ସ୍କର୍ପିଓ ସହ ଗଞ୍ଜେଇ ଜବତ, ଜଣେ ଗିରଫ
ସ୍କର୍ପିଓ ସହ ଗଞ୍ଜେଇ ଜବତ, ଜଣେ ଗିରଫ
ଭୁବନେଶ୍ୱର: କୋରାପୁଟ,୨୫/୯: ମାଛକୁଣ୍ଡ ପୁଲିସ୍ ଦ୍ୱାରା ଏକ ସ୍କର୍ପିଓ କାର ସହ ୧୪୨ କିଲୋ ୨୦୦ଗ୍ରାମ ଗଞ୍ଜେଇ ଜବତ କରା ଯାଇଥିବାବେଳେ ଘଟଣାରେ ଜଣେ ଗିରଫ ହୋଇଥିବା ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ରବିବାର ବିଳମ୍ବିତ ରାତିରେ ଲମତାପୁଟ ଫାଣ୍ଡି ଅଧିକାରୀ ସବଇନ୍ସପେକ୍ଟର ଚିତ ରଞ୍ଜନ ପ୍ରଧାନୀଙ୍କ ନେତୃତ୍ୱରେ ଏକ ଟିମ ଲମତାପୁଟ କଲେଜ ଛକ ନିକଟରେ ଗାଡ଼ି ଚେକିଂ କରୁଥିଲେ। ଚେକିଙ୍ଗ ସମୟରେ ଓଡି-୦୨ସି ସି ୯୪୩୧ ନମ୍ବର ସ୍କର୍ପିଓ କାର ଦୃତ ଗତିରେ ଆସୁଥିବା ଦେଖି ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡିରୁ ଏକାଧିକ ଜରି ଅଖାରେ ପେକିଙ୍ଗ କରି ରଖା ଯାଇଥିବା ଗଞ୍ଜେଇ ମିଳିଥିଲା। ପୁଲିସ ସ୍କର୍ପିଓ ସହ ଗଞ୍ଜେଇ ଲାମତାପୁଟ ଫାଣ୍ଡିକୁ ନେଇ ଓଜନ କରିବା ବେଳକୁ ତାହା ୧୪୨ କିଲୋ ୨୦୦ ଗ୍ରାମ ଥିବା ଜଣା ପଡ଼ିଲା। ଏହି ଘଟଣାରେ ପୁଲିସ ଝାଡ଼ଖଣ୍ଡ ରାଜ୍ୟ ପୁର୍ବ ସିଂହଭୂମ ଜିଲ୍ଲା ଚକୁଳିଆ ଥାନା କଳାପଥର ଗ୍ରାମର ମୂରଲୀ ମୋହନ ପାଉଲକୁ ଗିରଫ କରିଛି । ମାଛକୁଣ୍ଡ ଥାନାରେ ଏନ ଡି ପି ଏସ ଆକ୍ଟରେ ଏକ ମାମଲା ( କେଶ ନଂ ୧୨୦/୨୩ ) ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରା ଯାଇଥିବା ଏସ ଡି ପି ଓ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇ ଗିରଫ ଅଭିଯୁକ୍ତ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଅଞ୍ଚଳରୁ ଲମତାପୁଟ ଜୟପୁର ଦେଇ ଝାଡ଼ଖଣ୍ଡ ନେଉଥିବା ଜଣା ପଡ଼ିଛି। ସବ ଇନ୍ସପେକ୍ଟର ଚିତ ରଞ୍ଜନ ପ୍ରଧାନୀ ଘଟଣାର ତଦନ୍ତ କରୁଛନ୍ତି।