Search for:
  • Home/
  • Month: August 2024

ପ୍ରଥମ ବାର୍ଷିକ ପ୍ରାଦେଶିକ ସମିଳନୀ ଓ ଦ୍ୱିତୀୟ ମୈତ୍ରୀ ମିଳନ.2024

ଭୁବନେଶ୍ୱର:ଓଡିଶା ଗୀତା ପରିବାରର ପ୍ରଥମ ବାର୍ଷିକ ପ୍ରାଦେଶିକ ସମିଳନୀ ଓ ଦ୍ୱିତୀୟ ମୈତ୍ରୀ ମିଳନ.2024 ଗୀତା ପରିବାର ଓଡିଶାର ପ୍ରାଦେଶିକ ସମିଳନୀ ଓ ଦ୍ୱିତୀୟ ମୈତ୍ରୀ ମିଳନ ଜୟଦେବ ଭଵନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଗୀତା ପରିବାରର ଜାତୀୟ କାର୍ଯ୍ୟଦକ୍ଷ ଗୀତା ବିଶାରଦ ଆଦରଣୀୟ ଡ଼ ସଞ୍ଜୟ ମଲପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପବିତ୍ର ଗ୍ରନ୍ଥ ଗୀତା ର ମୂଲ୍ୟବୋଧ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ [...]

କର୍କଟ ପୀଡିତ ପରିବାରକୁ ଆର୍ଥିକ ସହାୟତା ।

ଜନ୍ମଦିନରେ କର୍କଟ ପୀଡିତ ପରିବାରକୁ ଆର୍ଥିକ ସହାୟତା । ଭୁବନେଶ୍ୱର ;- ନିଃସ୍ୱାର୍ଥ ସେବା ଓଡ଼ିଶାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ମାର୍ଥାଙ୍କ ଶୁଭ ଜନ୍ମଦିନକୁ ଅନୁଷ୍ଠାନ ତରଫରୁ ଏକ ନିଆରା ଢ଼ଙ୍ଗରେ ପାଳନ କରାଯାଇଅଛି । ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ସ୍ଥିତ ବାଲୁଙ୍କେଶ୍ବର ମନ୍ଦିର ପରିସରରେ ସମସ୍ତ ସଦସ୍ଯ ଓ ଶୁଭେଚ୍ଛୁ ଏକତ୍ରିତ ହୋଇ ଏକ ସମାଜ ମଙ୍ଗଳ ହୁଣ୍ଡିଦାନ କାର୍ଯ୍ଯକ୍ରମର ଆୟୋଜନ କରିଥିଲେ । ଏଥିରେ କିଛି [...]

ମିଛ ନାଁ ଭଣ୍ଡାଉଛ ୧୬ ଅଗଷ୍ଟରୁ ବିଜେଡି ଜନଜାଗରଣ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ ୩,୦୦୦ ତଥା ୩,୫୦୦ ଟଙ୍କା ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏଥିରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନେ ସାମିଲ ଥିଲେ। ହେଲେ ବଜେଟରେ କୁହାଯାଉଛି ଯେ କେବଳ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ଏବଂ ୮୦% ଅକ୍ଷମତା ଥିବା ଭିନ୍ନକ୍ଷମ ଏହି ବର୍ଦ୍ଧିତ ଭତ୍ତା ପାଇବେ। ୪୫,୦୦୦ କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ [...]

ପୁଣି ଅଶାନ୍ତ ଉଦଳା ଅଞ୍ଚଳ , ବୁଲିଲା ତେଲେଙ୍ଗା କଟୁରୀ ,

ପୁଣି ଅଶାନ୍ତ ଉଦଳା ଅଞ୍ଚଳ , ବୁଲିଲା ତେଲେଙ୍ଗା କଟୁରୀ , କଟୁରୀ ଚୋଟ ରେ ଅଧ୍ୟାପକ ଗୁରୁତର ଭୁବନେଶ୍ୱର:ଉଦଳା,ଆଜି ପୂର୍ବାହ୍ନରେ ପୁଣି ଉଦଳା ଅଞ୍ଚଳ ଅଶାନ୍ତ ହୋଇପଡିଛି । କିଛିଦିନ ର ନୀରବତା ପରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ରାହାଜାନୀ ଗ୍ରୁପ । ବାଇକରେ ଆସି କଟୁରୀରେ ହାଣି ଗୁରୁତର କରି ପକାଇଛନ୍ତି ଅଧ୍ୟାପକ ଙ୍କୁ । ଆଜି ଉଦଳା-ପୋଡାଡିହା ରାସ୍ତା ର କୁକୁରଡିମା ସ୍କୁଲ ନିକଟରେ [...]

ଷୋହଳ ବର୍ଷରୁ କମ୍ \’ଅଣ୍ଡର ସିକ୍ସଟିନ\’ ଓଡିଶୀ ନୃତ୍ୟ ୨୦୨୪

ଓଡ଼ିଶୀ ନୃତ୍ୟଶିଳ୍ପୀ ପରିଷଦ : ଷୋହଳ ବର୍ଷରୁ କମ୍ \’ଅଣ୍ଡର ସିକ୍ସଟିନ\’ ଓଡିଶୀ ନୃତ୍ୟ ୨୦୨୪ ଭୁବନେଶ୍ୱର :  ସନ୍ଧ୍ୟାରେ ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ଓଡ଼ିଶୀ ନୃତ୍ୟଶିଳ୍ପୀ ପରିଷଦ (ଓଡିସି) ଦ୍ୱାରା ଆଯୋଜିତ ଷୋହଳ ବର୍ଷରୁ କମ୍ \’ଅଣ୍ଡର ସିକ୍ସଟିନ\’ ୨୦୨୪ ନୃତ୍ୟ କାର‌୍ୟ୍ୟକ୍ରମର ୧୦ମ ସଂସ୍କରଣରେ ଆଠ ଜଣ ପ୍ରତିଭାବାନ ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ମଞ୍ଚରେ ସେମାନଙ୍କର ଅପାର ସାମର୍ଥ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ । [...]

ଭାରତର ସ୍ୱାଧୀନତା ସଂଗ୍ରାମ

ଅଗଷ୍ଟ କ୍ରାନ୍ତି ଦିବସ ଭୁବନେଶ୍ୱର:ତା୧୧.୦୮.୨୦୨୪ରିଖ ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର । ବିଷୟ- ଭାରତର ସ୍ୱାଧୀନତା ସଂଗ୍ରାମ:ଓଡ଼ିଶାର ଅନାଲୋଚିତ ଭୂମିକା ଭୁବନେଶ୍ୱର- ତା୦୯.୦୮.୨୦୨୪ରିଖ । ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ କ୍ରାନ୍ତି ଦିବସ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ପ୍ରଭୁକଳ୍ୟାଣ ମହାପାତ୍ର । ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ନିର୍ଦ୍ଦେଶକ [...]

ମାସିକ ବୌଦ୍ଧିକ ସମାବେଶ

\”ସୁବାର୍ତ୍ତା\” ମାସିକ ବୌଦ୍ଧିକ ସମାବେଶ ଭୁବନେଶ୍ୱର:ଦେଶ ମୁକ୍ତି ଆନ୍ଦୋଳନର ସଦେଶମସ୍ତ ଶହୀଦ ବୀର, ସମର୍ପିତ ସ୍ବାଧୀନତା ସଂଗ୍ରାମୀ, ବିପ୍ଲବୀ ସ୍ବାଧୀନଚତା ସଂଗ୍ରାମୀ ମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ଲୋହିତ ପ୍ରଣାମ ଜଣାଇ ଦୀର୍ଘ ପାଞ୍ଚ ବର୍ଷ ପରେ ପୁନଃ \”ସୁବାର୍ତ୍ତା\” ମାସିକ ବୌଦ୍ଧିକ ସମାବେଶ , ସ୍ମରଣୀୟ କ୍ରାନ୍ତି ଦିବସ ଅବସରରେ ହୋଇଛି ଶୁଭ ଉଦଘାଟିତ ।  ଅର୍ଥଶାସ୍ତ୍ର ବିଶାରଦ ତଥା ସମାଜସେବୀ ଡଃ ସଂଜୟ [...]

ଓଡିଶାରେ ବୁଲାବିକାଳୀଙ୍କ ଉପରେ ଆକ୍ରମଣ: ସରକାର ପଦକ୍ଷେପ ନିଅନ୍ତୁ

ଓଡିଶାରେ ବୁଲାବିକାଳୀଙ୍କ ଉପରେ ଆକ୍ରମଣ: ସରକାର ପଦକ୍ଷେପ ନିଅନ୍ତୁ ଭୁବନେଶ୍ଵର, ତା ୧୧/୦୮: ବଙ୍ଗଳାଦେଶରେ ଗଣତାନ୍ତ୍ରିକ ଶାସନ ଲୋପପାଇ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହୋଇ ସେଠାକାର ଗଣତନ୍ତ୍ରପ୍ରେମୀ ମୁସଲମାନ ତଥା ସଂଖ୍ୟାଲଘୁ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକଙ୍କ ଉପରେ ଅତ୍ୟାଚାର ହେଉଥିବା ଘଟଣା ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେଉଛି। ଫଳରେ ଓଡିଶାର ବିଭିନ୍ନ ଅଞ୍ଚଳରେ ଫେରି କରି ପେଟ ପୋଷୁଥିବା ବିଭିନ୍ନ ବୁଲା ବିକାଳୀଙ୍କ ଉପରେ [...]

ପଦ୍ମଶ୍ରୀ ଶ୍ରୀମତ୍ ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଇରନ୍ୟାସନାଲ ଗୀତା ମିଶନ ତରଫରୁ ଆୟୋଜିତ

ଗୀତା ଓ ମାନବବାଦ ଦୁଇଦିନିଆ ଆଲୋଚନାଚକ୍ର ଉଦ୍‌ଯାପିତ ଭୁବନେଶ୍ୱର, ୧୧.୮ : ପଦ୍ମଶ୍ରୀ ଶ୍ରୀମତ୍ ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଇରନ୍ୟାସନାଲ ଗୀତା ମିଶନ ତରଫରୁ ଆୟୋଜିତ ‘ଗୀତା ଓ ମାନବବାଦ’ ଶୀର୍ଷକ ଦୁଇଦିନିଆ ଆଲୋଚନାଚକ୍ର ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡଃ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ସ୍ୱୀୟ ଆଶୀର୍ବଚନରେ କହିଲେ ଯେ, ଗୀତା ଗ୍ରନ୍ଥ ଏକ ଧର୍ମଶାସ୍ତ୍ର ନୁହେଁ କିମ୍ବା କୌଣସି ନିଦ୍ଦିଷ୍ଟ ଜାତି, [...]

ଶିମିଳିପାଳରୁ ଶିକାରୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ଶିମିଳିପାଳରୁ ଶିକାରୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ ବାରିପଦା:ଶିମିଳିପାଳ ଅଭୟାରଣ୍ୟରୁ ଜଣେ ବନ୍ୟଜନ୍ତୁ ଶିକାରୀକୁ ବନ ବିଭାଗ ଗିରଫ କରିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ବନ୍ୟଖଣ୍ଡ ଅନ୍ତର୍ଗତ ଚହଲା ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳରୁ ଗିରଫ ହୋଇଥିବା ଶିକାରୀ ଜଣକ ହେଲେ ନୁନିଆଗୋଡ଼ା ଗ୍ରାମର ମଙ୍ଗଳ ବାନସିଂ(୪୩)। ତାଙ୍କ ପାଖରୁ ଶିକାର ନିମନ୍ତେ ବ୍ୟବହୃତ ଗୋଟିଏ ଧନୁ, ୩ଟି ତୀର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟର [...]