Search for:
  • Home/
  • Month: July 2024

ବିଜେଡିରେ ତିନି ଅଶୋକ, ଅନନ୍ତ ବିଭୀଷଣ ଏବଂ ନାରଦ ଭୂମିକାରେ ବିଧାୟକ ସୁଶାନ୍ତ ରାଉତ!

ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀକନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ବରିଷ୍ଠ କର୍ପୋରେଟର ଅମରେଶ(ବାଇଁଆ) ଜେନା ଗତକାଲି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଲକ୍ଷ୍ୟ କରି ବିଭୀଷଣ କହିଥିବା ବେଳେ ଆଜି ଅନ୍ୟତମ ବରିଷ୍ଠ କର୍ପୋରେଟର ବିରଞ୍ଚି (ଲିଟୁ) ମହାସୁପକାର ଏକାମ୍ରର ଏହି ପରାଜିତ ବିଧାୟକ ଅଶୋକ ପଣ୍ଡା ଏବଂ ମଧ୍ୟ ବିଧାୟକ ଅନନ୍ତ ନାରାୟଣ(ବୁନୁ)ଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ନାଁ ନ ନେଇ ସେ କହିଛନ୍ତି [...]

ଶିକ୍ଷା ସମ୍ମାନ କାର୍ଯ୍ୟକ୍ରମ

ଭୁବନେଶ୍ୱର;ଉଦ୍ଭବ ଚାରିଟେବଲ ଟ୍ରଷ୍ଟ , ଟ୍ରାଇଡେଣ୍ଟ ଏକାଡେମୀ ଅଫ୍ ଟେକ୍ନୋଲୋଜି ଏବଂ କର୍ତ୍ତବ୍ୟ କ୍ଲବ ର ମିଳିତ ସହଯୋଗ ରେ ଉଦ୍ଭବ ଶିକ୍ଷା ସମ୍ମାନ କାର୍ଯ୍ୟକ୍ରମ ପଟିଆ ଠାରେ ଟ୍ରାଇଡେଣ୍ଟ କଲେଜ ର ସଭା କକ୍ଷ ରେ ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ସୁନାମାଧନ୍ୟ ବୈଜ୍ଞାନିକ ଶ୍ରୀଯୁକ୍ତ ଶୁଭେନ୍ଧୁ ପଟ୍ଟନାୟକ, ଓଲ୍ୟମ୍ପିୟାନ ଶ୍ରୀମତୀ ଅନୁରାଧା ବିଶ୍ୱାଳ, ଶିକ୍ଷାବିତ ଅଜୟ ପଟ୍ଟନାୟକ ଏବଂ ସିଦ୍ଧାର୍ଥ ମହାପାତ୍ର ପ୍ରମୁଖ ଅତିଥି ଭାବରେ [...]

ବିଜେପି କ୍ଷମତାକୁ ଆସିବାର ମାସେ ହୋଇନି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲାଣି: ପିସିସି ସଭାପତି

ବିଜେପି ଯୁବମୋର୍ଚ୍ଚାର ହିଂସାକାଣ୍ଡକୁ କଂଗ୍ରେସର ନିନ୍ଦା ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତି ସୃଷ୍ଟି କରୁଛି ବିଜେପି ବିଜେପି କ୍ଷମତାକୁ ଆସିବାର ମାସେ ହୋଇନି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲାଣି: ପିସିସି ସଭାପତି ସଂସଦରେ ବିରୋଧୀ ଦଳର କ୍ଷମତା ବୃଦ୍ଧିକୁ ସହିନପାରି ହିଂସାର ପନ୍ଥା ଆପଣାଇଛି ବିଜେପି: ସପ୍ତଗିରି ଓଡ଼ିଆ ଅସ୍ମିତା ନାମରେ ଓଡ଼ିଶାରେ ଗୁଜୁରାଟ ମଡେଲ ଚାଲିଲାଣି: ବିଶ୍ୱରଞ୍ଜନ ଭୁବନେଶ୍ୱର,୪ ।୭: ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତିର ବୀଜ [...]

ବିଜେଡି କର୍ପୋରେଟରଙ୍କ ଉପରେ କଟକଣା

ବିଜେଡି କର୍ପୋରେଟରଙ୍କ ଉପରେ କଟକଣା, ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ଉପରେ ଲାଗିଲା ଅଙ୍କୁଶ ଭୁବନେଶ୍ୱର: ବିଜେଡି କର୍ପୋରେଟରଙ୍କ ବୈଠକ ପରେ ଜାରି ହେଲା କଟକଣା। ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ଉପରେ ଅଙ୍କୁଶ ଲଗାଯାଇଛି। ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ ଜାରି କରିଛନ୍ତି ଫତୁଆ। ଏନେଇ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଦଳର ବିନା ଅନୁମତି ବିନା ଗଣମାଧ୍ୟମରେ କୌଣସି ମତ ରଖିପାରିବେନାହିଁ।ବିଏମସି କର୍ପୋରେଟର ଅଲଗା ଅଲଗା [...]

ଉତ୍ତର ଓଡ଼ିଶା ବିକାଶ ପରିଷଦ ସ୍ଥାପନ ପାଇଁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ୪ଟି ପ୍ରସ୍ତାବ

ଉତ୍ତର ଓଡ଼ିଶା ବିକାଶ ସ୍ଥାପନ ପାଇଁ କଂଗ୍ରେସ ନେତା ଶ୍ରୀ ନବଜ୍ୟୋତି ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି।   ଉତ୍ତର ଓଡ଼ିଶା ବିକାଶ ପରିଷଦ ସ୍ଥାପନ ପାଇଁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ୪ଟି ପ୍ରସ୍ତାବ – ବାଲେଶ୍ୱର ଠାରେ ପରିଷଦର ମୁଖ୍ୟାଳୟ ସ୍ଥାପନ – ୧୦ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି – ବିକାଶ ମୂଳକ କାର୍ଯ୍ୟ [...]

୭୨ ଘଣ୍ଟାର ମହଲତ ଦେଲା କଂଗ୍ରେସ।

କଂଗ୍ରେସ କାର୍ଯ୍ୟାଳୟ ସାମ୍ନାରେ ବିଜେପିର ବିକ୍ଷୋଭ ଘଟଣା: ୭୨ ଘଣ୍ଟାର ମହଲତ ଦେଲା କଂଗ୍ରେସ ଭୁବନେଶ୍ବର: ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟର ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ହୋଇଥିବା ବିକ୍ଷୋଭକୁ ନେଇ ଅଭାବନୀୟ ସ୍ଥିତି ଦେଖାଗଲା ପରେ ଜୟପୁର ବିଧାୟକ ଚେତାବନୀ ଦେଇଛନ୍ତି। ଏହି ଘଟଣାରେ ଆକ୍ରମଣକାରୀଙ୍କୁ ୭୨ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ସାରା ରାଜ୍ୟରେ କଂଗ୍ରେସ ଆନ୍ଦୋଳନ କରିବ [...]

୨୪ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ଧାକରୁ ଠେଲି ଦେଇଛି

ଭୁବନେଶ୍ୱର ତା. ୦୨.୭- ନିଟ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ କରି ୨୪ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ଧାକରୁ ଠେଲି ଦେଇଛି ଓ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ଉପସଭାପତି ଆଦିତ୍ୟ ପ୍ରୀତମ ଦାସଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କର [...]

ସୁଦୀପଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା ଯୁବ କଂଗ୍ରେସ

ସୁଦୀପଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା ଯୁବ କଂଗ୍ରେସ ଭୁବନେଶ୍ୱର ତା. ୦୩.୦୭- ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଶୃଙ୍ଖଳିତ ଆଚରଣ ପାଇଁ ଯୁବ କଂଗ୍ରେସରୁ ନିଲମ୍ବିତ ହୋଇଥିବା ସୁଦୀପ ସାମଲଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଥିବା ନେଇ ଆଜି ଏକ ପ୍ରେସ ବିବୃତି ଜାରି କରିଛନ୍ତି ଅଖିଳ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଓଡ଼ିଶା ଯୁବ କଂଗ୍ରେସ ପ୍ରଭାରୀ ଶ୍ରୀ ମିଲିନ୍ଦ ଗୌତମ । ଶ୍ରୀ [...]

ଦରଦାମ ବୃଦ୍ଧି ବିରୋଧରେ ଅଣ୍ଟା ଭିଡ଼ିଲା ବିଜେଡିମହିଳା

ଭୁବନେଶ୍ୱର: ଦରଦାମ ବୃଦ୍ଧି ବିରୋଧରେ ଅଣ୍ଟା ଭିଡ଼ିଲା ବିଜେଡି ‘ଦରଦାମ ବୃଦ୍ଧି ରୋକ୍, ନଚେତ୍ ରାସ୍ତାକୁ ଯିବୁ’ ନିର୍ବାଚନ ବିପର୍ଯ୍ୟୟ ପରେ ଏକପ୍ରକାର ସ୍ଥାଣୁ ହୋଇଯାଇଥିବା ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନର ସବୁଠାରୁ ବଡ଼ ସମସ୍ୟା ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ଦଳ ଅଣ୍ଟା ଭିଡ଼ିଛି । ରାଜ୍ୟର ବିଜେପି ସରକାର ଏହାକୁ ନିୟନ୍ତ୍ରଣ ନ କଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ [...]