ଅକ୍ଟୋବର ମାସରେ ଲୋକଙ୍କୁ ମିଳିବ ନୂଆ ଗୋପବନ୍ଧୁ ସ୍ୱାସ୍ଥ୍ୟକାର୍ଡ
ଓଡିଶାରେ ଅକ୍ଟୋବର ମାସରେ ଲୋକଙ୍କୁ ମିଳିବ ନୂଆ ଗୋପବନ୍ଧୁ ହେଲତ କାର୍ଡ
ଭୁବନେଶ୍ୱର:ଅକ୍ଟୋବରରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ କଲ୍ଯାଣ କାର୍ଡ ପାଇବେ ଓଡିଶାବାସୀ l ଯେଉଁ ହିତାଧିକାରୀମାନେ ମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁ ଯେଉଁ ସୁବିଧା ପାଉଥିଲେ, ନୂଆ ସ୍ୱାସ୍ଥ୍ୟ କାର୍ଡରେ ମଧ୍ୟ ସେମାନେ ସେହି ସୁବିଧା ସହିତ ଅତିରିକ୍ତ ସୁବିଧା ପାଇବେ l ସାରା ଭାରତ ବର୍ଷରେ ଏହି କାର୍ଡ ବ୍ୟବହାର ଉପଯୋଗୀ ହେବ l ଓଡିଶାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନାଁରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ l ପୂର୍ବ ଯୋଜନା ଭଳି ପ୍ରତି ପରିବାର ପିଛା କାର୍ଡ ନଦିଆଯାଇ, ପରିବାରର ପ୍ରତିଟି ଲୋକଙ୍କୁ ନୂଆ କାର୍ଡ ମିଳିବ ଏବଂ ଭବିଷ୍ୟତରେ ଚାକିରିଆମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ନେଇ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି l