Search for:
  • Home/
  • Month: November 2024

ଖାଦ୍ୟ ପସନ୍ଦରେ ନିର୍ଦ୍ଦିଷ୍ଟ ପ୍ରଜାତି ଆଧାରିତ ବାଛବିଚାର ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନ

  ପ୍ରଜାତିବାଦ ଉପରେ ବିତର୍କକୁ ଇନ୍ଧନ ଯୋଗାଇଲା ମର୍ସି ଫର୍‌ ଏନିମଲ୍ସର ‘‘ବିବିକ୍ୟୁ କିଟେନ୍‌’’ ଷ୍ଟଣ୍ଟ୍‌ ଖାଦ୍ୟ ପସନ୍ଦରେ ନିର୍ଦ୍ଦିଷ୍ଟ ପ୍ରଜାତି ଆଧାରିତ ବାଛବିଚାର ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନ ଭୁବନେଶ୍ୱର, ଓଡ଼ିଶା, ଭାରତ – କିଛି ନିର୍ଦ୍ଦିଷ୍ଟ ପ୍ରାଣୀଙ୍କ ମାଂସ ଖାଇବା ଏବଂ ଅନ୍ୟ ପ୍ରାଣୀଙ୍କୁ ସୁରକ୍ଷା ଦେବାର ସାମାଜିକ ବିଶ୍ୱାସ ଉପରେ ଆପତ୍ତି ଉଠାଇ ଭୁବନେଶ୍ୱରସ୍ଥିତ ମାଷ୍ଟର କେଣ୍ଟିନରେ ମର୍ସି ଫର୍‌ ଏନିମଲ୍ସ ଇଣ୍ଡିଆ ସଂଗଠନ ପକ୍ଷରୁ ଏକ [...]

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ଦ୍ବିତୀୟ ଦିବସ ସୁରଭି ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅନନ୍ୟ ସଂଯୋଗ : ଉପମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ଦ୍ବିତୀୟ ଦିବସ ସୁରଭି ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅନନ୍ୟ ସଂଯୋଗ : ଉପମୁଖ୍ୟମନ୍ତ୍ରୀ ଭୁବନେଶ୍ବର, 13 ନଭେମ୍ବର 2024:କ୍ୟାପିଟାଲ ହାଇସ୍କୁଲ ପରିସରରେ ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ବିତୀୟ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବରେ ଯୋଗ [...]

ଆର.ଆଇ, ଅମିନ ଏବଂ ଅନ୍ୟାନ୍ୟ ପଦବୀ ପରୀକ୍ଷା ପୁନର୍ବାର କରିବାକୁ ଛାତ୍ର କଂଗ୍ରେସର ଦାବି

ଆର.ଆଇ, ଅମିନ ଏବଂ ଅନ୍ୟାନ୍ୟ ପଦବୀ ପରୀକ୍ଷା ପୁନର୍ବାର କରିବାକୁ ଛାତ୍ର କଂଗ୍ରେସର ଦାବି ଭୁବନେଶ୍ୱର, ୧୩.୧୧ : ଓଡ଼ିଶା ସବ୍ ଅର୍ଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଆର.ଆଇ., ଅମିନ, ଆସିଷ୍ଟା ଆର.ଆଇ, ଏସ୍‌.ଏଫ୍‌.ଏସ୍‌, ଆଇ.ସି.ଡି.ଏସ୍ ପରୀକ୍ଷା ପରିଚାଳନା ପାଇଁ ସିଫି ଟେକ୍ନୋଲୋଜିକୁ ଦାୟିତ୍ୱ ଦିଆଯାଇଥିଲା । ଏଥିରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବୁଧବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ [...]

ଆରମ୍ଭ ହେଲା ୨୩ ତମ ” ଆନ୍ତର୍ଜାତୀୟ ଅଞ୍ଜଳି ଶିଶୁ ଉତ୍ସବ”

ଭୁବନେଶ୍ୱର:୧୩/୧୧/୨୦୨୪  କଳା ଭୂମି, ଭୁବନେଶ୍ୱର ଆରମ୍ଭ ହେଲା ୨୩ ତମ ” ଆନ୍ତର୍ଜାତୀୟ ଅଞ୍ଜଳି ଶିଶୁ ଉତ୍ସବ” ଭୁବନେଶ୍ଵର, କଳା ଭୂମି ସଂଗ୍ରହାଳୟ ପରିସର ରେ ୨୩ ତମ ଆନ୍ତର୍ଜାତୀୟ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଚଳିତ ବର୍ଷ ୪ ଦିନ ଧରି ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ରେ ଭାରତ ବର୍ଷ ର ବିଭିନ୍ନ ପ୍ରାନ୍ତ ରୁ ତଥା ଓଡ଼ିଶା, ଜାମ୍ମୁ କାଶ୍ମୀର, [...]

ପିସିସି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଜୟନ୍ତୀ ପାଳିତ

ପିସିସି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଜୟନ୍ତୀ ପାଳିତ ଭୁବନେଶ୍ୱର, ତା. ୧୪/୧୧ ରିଖ: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜୟନ୍ତୀ ଉତ୍ସବ ଭୁବନେଶ୍ୱରସ୍ଥ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପିସିସି ପକ୍ଷରୁ ମାଷ୍ଟକ୍ୟାଂଟିନ ଛକ ନିକଟସ୍ଥ ନେହେରୁ ପାର୍କରେ ଥିବା ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରାଯାଇଯାଇଥିଲା [...]

