୍ର ହତ୍ୟା ବିରୋଧରେ ଆହୂତ ଦେଶବ୍ୟାପୀ ପ୍ରତିବାଦ ଦିବସ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପଟୁଆର ଏବଂ ଗଣସତ୍ୟାଗ୍ରହ ସଂଗଠିତ କରି ସମାପନ ହୋଇଯାଇଛି । ମୋଦି [...]

ଇଣ୍ଡିଆମେଂଟର ୧୪୬ ସାଂସଦଙ୍କ ନିଲମ୍ବନ ପ୍ରତିବାଦ

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଇଣ୍ଡିଆମେଂଟର ୧୪୬ ସାଂସଦଙ୍କ ନିଲମ୍ବନ ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କଲା ଭୁବନେଶ୍ୱର ତା. ୨୨.୧୨- ଆଜି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତୃବୃନ୍ଦ, କର୍ମୀ ଏବଂ ଶୁଭେଚ୍ଛୁ କେନ୍ଦ୍ର ବିଜେପି ସରକାର ର ଇଣ୍ଡିଆମେଂଟର ବିରୋଧି ୧୪୬ ସାଂସଦଙ୍କ ନିଲମ୍ବନ ପ୍ରତିବାଦ, ଗଣତନ୍ତ୍ରର ହତ୍ୟା ଏବଂ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ସାମାନ୍ୟତମ [...]