ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗର କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗର କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର, ୨୫/୧୧: ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ସେକ୍ ତାକ୍ୱିମ୍ ଅହମ୍ମଦଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଂଖ୍ୟା ଲଘୁ ବିଭାଗର ପଦାଧିକାରୀ ମାନଙ୍କର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ, ପୂର୍ବତନମନ୍ତ୍ରୀ ତଥା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ରାଜ୍ୟ ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ଶ୍ରୀ ଜିଆ ଉଲ୍ଲହକ୍, ଶ୍ରୀ ରଜନୀ ମହାନ୍ତି, ଶ୍ରୀମତୀ ରଶ୍ମି ମହାପାତ୍ର ଓ ପ୍ରଶାନ୍ତ ଚମ୍ପତି ଏହି ଅବସରରେ ସଂଖ୍ୟାଲଘୁ ବିଭାଗର ପଦାଧିକାରୀ ମାନଙ୍କ ଉଦେଶ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମତବ୍ୟକ୍ତ କରିଥିଲେ ।
ଆଜି କ୍ଷମତାସୀନ ରାଜନୈତିକ ଦଳମାନେ ସମାଜକୁ ଘୃଣା, ହିଂସା, ଲଭ୍ଜିହାଦ୍ ଓ ସାମ୍ପ୍ରଦାୟକତା ସୃଷ୍ଟି କରି ଭାଗ ଭାଗ କରିବାକୁ ଚେଷ୍ଟା ଚଳାଇଛନ୍ତି । ସେମାନେ ଏହି କାର୍ଯ୍ୟକ୍ରମକୁ ଆପଣେଇ ରାଜ୍ୟ ତଥା ଦେଶ ଭିତରେ ଏକ ଭୟ, ଘୃଣା ଓ ହିଂସାର ବାତାବରଣ ସୃଷ୍ଟି କରିସାରିଛନ୍ତି । ଫଳସ୍ୱରୂପ ମାନବିକତା ଏବଂ ମାନବାଦି ଚିନ୍ତାଧାରା ଆଜି ଆସ୍ତେ ଆସ୍ତେ ଲୋପ ପାଇଯାଉଛି ବୋଲି ନେତୃବୃନ୍ଦମାନେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ନୂତନ ଜିଲ୍ଲା ସଂଖ୍ୟାଲଘୁ ବିଭାଗର ପଦାଧିକାରୀ ଉପାଧ୍ୟକ୍ଷ – ଅଲ୍ଲି ରିଜିୱାନ, ସାଇଦାବିବୀ, ବ୍ଲକ ସଭାପତି-କମର ଅଲ୍ଲୀ, ମହମ୍ମଦ ଇସ୍ରାଇଲ୍, ମିରାଜ୍ ସିଦ୍ଦିକ୍, ଜିଲ୍ଲା ସଂଖ୍ୟାଲଘୁ ବିଭାଗର ସଂଯୋଜକ-ସେକ୍ ସମୱେଦିନ୍, ସାମସାଦ୍ ଅନସରୀ, ସଫାକତ ଅଲ୍ଲୀ ଓ ସେକ୍ ଜାନୁ ଓ ଅନ୍ୟମାନଙ୍କୁ ନେତୃବୃନ୍ଦମାନେ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧୀତ କରିଥିଲେ । ଆସନ୍ତା ଦିନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗ କିଭଳି ଅଧିକରୁ ଅଧିକ ସଂଖ୍ୟକ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିମାନଙ୍କୁ ନେଇ ଅଧିକ ସଂଗଠିତ ହେବ ସେଥିପାଇଁ ଆଲୋଚନା ହୋଇଥିଲା । ସେକ୍ ତାକ୍ୱିମ୍ ଅହମ୍ମଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।