“ଦାନା” ବାତ୍ୟାରେ କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଲୋକମାନଙ୍କୁ ଭେଟି ତାଙ୍କ ସମସ୍ୟା ବାବଦରେ ଆଲୋଚନାକଲେ ନିରଞ୍ଜନ।

ଭୁବନେଶ୍ୱର:ଆଜି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦଙ୍କ ସହ “ଦାନା” ବାତ୍ୟାରେ କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଲୋକମାନଙ୍କୁ ଭେଟି ତାଙ୍କ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି।ଏହି ଅବସରରେ ସେ ବାତ୍ୟା ପରବର୍ତ୍ତୀ କାର୍ଯ୍ୟ ନେଇ ଏବଂ ପ୍ରପୀଡ଼ିତ ଲୋକମାନଙ୍କ ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି କି ଦାନା ବାତ୍ୟା ଉପକୂଳ ଓଡ଼ିଶାରେ [...]

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିୟୋ କ୍ଲିନିକର ପ୍ରତିନିଧି

  ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିୟୋ କ୍ଲିନିକର ପ୍ରତିନିଧି ଓଡିଶାରେ ଅତ୍ୟାଧୁନିକ କ୍ୟାନ୍‌ସର ନିରୁପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ଆଲୋଚନା ଭୁବନେଶ୍ୱର 13.11.2024ଆଜି ଲୋକସେବା ଭବନ ଠାରେ ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ସବୁଠାରୁ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ଆଲୋଚନା [...]

ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଯୋଗୁଁ ମାଣ୍ଡିପଙ୍କାରେ ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଓ ୬ଜଣ ଆକ୍ରାନ୍ତ ହେବା ଘଟଣାର ପ୍ରତିବାଦରେ

ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଯୋଗୁଁ ମାଣ୍ଡିପଙ୍କାରେ ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଓ ୬ଜଣ ଆକ୍ରାନ୍ତ ହେବା ଘଟଣାର ପ୍ରତିବାଦରେ ଗଣଧାରଣା ଭୁବନେଶ୍ୱର, ୧୩.୧୧ : ଗତ ଅକ୍ଟୋବର ୩୧ ତାରିଖ ଦିନ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣ ମହିଳା ରୁନୁ ମାଝି (ଦିବ୍ୟାଙ୍ଗ) ଓ ରୁମିତା ପାଟ୍ଟମାଝିଙ୍କର ଅକାଳ ମୃତ୍ୟୁ ହୋଇଥିବା [...]

ଭାରତୀୟ ସଡ଼କ କଂଗ୍ରେସ (ଆଇ.ଆର୍.ସି.) ର ସଭାପତି ଭାବେ ପ୍ରଫେସର ମନୋରଞ୍ଜନ ପରିଡ଼ା ନିର୍ବାଚିତ

ଭାରତୀୟ ସଡ଼କ କଂଗ୍ରେସ (ଆଇ.ଆର୍.ସି.) ର ସଭାପତି ଭାବେ ପ୍ରଫେସର ମନୋରଞ୍ଜନ ପରିଡ଼ା ନିର୍ବାଚିତ ଭୁବନେଶ୍ୱର (୧୩.୧୧.୨୦୨୪): ନୂଆଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ପରିଡ଼ା ୧୧ ନଭେମ୍ବର ୨୦୨୪ ରେ ରାୟପୁର ଠାରେ ଅନୁଷ୍ଠିତ ଆଇ.ଆର୍.ସି. ର ବାର୍ଷିକ ଅଧିବେଶନରେ ଆଇ.ଆର୍.ସି. ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଇ.ଆର୍.ସି. ରାଜପଥ, ସେତୁ ଏବଂ ସୁଡଙ୍ଗ ଭଳି ରାଜପଥ ଭିତ୍ତିଭୂମିର କାର୍ଯ୍ୟ କରୁଥିବା [...]

କୁକୁଡ଼ାଖଣ୍ଡିରେ ସମସ୍ତ ବିକାଶମୂଳକ କାମ ଠପ, ଲୋକେ ହନ୍ତସନ୍ତ

ବିଜୟ ସମ୍ଭାବନା ନଥିବା ସ୍ଥାନରେ ସରକାରଙ୍କ ଇଙ୍ଗିତରେ ନିର୍ବାଚନକୁ ରୋକାଯାଉଛି: ବିଜେଡି ରାଜ୍ୟ ସରକାରଙ୍କ ଚାପରେ ନିର୍ବାଚନ ଅଧିକାରୀ ନିର୍ବାଚନ ସ୍ଥଳରେ ଅନୁପସ୍ଥିତ ରହୁଛନ୍ତି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ମଧ୍ୟ କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇନି କୁକୁଡ଼ାଖଣ୍ଡିରେ ସମସ୍ତ ବିକାଶମୂଳକ କାମ ଠପ, ଲୋକେ ହନ୍ତସନ୍ତ ଭୁବନେଶ୍ୱର, ୧୩/୧୧/୨୦୨୪: ଗଞ୍ଜାମର କୁକୁଡାଖଣ୍ଡି ପଞ୍ଚାୟତ ସମିତିର ଗତ ଚାରି ମାସ ହେବ ଅଧ୍ୟକ୍ଷ ପଦ [...]