“ଦାନା” ବାତ୍ୟାରେ କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଲୋକମାନଙ୍କୁ ଭେଟି ତାଙ୍କ ସମସ୍ୟା ବାବଦରେ ଆଲୋଚନାକଲେ ନିରଞ୍ଜନ।
ଭୁବନେଶ୍ୱର:ଆଜି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦଙ୍କ ସହ “ଦାନା” ବାତ୍ୟାରେ କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଲୋକମାନଙ୍କୁ ଭେଟି ତାଙ୍କ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି।ଏହି ଅବସରରେ ସେ ବାତ୍ୟା ପରବର୍ତ୍ତୀ କାର୍ଯ୍ୟ ନେଇ ଏବଂ ପ୍ରପୀଡ଼ିତ ଲୋକମାନଙ୍କ ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି କି ଦାନା ବାତ୍ୟା ଉପକୂଳ ଓଡ଼ିଶାରେ [...]